ଓଡିଶା

odisha

ETV Bharat / state

ସାଧାରଣ ନିର୍ବାଚନ, ଦକ୍ଷିଣାଞ୍ଚଳ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ - Lok Sabha election 2024 - LOK SABHA ELECTION 2024

DGP Review Meeting: ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବୈଠକ । ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ପାଞ୍ଚ ଜିଲ୍ଲାର ସ୍ଥିତି ସମୀକ୍ଷା କରାଯାଇଛି । ଅଧିକ ପଢନ୍ତୁ

ELECTION PREPARATION
ELECTION PREPARATION

By ETV Bharat Odisha Team

Published : Apr 22, 2024, 12:44 PM IST

ELECTION PREPARATION

ବ୍ରହ୍ମପୁର:ସାଧାରଣ ନିର୍ବାଚନକୁ ନେଇ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ପାଞ୍ଚ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ। ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ ଆଇଜି କାର୍ଯ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜ କିଭଳି ସ୍ବଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହକାରେ ନିର୍ବାଚନ ହେବ ତାହାକୁ ନେଇ ଆଲୋଚନା କରାଯାଇଥିଲା । ଥିସହ ନିର୍ବାଚନ କମିଶନରଙ୍କ ରହିଥିବା ଗାଇଡ ଲାଇନକୁ କିଭଳି କଡାକଡି ପାଳନ କରାଯିବ, ନିର୍ବାଚନ ସମୟରେ କିଭଳି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ, ସୀମାନ୍ତରେ ଚେକ୍ ପୋଷ୍ଟ ଗୁଡ଼ିକ କିଭଳି କଡାକଡି କାର୍ଯ୍ୟକାରୀ ହେବ ,ମାଓ ଗତିବିଧି ଅଞ୍ଚଳରେ କିଭଳି ରହିବ ପୋଲିସର ପଦକ୍ଷେପ ତାହାକୁ ନେଇ ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପାଇଁ ବଲାଙ୍ଗୀରରେ କଡା ସୁରକ୍ଷା ବ୍ୟବସ୍ଥା, ନିୟମିତ ଚାଲିଛି ଚେକିଂ - Election Preparation

ଦକ୍ଷିଣାଞ୍ଚଳ ରେଞ୍ଜ ଅଧୀନରେ ରହିଥିବା ଜିଲ୍ଲା ଗୁଡିକରେ ଆସନ୍ତା ମେ ମାସ ୧୩ ଓ ୨୦ ତାରିଖରେ ନିର୍ବାଚନ ରହିଛି । ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ‌ବୈଠକ ପରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ନିର୍ବାଚନକୁ କିପରି ଅବାଧ ଓ ମୁକ୍ତ କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ମାଓ ଗତିବିଧ‌ି ରହିଥିବା ଜିଲ୍ଲା ବୌଦ୍ଧ ଓ କନ୍ଦମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି । ନିର୍ବାଚନ ସମୟରେ କୌଣସି ପ୍ରକାର ମାଓ ହିଂସା ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଏପରିକି ନିର୍ବାଚନ ବେଳେ ପୋଲିଂ ପାର୍ଟିକୁ ସୁରକ୍ଷା ପ୍ରଦାନ ଏକ ପ୍ରମୁଖ ପ୍ରାଥମିକତା ଦିଆଯାଇଥିବା ବେଳେ ଗତ ଜାନୁଆରୀ ମାସରୁ ଅଦ୍ୟାବଧି ଦକ୍ଷିଣାଞ୍ଚଳ ରେଞ୍ଜରେ ମୋଟ ୪ହଜାର ୩୦୦ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ସେହିପରି ଧାରା ୧୦୭ ଓ ୧୧୦ରେ ପ୍ରାୟ ୧୩ ହଜାର ଲୋକଙ୍କ ବିରୋଧରେ ୪,୫୦୦ ନୋଟିସ ଜାରି କରାଯାଇଛି।

ସେହିପରି ମୁଖ୍ୟତଃ ବେଆଇନ ଅର୍ଥ କାରବାର ସହିତ ଅନ୍ୟାନ୍ୟ ଦିଗ ଉପରେ ନଜର ରଖିବା ପାଇଁ ୨୯ ଟି ଷ୍ଟିଟିକ୍ସ ସର୍ଭିଲାନ୍ସ ଟିମ୍ ସହିତ ଫ୍ଲାଇଙ୍ଗ ସ୍କ୍ବାର୍ଡ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ଲକ୍ଷ ଟଙ୍କା ଜବତ ହୋଇସାରିଥିବା ବେଳେ ନିର୍ବାଚନ ପାଇଁ ପୋଲିସ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଉଛି। ଦକ୍ଷିଣାଞ୍ଚଳ ରେଞ୍ଜରେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି। ଓଡ଼ିଶାରୁ ୨୫ କମ୍ପାନୀ ଫୋର୍ସ କେନ୍ଦ୍ରକୁ ଦିଆଯାଇଛି। ଓଡ଼ିଶାରେ ଶେଷ ପର୍ଯ୍ୟୟରେ ନିର୍ବାଚନ ରହିଥିବାରୁ ସେମାନେ ଫେରିଆସିବା ସହିତ କେନ୍ଦ୍ରରୁ କିଛି ଅଧିକ ଫୋର୍ସ ମିଳିବ ବୋଲି ଆଶା ରଖାଯାଉଛି। ଓଡ଼ିଶା-ଆନ୍ଧ୍ର ସୀମାରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବା ବେଳେ ବ୍ରହ୍ମପୁର ଓ ଗଜପତି ଜିଲ୍ଲାର ଆନ୍ଧ୍ର ସୀମାରେ ଚେକ୍‌ପୋଷ୍ଟ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।


ବ୍ରହ୍ମପୁର ଠାରେ ଆୟୋଜିତ ବୈଠକରେ ଅତିରିକ୍ତ ଡିଜି ଆଇନଶୃଙ୍ଖଳା ସଞ୍ଜୟ କୁମାର, ଅତିରିକ୍ତ ଡିଜି ଅପରେସନ୍ ଦେବଦତ୍ତ ସିଂ, ଗୁଇନ୍ଦା ବିଭାଗ ଆଇଜି ଅନୁପ କୁମାର ସାହୁ, ଗୁଇନ୍ଦା ବିଭାଗର ଡିଆଇଜି କନୱଲ ବିଶାଲ ସିଂ, ଦକ୍ଷିଣାଞ୍ଚଳ ରେଞ୍ଜ ଆଇକି ଜୟନାରାୟଣ ପଙ୍କଜ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଦାୟିତ୍ୱରେ ଥିବା ସାର୍ଥକ ଷଡ଼ଙ୍ଗୀ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଓ ବୈଦ୍ଧ ଏସ୍‌.ପି ରାଜ ପ୍ରସାଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details