ଓଡିଶା

odisha

ETV Bharat / state

ଉତ୍କର୍ଷ ଓଡିଶା ପ୍ରସ୍ତୁତି ଚୂଡାନ୍ତ, ୨୮ରେ ଆସିବେ ପ୍ରଧାନମନ୍ତ୍ରୀ - UTKARSH ODISHA

28ରେ ନିବେଶକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ।

ଉତ୍କର୍ଷ ଓଡିଶା ପ୍ରସ୍ତୁତି ଚୂଡାନ୍ତ; ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୨୮ ରେ ଆସିବେ ପ୍ରଧାନମନ୍ତ୍ରୀ
ଉତ୍କର୍ଷ ଓଡିଶା ପ୍ରସ୍ତୁତି ଚୂଡାନ୍ତ; ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୨୮ ରେ ଆସିବେ ପ୍ରଧାନମନ୍ତ୍ରୀ (ETV Bharat Odisha)

By ETV Bharat Odisha Team

Published : Jan 4, 2025, 5:57 PM IST

ଭୁବନେଶ୍ବର: ‘ଉତ୍କର୍ଷ ଓଡିଶା, ମେକ ଇନ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜାନୁଆରୀ ୨୮-୨୯ ଦୁଇ ଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି ।

ଜାନୁଆରୀ ୨୭ ତାରିଖରେ ଭାରତୀୟ ଶିଳ୍ପ ସଂଗଠନ (Confederation of Indian Industries) ପକ୍ଷରୁ ଜାତୀୟ ଏକଜିକ୍ୟୁଟିଭ୍‌ କାଉନସିଲର ବୈଠକ ଅନୁଷ୍ଠିତ ହେବ । ଜାନୁଆରୀ ୨୮-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରୀ ସେସନ, ୧୬ଟି ସେକ୍ଟରାଲ ସେସନ ଓ ୪ଟି ରାଉଣ୍ଡ ଟେବୁଲ କନଫରେନସ ଅନୁଷ୍ଠିତ ହେବ । ଏହି ଦୁଇ ଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡିତ ବ୍ୟକ୍ତିମାନେ ଯୋଗ ଦେବେ ।

ଉତ୍କର୍ଷ ଓଡିଶା ପ୍ରସ୍ତୁତି ଚୂଡାନ୍ତ; ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୨୮ ରେ ଆସିବେ ପ୍ରଧାନମନ୍ତ୍ରୀ (ETV Bharat Odisha)
  • କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ:-

୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କୁ ଉଦବୋଧନ ଦେବେ । ଏହି ଦୁଇ ଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ । ଏହା ସହିତ ବିଶିଷ୍ଟ ଶିଳ୍ପପତିଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡ ବଡ ଶିଳ୍ପସଂସ୍ଥାର ସିଇଓ ମାନଙ୍କ ରାଉଣ୍ଡ ଟେବୁଲ, ଓଡିଆ ଉଦ୍ୟୋଗୀଙ୍କ ସ୍ୱତନ୍ତ୍ର ସେସନ ଏବଂ ମହିଳା ବିଜନେସ ଲିଡର୍ସଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ । ଏହା ସହିତ ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡିଆ ମହିଳା ଉଦ୍ୟୋଗୀଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ । ଜାନୁଆରୀ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।

ଉତ୍କର୍ଷ ଓଡିଶା ପ୍ରସ୍ତୁତି ଚୂଡାନ୍ତ; ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୨୮ ରେ ଆସିବେ ପ୍ରଧାନମନ୍ତ୍ରୀ (ETV Bharat Odisha)
ଉତ୍କର୍ଷ ଓଡିଶା ପ୍ରସ୍ତୁତି ଚୂଡାନ୍ତ; ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୨୮ ରେ ଆସିବେ ପ୍ରଧାନମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-କ୍ୟାବିନେଟରେ ୯ ପ୍ରସ୍ତାବକୁ ମୋହର, ସୁଭଦ୍ରାକୁ ନେଇ ବଡ଼ ନିଷ୍ପତ୍ତି

  • ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:

ସମସ୍ତ କାର୍ଯ୍ୟକ୍ରମକୁ ତ୍ରୁଟିଶୂନ୍ୟ ଭାବରେ ଓ ଆକର୍ଷଣୀୟ ଭାବରେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଦୀର୍ଘ ସମୟ ପାଇଁ ଓଡିଶା ପୁଞ୍ଜିନିବେଶକଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ । ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ଉତ୍କର୍ଷ ଓଡିଶା ପ୍ରସ୍ତୁତି ଚୂଡାନ୍ତ; ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୨୮ ରେ ଆସିବେ ପ୍ରଧାନମନ୍ତ୍ରୀ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details