କଟକ: ନେତାଜୀ ବସ ଟର୍ମିନାଲରେ ବିଶୃଙ୍ଖଳା ଅଭିଯୋଗ । କଟକ ମୋଟର କର୍ମଚାରୀ ସଂଘ ବେଆଇନ ଭାବରେ ଟର୍ମିନାଲ ପରିସରରେ ଟିକେଟ କାଟୁଥିବା ଅଭିଯୋଗ କରାଯାଇଛି । ଏହି ଅଭିଯୋଗରେ କଟକ ବସ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ସମ୍ମିଳନୀରେ ସଂଘ ସଭାପତି ଏହାର ବିରୋଧ କରିବା ସହ ଆସନ୍ତାକାଲି ଠାରୁ ସେମାନେ ସିଏନବିଟି (CNBT)ରେ ଏଣ୍ଟ୍ରିଫି ଦେବେ ନାହିଁ ବୋଲି ସଂଘ ସଭାପତି କହିଛନ୍ତି ।
ବେଆଇନ ଭାବେ କଟକ ମୋଟର କର୍ମଚାରୀ ସଂଘ ଟର୍ମିନାଲ ପରିସରରେ ଟିକେଟ ଆଦାୟ କରୁଛି । ତେଣୁ ଏକ ସାମ୍ବାଦିକ ସମ୍ମିଳନୀରେ ବସ ମାଲିକ ସଂଘ ପକ୍ଷରୁ ଏହାର ବିରୋଧ କରାଯିଇଛି । ସୂଚନା ଅନୁଯାୟୀ, ଟର୍ମିନାଲ ପରିସରରେ ମଟର କର୍ମଚାରୀ ସଂଘ ବେଆଇନ ଭାବେ ବସରୁ ଅର୍ଥ ଆଦାୟ କରୁଛନ୍ତି । ମୋ ବସ ଓ ସରକାରୀ ବସ ପାଇଁ ଉଦିଷ୍ଟ ଥିବା ଘରେ ଟିକେଟ କଟାଯାଉଛି । ଯାହାର ପ୍ରଭାବରେ ଯାତ୍ରୀ ମାନଙ୍କୁ ଅଧିକ ଦାମରେ ଟିକେଟ ବିକ୍ରି କରୁଛନ୍ତି । ଏ ବିଷୟରେ ବାରମ୍ବାର ସିଡିଏ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ । ତେଣୁ ବାଧ୍ୟ ହୋଇ ଆସନ୍ତାକାଲି (ଶୁକ୍ରବାର) ଠାରୁ ସିଏନବିଟି (CNBT)ରେ ବସ ଏଣ୍ଟ୍ରି-ଫି ନଦେବାକୁ ଚେତାବନୀ ଦେଇଛି ବସ ମାଲିକ ସଂଘ ।
ଏହା ମଧ୍ୟ ପଢ଼ନ୍ତୁ....ଇଆଇସିଏସ ହସ୍ପିଟାଲ ଆଗରେ ଗଣଧାରଣା, ନିଯୁକ୍ତିରେ ଅନିୟମିତତା ଅଭିଯୋଗ