ଓଡିଶା

odisha

ETV Bharat / state

ପ୍ରଶାନ୍ତ ଜଗଦ୍ଦେବ ପଦ୍ମ ଧରିବା ପରେ ବଢିଲା ଚର୍ଚ୍ଚା, ୩ ନିର୍ବାଚନ ମଣ୍ଡଳୀରେ ବଦଳିବ କି ବିଜେଡି ସମୀକରଣ ? - ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Prasant Jagadev political influence: ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ଯୋଗ ଦେବା ପରେ ଚର୍ଚ୍ଚା ବଢିଛି। ୩ ନିର୍ବାଚନ ମଣ୍ଡଳୀରେ ବିଜେଡିର ଅଙ୍କ ଓଲଟପାଲଟ ହେବ ବୋଲି ମତ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Khordha Politics
Khordha Politics

By ETV Bharat Odisha Team

Published : Mar 1, 2024, 9:51 PM IST

Khordha Politics

ଖୋର୍ଦ୍ଧା :ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ଯୋଗ ଦେବା ପରେ ଚର୍ଚ୍ଚା ବଢିଛି। ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନାଁ ହେଉଛି ପୂର୍ବତନ ବେଗୁନିଆ ବିଧାୟକ ତଥା ବର୍ତ୍ତମାନର ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସବୁବେଳେ କିଛି ନା କିଛି କାର୍ଯ୍ୟକଳାପ ତାଙ୍କୁ ଚର୍ଚ୍ଚାରେ ରଖିଥାଏ । ସେହିପରି ବିଜେଡିରୁ ନିଲମ୍ବନ ହୋଇଥିବା ପ୍ରଶାନ୍ତ ଏବେ ପଦ୍ମ ଧରିବା ପରେ ଟିକେଟ୍ ଅଙ୍କ ବିଗିଡ଼ିପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଶାନ୍ତ ଏକା ନୁହଁ ବରଂ ବେଗୁନିଆ ବିଜେଡି ସଭାପତି ତଥା ବର୍ତ୍ତମାନ ବିଜେଡି ଜିଲ୍ଲା ପରିଷଦ ଅନାଦି ସାହୁ, ବେଗୁନିଆ ଛାତ୍ର ବିଜେଡି ସଭାପତି ବିଶ୍ୱଜିତ ଭୁଜବଳ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ମାମୁଁ ଭବାନୀ ଶଙ୍କର ଜଗଦ୍ଦେବ ମହାପାତ୍ର ପ୍ରମୁଖ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଆଗାମୀ ଦିନରେ ବହୁ ସରପଞ୍ଚ, ସମିତି ସଦସ୍ୟ ବିଜେପିରେ ସାମିଲ ହେବେ । ତେବେ ବାହୁବଳୀ ବିଧାୟକ ପ୍ରଶାନ୍ତ ବିଜେପିକୁ ଯିବା ପଛରେ କଣ ରହିଛି ଉଦ୍ଦେଶ୍ଯ ? କେଉଁ ଠାରୁ ପାର୍ଥି ହେବେ ପ୍ରଶାନ୍ତ ? ସେନେଇ ନାନା ଆଲୋଚନା ହେଉଛି । ସେପଟେ ଦଳରେ ନିଜକୁ ଅସୁରକ୍ଷିତ ମନେ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ପ୍ରଶାନ୍ତ ବିଜେପିରେ ମିଶିବା ପରେ ବିଜେଡିର ଖୋର୍ଦ୍ଧା, ବେଗୁନିଆ ଓ ଚିଲିକା ନିର୍ବାଚନ ମଣ୍ଡଳୀର ସବୁ ଅଙ୍କ ଗୋଳିଆ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ବୁଦ୍ଧିଜୀବୀ କହିଛନ୍ତି, "ବେଗୁନିଆରେ ପ୍ରଶାନ୍ତଙ୍କ ବଡ ସଂଗଠନ ରହିଛି । ପ୍ରଶାନ୍ତ ବେଗୁନିଆରୁ ଲଢିବେ ବୋଲି ତାଙ୍କ ସମର୍ଥକମାନେ ଆଶାବାଦୀ ଥିବାବେଳେ ଚିଲିକାରେ ମଧ୍ଯ ପ୍ରଶାନ୍ତଙ୍କ ରହିଛି ଦବଦବା। ସେହିପରି ନିଜ ଘର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ହୋଇଥିବାବେଳେ ଖୋର୍ଦ୍ଧା ରାଜନୀତିରେ ବି ବେଶ ସକ୍ରିୟ ପ୍ରଶାନ୍ତ। ଛାତ୍ର ରାଜନୀତି ଖୋର୍ଦ୍ଧାରୁ ଆରମ୍ଭ କରିଥିବା ବାହୁବଳୀ ବିଧାୟକ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ଯକ୍ଷ ଓ ଜିଲ୍ଲା ବିଜେଡି ସଭାପତି ହୋଇ ସଫଳତା ହାସଲ କରିଛନ୍ତି । ତା'ପରେ ପୂର୍ବତନ ମୁଖ୍ଯମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଠାରୁ ହାରି ସଂଗଠନ ସୁଦୁଢ କରି ବେଗୁନିଆ ବିଧାୟକ ହୋଇ ବେଗୁନିଆ ବିକାଶର ବିଶ୍ବକର୍ମା ସାଜିଥିଲେ ସେ । ଆଉ ଏବେ ଚିଲିକାର ବିଧାୟକ ଅଛନ୍ତି ।"

ଏହା ମଧ୍ୟ ପଢନ୍ତୁ...ପଦ୍ମ ଧରିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, କହିଲେ 'ସୁରକ୍ଷା ଦେବାରେ ଫେଲ୍ ନବୀନ ସରକାର'

ସେପଟେ ପ୍ରଶାନ୍ତ କହିଛନ୍ତି ଦଳ ଯେଉଁଠି ଠିଆ କରିବ ସେହିଠାରୁ ପ୍ରାର୍ଥୀ ହେବି । ସେ ଖୋର୍ଦ୍ଧା କିମ୍ବା ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତ ଲଢିଲେ ଜିତିବା ସମ୍ଭାବନା ଅଧିକ ଥିବାବେଳେ ୩ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ କଣ୍ଟା ହେବେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details