କୋରାପୁଟ:ଆରମ୍ଭ ହେବାକୁ ଯାଉଛି 'ପରବ' । ଦୁଲୁକିବ କୋରାପୁଟ । ଏହିଜାତୀୟ ସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପଞ୍ଚଦିବସୀୟ ସମାବର୍ତ୍ତନ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ । ଚଳିତ ବର୍ଷ କୋରାପୁଟ ପରବ ମହୋତ୍ସବ ସ୍ଥାୟୀ ପଡ଼ିଆରେ ଅନୁଷ୍ଠିତ ହେବ । ସେଥିଲାଗି ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ସହ କିଭଳି ରହିବ ପରବ-୨୦୨୪ର ରୂପରେଖ ସେନେଇ କୋରାପୁଟ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
କେବେଠୁ ଚାଲିଛି ପ୍ରସ୍ତୁତି?
ଚଳିତବର୍ଷ ପରବ ମହୋତ୍ସବ ପାଳନ ନେଇ ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପଞ୍ଚାୟତ ସ୍ତରରେ ବିଭିନ୍ନ କ୍ରୀଡା ସହ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଡିସେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ରଙ୍ଗବାଲି କୁମ୍ଭା ଠାରେ ମୁଖ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ଜାତୀୟ ସ୍ତରୀୟ କୋରାପୁଟ ଆଦିବାସୀ ଲୋକ ମହୋତ୍ସବ ପରବ-୨୦୨୪ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବା ନେଇ ସୂଚନା ରହିଛି ।
ପ୍ରସ୍ତୁତି ଚୂଡାନ୍ତ:
ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କହିଛନ୍ତି, "ପରବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାସକ ଆଗରୁ ଆରମ୍ଭ ହୋଇଥିଲା ସମସ୍ତ ପ୍ରସ୍ତୁତି। ତେବେ ଚଳିତବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ କଳାକାର ଆସୁଛନ୍ତି । ତେଣୁ ଟ୍ରାଫିକ କଟକଣା ଓ ଆଇନ ଶୃଙ୍ଖଳାକୁ ଗୁରୁତ୍ବ ଦିଆଯିବ ।" ଏହାସହ ଏହି କାର୍ଯ୍ୟକ୍ରମ କିପରି ସୁରଖୁରରେ ସମ୍ପାଦିତ ହେବ ସେନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ।