କଟକ:ଆସନ୍ତା ମାସ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍ । ଏହି ମ୍ୟାଚ ପାଇଁ ଏବେ ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି । ଷ୍ଟାଡିୟମର ଭିତର ଓ ବାହାର ପାର୍ଶ୍ୱକୁ ନୂଆ ରୂପ ଦିଆଯାଉଥିବାବେଳେ ପଡିଆରେ ଘାସ କଟା କାର୍ଯ୍ୟ ଜାରି ରହିଛି । ଏହାସହ ଷ୍ଟାଡିୟମର ଗ୍ୟାଲେରୀଗୁଡ଼ିକର ରଙ୍ଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।
- ଚାଲିଛି ଷ୍ଟାଡିୟମ କାର୍ଯ୍ୟ:
ଏହି ବହୁ ପ୍ରତିକ୍ଷିତ ମ୍ୟାଚ ପାଇଁ ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଟିକେଟ ବିକ୍ରି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଓସିଏ । ତେବେ ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀରେ ବାଜିବ ଯୁଦ୍ଧଭେରୀ । ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏହି ମ୍ୟାଚ ପାଇଁ ହାତରେ କମ ସମୟ ବାକି ଥିବାବେଳେ ମ୍ୟାଚ୍ ପ୍ରସ୍ତୁତି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସମ୍ପୂର୍ଣ୍ଣ ଷ୍ଟାଡିୟମକୁ ନୂଆ ରୂପ ଦିଆଯାଉଥିବାବେଳେ ଗ୍ୟାଲେରୀ ଗୁଡ଼ିକର ରଙ୍ଗ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ୩୦ ୟାର୍ଡ ଅଞ୍ଚଳରୁ ଗ୍ରାସ କଟିଂ କାର୍ଯ୍ୟ ଶେଷ କରାଯିବା ପରେ ଗୁରୁବାର ଦିନ ପୁରା ପଡିଆରୁ ଗ୍ରାସ କଟିଂ କାର୍ଯ୍ୟ ଆରମ୍ଭ ହେଇଛି । ଏହାପରେ ନିୟମିତ ଭାବେ ପିଚକୁ ରୋଲ କରାଯିବା ସହ ପଡ଼ିଆରେ ସାର, କେମିକାଲ ଓ ପାଣି ସିଞ୍ଜନ କରାଯିବ । ସେପଟେ ଷ୍ଟାଡିୟମର ବାହାର ପାର୍ଶ୍ବ ସହିତ ଖେଳାଳିଙ୍କ ଡ୍ରେସିଂ ରୁମ, ମ୍ୟାଚ ରେଫ୍ରିଙ୍କ ପ୍ରକୋଷ୍ଠ, ପ୍ରେସ ବକ୍ସ, ଏସି ବକ୍ସ ଓ କର୍ପୋରେଟ ବକ୍ସଗୁଡ଼ିକରେ ଆବଶ୍ୟକ ମୁତାବକ ପରିବର୍ତ୍ତିନ ମଧ୍ୟ କରାଯାଉଛି ।
ଏହା ବି ପଢନ୍ତୁ... |