ଓଡିଶା

odisha

ETV Bharat / state

ମାଡାମ ପ୍ରେସିଡେଣ୍ଟଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ; ରାଷ୍ଟ୍ରପତି ହେବା ପରେ ପ୍ରଥମ କରି ବାପଘରକୁ ଆସିଥାନ୍ତେ

ଓଡିଶା ଆସିଥାଆନ୍ତେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ହେଲେ ରାଷ୍ଟ୍ରପତିଙ୍କ ଓଡି଼ଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି।

president's odisha visit postponed
president's odisha visit postponed (ETV Bharat Odisha)

By ETV Bharat Odisha Team

Published : 9 hours ago

Updated : 9 hours ago

ଭୁବନେଶ୍ବର : ରାଷ୍ଟ୍ରପତିଙ୍କ ଓଡି଼ଶା ଗସ୍ତ ସ୍ଥଗିତ। 23 ରୁ 25 ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ସ୍ଥଗିତ କରାଯାଇଛି । 23 ରେ ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମ ଥିଲା। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ମଧ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ଗସ୍ତ ସ୍ଥଗିତ ସୂଚନା ପରେ ସେଦିନ ସାଧାରଣ ଦର୍ଶନ ପାଇଁ ହୋଇଥିବା କଟକଣାରେ ମଧ୍ୟ ପରିବର୍ତ୍ତନ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

  • ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ
  • ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
  • ସୂଚନା ଦେଇଛନ୍ତି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ମୃତ୍ୟୁଞ୍ଜୟ ଶର୍ମା
  • ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କଲେ ମୃତ୍ୟୁଞ୍ଜୟ
president's odisha visit postponed (ETV Bharat Odisha)

ରହିଥିଲା ଏସବୁ କାର୍ଯ୍ୟକ୍ରମ:

ମହାମହିମଙ୍କ କାର୍ଯ୍ୟସୂଚୀ ଅନୁସାରେ, ବୁଧବାର ଦିନ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସକାଳ ୮ଟା ୫୫ରେ ବାଙ୍ଗିରିପୋଷିରେ ପହଞ୍ଚିଥାଆନ୍ତେ ମହାମହିମ । ସେଠାରେ ୩ ଟି ରେଳ ଲାଇନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସେଗୁଡିକ ହେଲା ବାଙ୍ଗିରିପୋଷିରୁ ଗୋରୁମହିଷାଣୀ, ବାଦାମପାହାଡରୁ କେନ୍ଦୁଝର ଓ ବୁଡାମୋରାରୁ ଜାମଶୋଳା ରେଳ ସଂଯୋଗୀକରଣ । ଏଥି ସହିତ ଭିସି ଜରିଆରେ ରାଇରଙ୍ଗପୁର ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ଦାଣ୍ଡବୋଷ ଏୟାରପୋର୍ଟ ଓ ରାଇରଙ୍ଗପୁର ଡାକ୍ତରଖାନାକୁ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଷ୍ଟ୍ରପତିଙ୍କୁ ଭେଟିବା ଆଶାରେ ପିଲାଦିନର ସାଙ୍ଗ ତୋପୋତୀ ମଣ୍ଡଳ

ଏହା ପୂର୍ବରୁ ଦୁଇ ଥର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା। ପ୍ରଥମେ ୨୩ ଓ ପରେ ୨୪ ତାରିଖ ଗସ୍ତ କାର୍ଯ୍ୟକ୍ରମ ରଖାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡିଶା ଗସ୍ତ ଓ କାର୍ଯ୍ୟକ୍ରମ ସୂଚୀରେ ପରିବର୍ତ୍ତନ ହୋଇଥିଲା । ୨୩ ତାରିଖ ପରିବର୍ତ୍ତେ ୨୪ ତାରିଖ ଓ ପୁଣି ଥରେ 23 ତାରିଖ ରଖାଯାଇଥିଲା କାର୍ଯ୍ୟକ୍ରମ। ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ଆସିଥାନ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୂର୍ବ ସୂଚୀରେ ବାରମ୍ବାର ପରିବର୍ତ୍ତନ କରାଯିବା ପରେ ଶେଷରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଗସ୍ତ ସ୍ଥଗିତ ରହିଛି । ରେଳବାଇ, ଜିଲ୍ଲା ଓ ପୋଲିସ ପ୍ରଶାସନ ମିଳିତ ଭାବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ବ୍ୟବସ୍ଥା କରିଥିଲେ । ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

ଏହା ବି ପଢନ୍ତୁ...ବଦଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସୂଚୀ, ୨୩ ନୁହେଁ ୨୪ରେ ଆସିବେ ବାଙ୍ଗିରିପୋଷି

ଏହା ବି ପଢନ୍ତୁ...ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ବାପଘର ଗାଁକୁ ଯିବେ ମହାମହିମ, ଆରିସା ପିଠା କରିଛନ୍ତି ପୁତୁରା ବୋହୁ

ଏହା ବି ପଢନ୍ତୁ...ପୁଣି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସୂଚୀ ପରିବର୍ତ୍ତନ: 23ରେ ଜନ୍ମମାଟିକୁ ଆସୁଛନ୍ତି ମହାମହିମ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ପ୍ରସ୍ତୁତି ଜୋରଦାର

ଇଟିଭି ଭାରତ, ଭୁବନେଶ୍ବର

Last Updated : 9 hours ago

ABOUT THE AUTHOR

...view details