ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ’: ଜନପଥରେ ଜନସମୁଦ୍ର, ମୋଦି ମୋଦି ନାରାରେ କମ୍ପିଲା ଭୁବନେଶ୍ବର - PM Modi holds roadshow

PM MODI HOLDS ROADSHOW: ରାଜଧାନୀ ଭୁବନେଶ୍ବର ହେଲା ମୋଦିମୟ । ହାତ ହଲାଇ ସମସ୍ତ ସମର୍ଥକଙ୍କୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM MODI HOLDS ROADSHOW
PM MODI HOLDS ROADSHOW (ETV Bharat Odisha)

By ETV Bharat Odisha Team

Published : May 10, 2024, 10:23 PM IST

Updated : May 10, 2024, 11:10 PM IST

ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ (ETV Bharat Odisha)

ଭୁବନେଶ୍ବର: ମୋଦିମୟ ରାଜଧାନୀ ଭୁବନେଶ୍ବର । 'ମୋଦି ମୋଦି' ନାରାରେ କମ୍ପିଲା ରାଜଧାନୀର ରାଜରାସ୍ତା । ରାମ ମନ୍ଦିରଠାରୁ ବାଣୀ ବିହାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଝଲକ ଦେଖିବା ଲାଗି ଜନତାଙ୍କ ଖଚାଖଚ ଭିଡ଼ । ଆଉ କାହାକୁ ବି ନିରାଶ କରିନାହାନ୍ତି ପ୍ରଧାନମନ୍ତ୍ରୀ । ଉଭୟ ପାର୍ଶ୍ବକୁ ଦେଖି ହାତ ହଲାଇ ସମସ୍ତ ସମର୍ଥକଙ୍କୁ ମୋଦି ଅଭିବାଦନ ଜଣାଇଛନ୍ତି । ମୋଦିଙ୍କୁ ସ୍ବାଗତ କରିବା ଲାଗି ବିଶେଷ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଓଡ଼ିଆ କଳାକାରମାନେ ଲୋକକଳା ନୃତ୍ୟ ପରିବେଷଣ କରିଥିବା ବେଳେ ମାଦଙ୍ଗ ଖଞ୍ଜଣି ବାଦ୍ୟଯନ୍ତ୍ର ବଜାଇଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭୁବନେଶ୍ବର ଲୋକସଭା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ମୋଦିଙ୍କ ସହିତ ରୋଡ ସୋ'ରେ ସାମିଲ ହୋଇଛନ୍ତି । ମୋଦି ହାତରେ ଦଳୀୟ ସଙ୍କେତ ପଦ୍ମ ଚିହ୍ନ ଧରି ସମର୍ଥକଙ୍କୁ ଅଭିବାଦନ ଜଣାଇଛନ୍ତି । ରାସ୍ତାର ସ୍ଥାନେ ସ୍ଥାନେ ମୋଦିଙ୍କ ବିରାଟ ବଡ଼ କଟ୍‌ଆଉଟ୍‌ ଦେଖିବାକୁ ମିଳିଛି । କୋଣାର୍କ ଚକ୍ର ଥିବା ଏକ ଷ୍ଟେଜ ଦେଖିବାକୁ ମିଳିଛି । ଯାହା ଉପରେ ଓଡ଼ିଶୀ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରି ମୋଦିଙ୍କୁ ସ୍ବାଗତ କରିଛନ୍ତି । ଅନ୍ୟପଟେ ଧାରା 370 ଉଚ୍ଛେଦର ଏକ ଷ୍ଟେଜ ମଧ୍ୟ ନିର୍ମିତ ହୋଇଥିଲା । ଯେଉଁଥିରେ ସ୍ଥାନୀୟ କଳାକାର କାଶ୍ମୀରର ପାରମ୍ପରିକ ପୋଷାକ ପିନ୍ଧି ନୃତ୍ୟ ପରିବେଷଣ କରିଥିଲେ ।

ଏହା ବି ପଢନ୍ତୁ- ମୋଦିମୟ ରାଜଧାନୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ’

ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ରାଜ୍ୟ ବିଜେପି କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ଦଳୀୟ କର୍ମୀମାନେ ବାଦ୍ୟଯନ୍ତ୍ର ସହ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରିଥିଲେ । ଏଠାରୁ ପ୍ରଧାନମନ୍ତ୍ରୀ ରୋଡ ସୋ' ଆରମ୍ଭ କରିଥିଲେ । ବାଣୀ ବିହାର ପର୍ଯ୍ୟନ୍ତ ଚାଲିଥିଲା ଏହି ରୋଡ ସୋ' ।

ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦି ଆଜି ରାଜଭବନରେ ରାତ୍ରୀଯାପନ କରିବେ । ଏହାପରେ ଆସନ୍ତାକାଲି 3ଟି ରାଲିରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ସକାଳ 9.30ରେ କନ୍ଧମାଳରେ ଆୟୋଜିତ ରାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପରେ ସେଠାରୁ ବଲାଙ୍ଗୀର ଯିବେ । ବଲାଙ୍ଗୀରରେ 11.30 ସମୟରେ ଦ୍ବିତୀୟ ରାଲିରେ ଅଂଶ ଗ୍ରହଣ କରିବେ । ସେଠାରୁ ଦିନ 1ଟାରେ ପ୍ରଧାନମନ୍ତ୍ରୀ ମୋଦି ବରଗଡ଼ରେ ଆୟୋଜିତ ଦଳୀୟ ରାଲିରେ ଯୋଗଦେବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 10, 2024, 11:10 PM IST

ABOUT THE AUTHOR

...view details