ଓଡିଶା

odisha

ETV Bharat / state

ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ତତ୍ପର ବନବିଭାଗ, ହାତୀମୃତ୍ୟୁ ରୋକିବାକୁ ଆକ୍ସନ ପ୍ଲାନ - ELEPHANT DEATHS RISING

ଚଳିତ ବର୍ଷ ରାଜ୍ୟରେ ୬୦ରୁ ଊର୍ଦ୍ଧ୍ବ ହାତୀଙ୍କ ଯାଇଛି ଜୀବନ । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବନବିଭାଗର ତତ୍ପରତା । ହାତୀମୃତ୍ୟୁ ରୋକିବାକୁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ ।

Elephant deaths rising
Elephant deaths rising (ETV Bharat Odisha)

By ETV Bharat Odisha Team

Published : Dec 9, 2024, 5:00 PM IST

ଭୁବନେଶ୍ବର: ହାତୀ ମୃତ୍ୟୁକୁ ରୋକିବା ପାଇଁ ଆକ୍ସନ ପ୍ଲାନ । ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଯାହା ଫଳରେ ହାତୀମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ଜଙ୍ଗଲ । ଏପଟେ ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ ବନବିଭାଗ ଚିନ୍ତା ପ୍ରକଟ କରିଥିବାବେଳେ ହାଇକୋର୍ଟ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିଛନ୍ତି । ଚଳିତ ବର୍ଷ ରାଜ୍ୟରେ ହାତୀ ମୃତ୍ୟୁ ୬୦ରୁ ଅଧିକ ହୋଇଥିବାବେଳେ ଆଗକୁ କିଭଳି ଏହାକୁ ରୋକାଯାଇପାରିବ ସେନେଇ ଆକ୍ସନ ପ୍ଳାନ କରାଯାଇଛି ।


ହାତୀ ମୃତ୍ୟୁ ମାମଲା ରୋକିବା ପାଇଁ ଆକ୍ସନ ପ୍ଲାନ:

Elephant deaths rising (ETV Bharat Odisha)
"ହାତୀ ମୃତ୍ୟୁ ମାମଲା ରୋକିବା ପାଇଁ ପ୍ରସ୍ତୁତ ହୋଇଛି ଆକ୍ସନ ପ୍ଲାନ । ନିର୍ଦ୍ଧାରିତ ତାରିଖରେ ହାଇକୋର୍ଟରେ ଦାଖଲ ହେବ ବିସ୍ତୃତ ଆକ୍ସନ ପ୍ଲାନ । ହାତୀ ମୃତ୍ୟୁ ରୋକିବା ପାଇଁ ସବୁ ବିଦ୍ୟୁତ୍ ବିତରଣ କମ୍ପାନୀ ସହ ସବିଶେଷ ଆଲୋଚନା କରାଯାଇଛି । ତେବେ ମିଳିତ ଭାବେ ରାଜ୍ୟରେ ହାତୀ ମୃତ୍ୟୁ ରୋକିବାକୁ ପ୍ରୟାସ କରାଯାଉଛି" ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା । ହାତୀଙ୍କ ପାଇଁ କାଳ ସାଜୁଛି ବିଦ୍ୟୁତ ଆଘାତ: ୨୦୨୦ ମସିହାରୁ ୨୦୨୪ ନଭେମ୍ବର ମଧ୍ୟରେ ରାଜ୍ୟରେ ବିଦ୍ୟୁତ ଆଘାତରେ ୮୫ ହାତୀଙ୍କର ମୃତ୍ୟୁ ହୋଇଛି । ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ସତ୍ୟପାଠରେ ‘ପିସିସିଏଫ’ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ସରକାରଙ୍କ ଏହି ତଥ୍ୟରେ କୋର୍ଟ ଉଦବେଗ ପ୍ରକାଶ କରିବା ସହ ୧୦ ଦିନ ମଧ୍ୟରେ ବିଜୁଳି ବିତରଣକାରୀ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ‘ପିସିସିଏଫ’ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।୬ ମାସରେ ୫୦ରୁ ଅଧିକ ହାତୀ ମୃତ:

