ଓଡିଶା

odisha

ETV Bharat / state

ଜୁଲାଇରେ ଆସୁଛନ୍ତି ରାଷ୍ଟ୍ରପତି: ଟାଣିବେ ରଥ ବୁଲିବେ ଖଣ୍ଡଗିରି ଓ ଉଦୟଗିରି - President To Visit Odisha - PRESIDENT TO VISIT ODISHA

President To Visit Odisha: ଏଥର ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି । ଆସନ୍ତା ମାସରେ 4 ଦିନିଆ ଓଡିଶାରେ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେଉଁଠି ରହିଛି କାର୍ଯ୍ୟକ୍ରମ । ସାଧାରଣ ଲୋକଙ୍କୁ ଏହି ସ୍ଥାନକୁ ଯିବାକୁ ହୋଇଛି ବାରଣ ! ପଢନ୍ତୁ ପୁରା ଖବର

ଜୁଲାଇରେ ଆସୁଛନ୍ତି ରାଷ୍ଟ୍ରପତି
ଜୁଲାଇରେ ଆସୁଛନ୍ତି ରାଷ୍ଟ୍ରପତି (ETV Bharat)

By ETV Bharat Odisha Team

Published : Jun 26, 2024, 5:20 PM IST

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାରେ ସାମିଲ ହେବେ ମହାମହିମ । ଜୁଲାଇ 6ରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପୁରୀ ରଥଯାତ୍ରାରେ ସାମିଲ ହେବା ସହ ଭୁବନେଶ୍ବର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।

ଆସୁଛନ୍ତି ରାଷ୍ଟ୍ରପତି (ETV Bharat Odisha)

କେଉଁଠି କି ଯିବେ ମହାମହିମ: ଏଥର ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି । ଜୁଲାଇ 6ରୁ ଜୁଲାଇ 9 ପର୍ଯ୍ୟନ୍ତ(4 ଦିନିଆ) ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ । ଜୁଲାଇ 6 ସନ୍ଧ୍ୟା ସମୟରେ ଭୁବନେଶ୍ବର ପହଞ୍ଚିବା ପରେ ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ଏହାପରେ ଜୁଲାଇ 7 ସକାଳୁ ପୁରୀ ଗସ୍ତ କରିବେ । ସେଠାରେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା ପରେ ପୁରା ଦିନ ପୁରୀରେ ଅତିବାହିତ କରିବେ । ଏହାର ପରଦିନ ଅର୍ଥାତ୍‌ ଜୁଲାଇ 8ରେ ଭୁବନେଶ୍ବର ଫେରିବେ । ପରଦିନ ଭୁବନେଶ୍ବରରେ ସକାଳ ସମୟରେ ଖଣ୍ଡଗିରି ଓ ଉଦୟଗିରି ବୁଲିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଅପରାହ୍ନରେ ଅନ୍ଧାରୁଆରେ ବ୍ରହ୍ମାକୁମାରି କାର୍ଯ୍ୟକ୍ରମ ସାମିଲ ହେବେ । ପରେ‌ ୯ ତାରିଖରେ ଖୋର୍ଦ୍ଧା ଜଟଣି ସ୍ଥିତ ନାଇଜର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହା ମଧ୍ୟ ପଢନ୍ତୁ:ପୁରୀରେ ରଥ ଟାଣିବେ ରାଷ୍ଟ୍ରପତି, 6 ତାରିଖରୁ 4 ଦିନିଆ ଓଡ଼ିଶା ଗସ୍ତ

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଏପରି ରହିବ ସୁରକ୍ଷା ବ୍ୟବସ୍ଥା: ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏନେଇ ପୋଲିସ ପକ୍ଷରୁ ରୁଟ ଲାଇନ ଓ କାରକେଡ ଓ ରାତି ରହଣି ପାଇଁ ରାଜଭବନର ଚାରିପାଖର ସୁରକ୍ଷା ସହ ଏୟାରପୋର୍ଟ ଓ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ବ୍ଲୁ ବୁକ୍ ଅନୁସାରେ‌ କରାଯିବ । ଖଣ୍ଡଗିରି ଓ ଉଦୟଗିରିରେ ରାଷ୍ଟ୍ରପତିଙ୍କ ପରିଭ୍ରମଣ ବା ବୁଲିବାର କାର୍ଯକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ ସାଧାରଣ ଲୋକଙ୍କ ବୁଲାବୁଲି ଉପରେ ମଧ୍ୟ କଟକଣା ଜାରି ରହିବ । ଏନେଇ ୮ ତାରିଖ ଦିନ ଏଭଳି କିଛି କାର୍ଯ୍ୟକ୍ରମ ପାଇଁ ଯୋଜନା ରହିଛି । ଏଥି ସହ ରଥଯାତ୍ରା ସମୟରେ ପୋଲିସ ପାଇଁ ସୁରକ୍ଷା ଆୟୋଜନ ଓ ଟ୍ରାଫିକ ଓ ଗସ୍ତ ସମୟରେ ସୁରକ୍ଷା ଦେବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ।

ସୂଚନା ଥାଉକି, ଗତ ଫେବୃଆରୀ 28ରେ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି । ନିଜ ଜନ୍ମମାଟି ମୟୂରଭଞ୍ଜ ସମେତ କେନ୍ଦୁଝର, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁର ଗସ୍ତ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:ଆସନ୍ତା ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ବସିଲା ଦ୍ବିତୀୟ ସମନ୍ୱୟ କମିଟି ବୈଠକ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details