ରାଇରଙ୍ଗପୁର : ଭାରତର ମହାମହିମ ରାଷ୍ଟ୍ରପତି 4 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଜିଲ୍ଲାରେ ସମସ୍ତ କାର୍ଯ୍ୟକ୍ରମ ସାରି ନିଜ ବାସଭବନରେ ରାତ୍ରୀଯାପନ କରୁଛନ୍ତି । ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' କୀଚକେଶ୍ବରୀଙ୍କ ଦର୍ଶନ ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ରାଇରଙ୍ଗପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ ଥିବା କେନ୍ଦ୍ର ସରକାରଙ୍କ ହଲିଡେ ହୋମ୍ ଶିଳାନ୍ୟାସ କରିଛନ୍ତି । ଏଥି ସହିତ ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାର କିଛି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି। ସମସ୍ତ କାର୍ଯ୍ୟକ୍ରମ ପରେ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ଯାଇଥିଲେ ମହାମହିମ । ସେଠାରେ ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ପରେ ନିଜ ବାସଭବନକୁ ଆସିଛନ୍ତି ମହାମହିମ।
ବିଭିନ୍ନ କାର୍ଯ୍ୟକ୍ରମର ସମାପ୍ତି ପରେ ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାକୁ ଅଳ୍ପ ସମୟ ପାଇଁ ଯାଇଥିଲେ ରାଷ୍ଟ୍ରପତି। ସେଠାରେ କିଛି ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତ କରିବାର କାର୍ଯକ୍ରମ ରହିଥିଲା। ପୂର୍ବରୁ ସାକ୍ଷାତ ପାଇଁ ଅନୁମତି ନେଇଥିବା କିଛି ସ୍ଥାନୀୟ ବାସିନ୍ଦା, ସମ୍ପର୍କୀୟ ଓ ବରିଷ୍ଠ ନେତାମାନଙ୍କ ସହିତ ସେଠାରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ପରେ ସେଠାରୁ ସୁରକ୍ଷା ବଳୟ ମଧ୍ୟରେ କାରକେଡ ଯୋଗେ ନିଜ ବାସଭବନକୁ ଆସିଥିଲେ ମହାମହିମ। ନିଜ ବାସଭବନରେ ଭାଇ, ଭାଉଜ ଓ ସମ୍ପର୍କୀୟଙ୍କ ସହିତ ସମୟ ଅତିବାହିତ କରି ନିଜ ବାସଗୃହରେ ବିଶ୍ରାମ ନେବେ ମହାମହିମ।
ଏହା ମଧ୍ୟ ପଢନ୍ତୁ...ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ରାଷ୍ଟ୍ରପତି, କହିଲେ ଜନ୍ମମାଟି ପାଇଁ ଆଜି ମୁଁ ମହାମହିମ