ଓଡିଶା

odisha

ପୂରଣ ହେଲା ଦୀର୍ଘଦିନର ଦାବି, ଟାଟାନଗରରୁ ବାଦାମପାହାଡକୁ ଗଡିଲା ସନ୍ଧ୍ୟାକାଳୀନ ମେମୁ ଟ୍ରେନ

By ETV Bharat Odisha Team

Published : Mar 2, 2024, 9:23 AM IST

MEMU train: ଟାଟାନଗରରୁ ବାଦାମପାହାଡ ସନ୍ଧ୍ୟାକାଳୀନ ମେମୁ ଟ୍ରେନର ଶୁଭାରମ୍ଭ । ଆଭାସୀ ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

MEMU train
MEMU train

MEMU train

ରାଇରଙ୍ଗପୁର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଟାଟାନଗରରୁ ବାଦାମପାହାଡ ମେମୁ ଟ୍ରେନର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ରେଳ ଉପରେ ସୁଚିନ୍ତିତ ବକ୍ତବ୍ୟ ଦେବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଏହି ଟ୍ରେନ୍ ଶୁଭାରମ୍ଭ ଫଳରେ ଭାରତର ଅର୍ଥନୀତି, ବେପାର ବାଣିଜ୍ୟର ଉନ୍ନତି ହେବା ସହିତ ଭାରତ ଇତିହାସରେ ନୂଆ ଯୁଗର ଅୟମାରମ୍ଭ ହୋଇପାରିଛି ବୋଲି କହିଥିଲେ । ଏହି ଅବସରରେ ବାମନଘାଟୀ ଉପଖଣ୍ଡ ବାଦାମପାହାଡ ରେଳ ଷ୍ଟେସନ ନିକଟରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ଓ ବିଜେପି ରାଜ୍ୟ ସଂପାଦକ ନବୀନ ରାମ ପ୍ରମୁଖ ଉପସ୍ଥିତ ରହିଥିଲେ।

ଅତିଥିମାନେ ନୂଆ ରେଳ ଶୁଭାରମ୍ଭରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହିତ ଭାରତ ପ୍ରଗତି କ୍ଷେତ୍ରରେ ନୂଆ ରାହା ସୃଷ୍ଟି ହେବ ବୋଲି କହିଥିଲେ । ତେବେ ସନ୍ଧ୍ୟା ସମୟରେ ଟାଟାନଗର ରେଳ ଷ୍ଟେସନରୁ ବାଦାମପାହାଡ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ଟ୍ରେନ ଚଳାଚଳ ପାଇଁ ଦୀର୍ଘ ଦିନରୁ ରାଇରଙ୍ଗପୁରବାସୀଙ୍କ ଦାବି କରିଆସୁଥିଲା । କାରଣ ରାଇରଙ୍ଗପୁର ଉପଖଣ୍ଡର ଲୋକେ ବିଭିନ୍ନ ବ୍ୟବସାୟ ପାଇଁ ଅଧିକାଂଶ ସମୟ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁ୍ର ଯାଉଥିବା ବେଳେ ସନ୍ଧ୍ୟା ସମୟରେ ଫେରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ବର୍ତ୍ତମାନ ଏହି ସନ୍ଧ୍ୟାକାଳୀନ ଟ୍ରେନ ଚଳାଚଳର ଶୁଭ ଉଦଘାଟନ ହେବା ପରେ ରାଇରଙ୍ଗପୁର ଉପଖଣ୍ଡବାସୀ ଉପକୃତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବଲାଙ୍ଗୀରରୁ ଅଯୋଧ୍ୟା ଗଡ଼ିଲା ସ୍ବତନ୍ତ୍ର ଟ୍ରେନ, ରାମଲାଲାଙ୍କ ଦର୍ଶନ ପାଇଁ ଉତ୍ସାହିତ ଶ୍ରଦ୍ଧାଳୁ

ଦୀର୍ଘ ବର୍ଷ ପରେ ଅଞ୍ଚଳବାସୀଙ୍କ ସ୍ବପ୍ନ ସାକାର ହୋଇଛି । ଉକ୍ତ ମେମୁ ଟ୍ରେନ ସନ୍ଧ୍ୟା ୬.୦୦ ସମୟରେ ଟାଟା ନଗର ରେଳ ଷ୍ଟେସନରୁ ବାହାରି ହଳଦୀ ପୋଖରୀ, ସିରିଡିସାଇ, ବହଳଦା ରୋଡ, ଅଁଳାଯୋଡି, ଗୋରୁମହିଷାଣୀ, ରାଇରଙ୍ଗପୁର, କୁଲଡ଼ିହା, ଛଣୁଆ ରେଳ ଷ୍ଟେସନ ଦେଇ ରାତି ୯.୦୫ ସମୟରେ ବାଦାମପାହାଡ ପହଞ୍ଚିବ। ପୁଣି ରାତି ୯.୧୫ ସମୟରେ ବାଦାମପାହାଡ ରେଳ ଷ୍ଟେସନରୁ ଛାଡ଼ି ରାତି ୧୧.୩୦ ସମୟରେ ଟାଟାନଗର ରେଳ ଷ୍ଟେସନକୁ ପ୍ରତ୍ୟାବର୍ତ୍ତନ କରିବ। ତେବେ ଗତକାଲି(ଶୁକ୍ରବାର) ପରୀକ୍ଷାମୂଳକ ଭିତ୍ତିରେ ଟାଟାନଗର ରେଳ ଷ୍ଟେସନରୁ ବାଦାମପାହାଡ ରେଳ ଷ୍ଟେସନ ପହଞ୍ଚି ଥିଲା ଟାଟାନଗର-ବାଦାମପାହାଡ ମେମୁ ଟ୍ରେନ । ଏନେଇ ରାଇରