ଓଡିଶା

odisha

By ETV Bharat Odisha Team

Published : Jun 28, 2024, 6:30 PM IST

ETV Bharat / state

ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ, ଘରୋଇ ବିଦ୍ୟାଳୟରେ ମିଳୁନି ମାଗଣା ପୁସ୍ତକ - Free book to Private school Student

New Education Calendar: ରାଜ୍ୟର ସମସ୍ତ ଘରୋଇ ଏବଂ ଅନୁଦାନପ୍ରାପ୍ତ ଓଡ଼ିଆ ମିଡିୟମ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମାଗଣା ବହି ଦେବେ ପାଇଁ ରାଜ୍ୟ ସରକାରଙ୍କ ନିୟମ ରହିଛି । ହେଲେ ସୁବର୍ଣ୍ଣପୁରର ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

New Education Calendar
New Education Calendar (ETV Bharat Odisha)

ସୁବର୍ଣ୍ଣପୁର:ଘରୋଇ ଓଡ଼ିଆ ମିଡିୟମ ସ୍କୁଲ ପିଲାଙ୍କୁ ମାଗଣା ବହି ଦେବାର ନିୟମ ରହିଛି । ହେଲେ ସୁବର୍ଣ୍ଣପୁରରେ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ମିଳୁନଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାର ଘରୋଇ ବିଦ୍ୟାଳୟ ସମୂହର ପରିଚାଳନା ପରିଷଦ କାର୍ଯ୍ୟକର୍ତ୍ତା ନୀରବ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚଳିତ ଶିକ୍ଷା ବର୍ଷ 2024-25 ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅନୁଯାୟୀ ସରକାରୀ ଓ ଘରୋଇ ବିଦ୍ୟାଳୟ ଗୁଡିକୁ ପୁସ୍ତକ ଯୋଗାଇ ଦିଆଯାଇଛି । ହେଲେ ଜିଲ୍ଲାରେ ଘରୋଇ ବିଦ୍ୟାଳୟ ଗୁଡିକ ପୁସ୍ତକ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।

New Education Calendar (ETV Bharat Odisha)

ସୂଚନା ମୁତାବକ, ଚଳିତ ଶିକ୍ଷାବର୍ଷର ପ୍ରାୟ ତିନିମାସ ବିତି ଗଳାଣି । ହେଲେ ଏପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନେ ଉଦ୍ଦିଷ୍ଟ ଓ ଆବଶ୍ୟକ ମାଗଣା ବହି ପାଇ ନାହାନ୍ତି । ତେବେ ବିଦ୍ୟାଳୟ ଗୁଡିକରେ ପାଠପଢା ଆରମ୍ଭ ହୋଇ ଯାଇଥିବା ବେଳେ ତୁରନ୍ତ ବହି ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଘରୋଇ ବିଦ୍ୟାଳୟ ସମୂହର ପରିଚାଳନା ପରିଷଦ କାର୍ଯ୍ୟକର୍ତ୍ତା ମାନେ । ତେବେ ସୁବର୍ଣ୍ଣପୁର ଜିଲ୍ଲାକୁ ନିଅଣ୍ଟିଆ ବହି ଯୋଗାଣ ହୋଇ ଥିବାରୁ ଘରୋଇ ବିଦ୍ୟାଳୟ ଗୁଡିକୁ ବହି ଯୋଗାଇ ଦିଆଯାଇ ପାରିନାହିଁ । ସେହିପରି ଗତ ଶିକ୍ଷା ବର୍ଷ 2023-24ରେ ଘରୋଇ ବିଦ୍ୟାଳୟ ଗୁଡିକ ଶିକ୍ଷା ଅଧିକାର ଆଇନ ପରିଧିରେ ବିଦ୍ୟାଳୟର 25 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଆଉ ଦୂରକୁ ଯିବେନି ଛାତ୍ରଛାତ୍ରୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେଲା ୭୯ଟି ସେକେଣ୍ଡାରୀ ସ୍କୁଲ - SCHOOL UPGRADATION

ସରକାରଙ୍କର ଶିକ୍ଷା ଅଧିକାର ଆଇନ ଅଧିନରେ ଘରୋଇ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ନିମିତ୍ତ ଟିଉସନ ଫି ପ୍ରଦାନ କରିଛନ୍ତି । ଯାହା ଆଜି ପର୍ଯ୍ୟନ୍ତ ଘରୋଇ ବିଦ୍ୟାଳୟ ଗୁଡିକୁ ମିଳି ନ ଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ତୁରନ୍ତ ଟିଉସନ ଫି ପ୍ରଦାନ କରାଗଲେ ଘରୋଇ ବିଦ୍ୟାଳୟ ଗୁଡିକର ଆର୍ଥିକ ସମସ୍ୟା କିଛି ମାତ୍ରାରେ ଦୂରୀକରଣ ହେବ ବୋଲି ଦାବି କରିଛନ୍ତି ଘରୋଇ ବିଦ୍ୟାଳୟ ସମୂହର ପରିଚାଳନା ପରିଷଦ କାର୍ଯ୍ୟକର୍ତ୍ତା । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଅପରପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ ଘରୋଇ ବିଦ୍ୟାଳୟ ଗୁଡିକର ଦାବି ପ୍ରତି ଧ୍ୟାନ ଦେଇ ସମସ୍ୟାର ସମାଧାନ କରିବେ ବୋଲି ଘରୋଇ ବିଦ୍ୟାଳୟ ପରିଚାଳନା ପରିଷଦ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details