୬ ମାସ ଭିତରେ ଓଡ଼ିଶାରେ ମୃତ୍ୟୁବରଣ କରିଛନ୍ତି ପାଖାପାଖି ୫୦ରୁ ଅଧିକ ହାତୀ । ଶିକାରୀ ଗୁଳି, ଟ୍ରେନ ଲାଇନ୍, ବିଦ୍ୟୁତ୍ ଆଘାତ ଆଦିରେ ୫୦ରୁ ଅଧିକ ହାତୀଙ୍କର ମୃତ୍ୟୁ ହୋଇଛି । ଶୀତ ଦିନିଆ ହାତୀ ଗଣନା ରିପୋର୍ଟରୁ ଏହି ତଥ୍ୟ ମିଳିଛି । ଏହି ୬ ମାସ ମଧ୍ୟରେ ରାଜ୍ୟରେ ମାତ୍ର ୫ ଟି ହାତୀ ସଂଖ୍ୟା ବୃଦ୍ଧି ପାଇଛି ।

ନିଜଆଡୁ ହସ୍ତକ୍ଷେପ କରିଥିଲେ ହାଇକୋର୍ଟ:
ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବିଦ୍ୟୁତ ଆଘାତରେ ୩ଟି ହାତୀଙ୍କ ମୃତ୍ୟୁ ହେବା ପରେ କୋର୍ଟ ନିଜ ଆଡୁ ଏକ ଜନସ୍ବାର୍ଥ ମାମଲା ରୁଜୁ କରି ଘଟଣାରେ ହସ୍ତକ୍ଷେପ କରିଥିଲେ । ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ରାଜ୍ୟରେ କେତେ ଏବଂ କେଉଁ କାରଣରୁ ହାତୀଙ୍କର ମୃତ୍ୟୁ ଘଟିଛି, ସେନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ । କେବଳ ମୃତ୍ୟୁ ସଂଖ୍ୟା ନୁହେଁ ବରଂ ଏହାକୁ ପ୍ରତିହତ କରିବା ଦିଗରେ ସରକାର କ'ଣ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ମଧ୍ୟ ଅବଗତ କରିବାକୁ କୋର୍ଟ ଗତ ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ ।

ଏହା ବି ପଢନ୍ତୁ...ଶୀତକାଳୀନ ହାତୀ ଗଣନା: ବଢ଼ିଛି ହାତୀ ସଂଖ୍ୟା, ୧୩ ଡିଭିଜନରେ ଶୂନ

ଏହା ମଧ୍ୟ ପଢନ୍ତୁ:ହାତୀ ମୃତ୍ୟୁ ନେଇ ସାଙ୍ଘାତିକ ତଥ୍ୟ; 5 ମାସରେ ମଲେଣି 40 ହାତୀ, ଶିକାର ପାଇଁ ବିଜୁଳି ସଂଯୋଗ କରୁଥିଲେ ସାବଧାନ

ରାଜ୍ୟରେ ୧୩ ଡିଭିଜନରେ ହାତୀ ଶୂନ:
ଶୀତକାଳୀନ ହାତୀ ଗଣନା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୮ଟି ସର୍କଲର ୧୩ ଟି ଡିଭିଜନରେ ଗୋଟିଏ ବି ହାତୀ ନାହାନ୍ତି । ସେହି ଡିଭିଜନ ଗୁଡ଼ିକ ହେଉଛି ବ୍ରହ୍ମପୁର ସର୍କଲର ଘୁମସୁର ସାଉଥ ଡିଭିଜନ, ଭାବନୀପାଟଣା ସର୍କଲର ଖଡ଼ିଆର ଡିଭିଜନ ଏବଂ ସୁନାବେଢା ଡିଭିଜନ । ଭୁବନେଶ୍ବର ସର୍କଲର ଚିଲିକା ଡିଭିଜନ, ସିଟି ଫରେଷ୍ଟ ଡିଭିଜନ, ପୁରୀ ବନଖଣ୍ଡ ଡିଭିଜନ ଏବଂ ରାଜନଗର ଡିଭିଜନ । କୋରାପୁଟ ସର୍କଲର ମାଲକାନଗିରି ଡିଭିଜନ, କୋରାପୁଟ ଡିଭିଜନ, ଜୟପୁର ଡିଭିଜନ ଏବଂ ନବରଙ୍ଗପୁର ଡିଭିଜନରେ ହାତୀ ସଂଖ୍ୟା ଶୂନ । ସେହିପରି ସମ୍ବଲପୁର ସର୍କଲର ହୀରାକୁଦ ଡିଭିଜନରେ ହାତୀ ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:4 ବର୍ଷରେ ବିଦ୍ୟୁତ ତାର ନେଲାଣି ୮୫ ହାତୀଙ୍କ ଜୀବନ: ୧୦ ଦିନରେ ଆକ୍ସନ ପ୍ଲାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details