ଓଡିଶା

odisha

ETV Bharat / state

କନ୍ଧରା ଆଶ୍ରମ ଆସିବେ ରାଷ୍ଟ୍ରପତି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି - କନ୍ଧରା ଆଶ୍ରମ

President Droupadi Murmu Visit: ଆସନ୍ତା ମାର୍ଚ୍ଚ ୨ ତାରିଖରେ ସନ୍ଥକବି ଭୀମଭୋଇଙ୍କ ପବିତ୍ର ସ୍ମୃତି ପୀଠ କନ୍ଧରା ଆଶ୍ରମକୁ ରାଷ୍ଟ୍ରପତି ଯିବାର କାର୍ଯ୍ୟକ୍ରମ ରହିଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ଏହି ପବିତ୍ର ପୀଠକୁ ପରିଦର୍ଶନ କରିବେ । ଅଧିକ ପଢନ୍ତୁ

କନ୍ଧରା ଆଶ୍ରମ ଆସିବେ ରାଷ୍ଟ୍ରପତି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି
କନ୍ଧରା ଆଶ୍ରମ ଆସିବେ ରାଷ୍ଟ୍ରପତି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି

By ETV Bharat Odisha Team

Published : Feb 29, 2024, 10:14 PM IST

କନ୍ଧରା ଆଶ୍ରମ ଆସିବେ ରାଷ୍ଟ୍ରପତି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି

ବୌଦ୍ଧ: ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତ ଫେବୃଆରୀ 28ରୁ ମାର୍ଚ୍ଚ 2 ତାରିଖ ଯାଏଁ ରାଷ୍ଟ୍ରପତି ରାଜ୍ୟ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ନିର୍ଦ୍ଧାରିତ ସୂଚୀ ରହିଛି । ଏହି କ୍ରମରେ ଆସନ୍ତା ମାର୍ଚ୍ଚ ୨ ତାରିଖରେ ସନ୍ଥକବି ଭୀମଭୋଇଙ୍କ ପବିତ୍ର ସ୍ମୃତି ପୀଠ କନ୍ଧରା ଆଶ୍ରମକୁ ରାଷ୍ଟ୍ରପତି ଯିବାର କାର୍ଯ୍ୟକ୍ରମ ରହିଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ଏହି ପବିତ୍ର ପୀଠକୁ ପରିଦର୍ଶନ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିବା ସହ ତାଙ୍କୁ ସ୍ବାଗତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି ।

ଏହା ମଧ୍ୟ ପଢନ୍ତୁ ...ଆଜିଠୁ 4 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସୂଚନାଯୋଗ୍ୟ ଯେ ଚାରି ଗୋଟି ଜିଲ୍ଲାର ସଙ୍ଗମ ସ୍ଥଳରେ ଅବସ୍ଥିତ ରହିଛି ମହିମା ଧର୍ମର ଅନନ୍ୟ ପୀଠ କନ୍ଧରା । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡରେ ଅବସ୍ଥିତ କନ୍ଧରା ଗ୍ରାମ ବୌଦ୍ଧ, ସୋନପୁର ଓ ଅନୁଗୁଳ ଜିଲ୍ଲାର ସୀମାକୁ ସଂଲଗ୍ନ ରହିଛି । ଏହି କନ୍ଧରା ଗ୍ରାମର ଉପକଣ୍ଠରେ ଥିବା ମହିମା ଧର୍ମର ଆଶ୍ରମ ତଥା ପବିତ୍ର କୂଅ କନ୍ଧରା ଗ୍ରାମକୁ ଦେଇଛି ସ୍ବତନ୍ତ୍ର ପରିଚୟ । ଏହି ପବିତ୍ର କୂଅରେ ଦିନେ ସନ୍ଥକବି ଭୀମଭୋଇ ପଡିଯାଇ ଜ୍ଞାନର ଉଦୟ ହୋଇଥିବା ଜଣାଯାଏ । ମହିମା ଧର୍ମାବଲମ୍ବୀମାନଙ୍କ ପାଇଁ ଏହି ପବିତ୍ର ପୀଠରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜୋରସୋରରେ ଚାଲିଛି । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଦଳୀଗଡ ନିକଟରେ ଏକ ସ୍ବତନ୍ତ୍ର ହେଲିପ୍ୟାଡର ବ୍ୟବସ୍ଥା କରାଯାଇଥିବା ବେଳେ ସମ୍ବଲପୁର ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ବିଭିନ୍ନ କାର୍ଯ୍ୟ ତଦାରଖରେ ଲାଗି ପଡ଼ିଛନ୍ତି ।

ସୂଚନାଯୋଗ୍ୟ ଏହି ସ୍ଥାନରେ ମହିମା ଧର୍ମର ଅନନ୍ୟ ସାଧକ ସନ୍ଥ କବି ଭୀମ ଭୋଇ ନିଜ ଜୀବନର ୧୬ ବର୍ଷ ଅତିବାହିତ କରିଥିଲେ । ଯେ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅପରାହ୍ନ ୧୨ ଟା ୪୫ ମିନିଟ ରେ କନ୍ଧରା ଆଶ୍ରମ ଆସି ୧ ଟା ୫ ମିନିଟ ଯାଏଁ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତ ଫଳରେ ଏହି ଧାର୍ମିକ ପୀଠକୁ ଦେଶରେ ଭଳ ପରିଚୟ ମିଳିବ ବୋଲି ଅଞ୍ଚଳବାସୀ ଆଶାପ୍ରକଟ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details