ଓଡିଶା

odisha

ETV Bharat / state

ଜଗତସିଂହପୁରରେ ପୋଲିସର ଫ୍ଲାଗମାର୍ଚ୍ଚ, ଲାଗିଲା ଧାରା 30 (2)

Police Flag March in Jagatsinghpur: ଗତକାଲି ପୋଲିସ ପକ୍ଷରୁ ଜଗତସିଂହପୁର ଓ ପାରାଦ୍ବୀପ ସହରରେ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିବା ସହିତ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Mar 20, 2024, 8:25 AM IST

ପୋଲିସର ଫ୍ଲାଗମାର୍ଚ୍ଚ
ପୋଲିସର ଫ୍ଲାଗମାର୍ଚ୍ଚ

ପୋଲିସର ଫ୍ଲାଗମାର୍ଚ୍ଚ

ଜଗତସିଂହପୁର: ଗତକାଲି ପୋଲିସ ପକ୍ଷରୁ ଜଗତସିଂହପୁର ଓ ପାରାଦ୍ବୀପ ସହରରେ ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିବା ସହିତ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନେଇ ଗତକାଲି ପାରାଦ୍ବୀପ ଓ ଜଗତସିଂହପୁର ସହରର ସମସ୍ତ ୱାର୍ଡରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଲିସ ଆଇନ -1861 ଧାରା-30(2)କୁ ବଳବତ୍ତର ରଖା ଯାଇଛି ।

ଏହି ଆଇନ ଗତ 15 ମାର୍ଚ୍ଚରୁ ଆସନ୍ତା 15 ଜୁନ ପର୍ଯ୍ୟନ୍ତ ବଳବତର ରହିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି । ଧାରା 30(2) ଅନୁଯାୟୀ ଯେ କୌଣସି ବ୍ୟକ୍ତି ସମୂହ ଓ ସର୍ବ ସାଧାରଣ ସ୍ଥଳରେ ଲୋକଙ୍କୁ ଏକତ୍ରୀ କରଣ କରିବା, ରାସ୍ତାଘାଟରେ ସଭା ସମିତି, ପଦଯାତ୍ରା, ଯାନିଯାତ୍ରା ପାଇଁ ଲୋକଙ୍କୁ ଠୁଳ କରିବା କିମ୍ବା ଜନ ସାଧାରଣଙ୍କୁ ଆମନ୍ତ୍ରଣ କରି ଶୋଭାଯାତ୍ରା ଆଦି କରିବା ପାଇଁ ଆରକ୍ଷୀ ନିରୀକ୍ଷକଙ୍କ ଅନୁମତି ବାଧ୍ୟତାମୂଳକ ବୋଲି କୁହାଯାଇଛି । ସେହିପରି ଏକାଧିକ ମଟରଯାନ ବ୍ୟବହାର, ବାଦ୍ୟ ଯନ୍ତ୍ର ଓ ସଙ୍ଗୀତ, ଡ଼ାକବାଜି ଯନ୍ତ୍ର ବା ଧ୍ବନିବର୍ଦ୍ଧକ ଯନ୍ତ୍ର ପାତି ଉପରେ କଟକଣା ଲାଗୁ କରାଯାଇଛି । ଯଦି ଏହାକୁ ନେଇ କୌଣସି କାର୍ଯ୍ୟକ୍ରମ କରାଯାଏ ତେବେ ସମ୍ପୃକ୍ତ ଥାନା ଅଧିକାରୀଙ୍କ ନିକଟରେ ତିନିଦିନ ପୂର୍ବରୁ ଅନୁମତି ନେବାକୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... 2024 ନିର୍ବାଚନୀ ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୁଲିସର ଫ୍ଲାଗମାର୍ଚ୍ଚ

ଯଦି ଏଥିରେ କୌଣସି ବ୍ୟକ୍ତି ଏହାକୁ ଉଲ୍ଲଙ୍ଘନ କରନ୍ତି ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରେସ ବିଜ୍ଞପ୍ତିରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଜିଲ୍ଲାରେ ଆସନ୍ତା ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ୱାରେଣ୍ଟ ଥିବା ବ୍ୟକ୍ତି ଓ ପୂର୍ବରୁ ସଙ୍ଗୀନ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିବା ବ୍ୟକ୍ତି ଓ ଅପରାଧ ପୃଷ୍ଠଭୂମି ରହିଥିବା ବ୍ୟକ୍ତି ମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ପୂର୍ବରୁ ଜିଲ୍ଲା ମଧ୍ୟକୁ ପ୍ରବେଶ କରୁଥିବା ଗାଡି ଗୁଡିକ ଉପରେ ତୀକ୍ଷ ନଜର ରଖିବା ପାଇଁ ଜିଲ୍ଲାର ସମସ୍ତ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଗତସିଂହପୁର ଜିଲ୍ଲାକୁ ସଂଲଗ୍ନ କରୁଥିବା ଜିଲ୍ଲା କଟକ, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାର ସୀମା ନିକଟରେ ପ୍ରବେଶ କରୁଥିବା ଗାଡି ଗୁଡିକୁ ଜୋରଦାର ଯାଞ୍ଚ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂପୁର

ABOUT THE AUTHOR

...view details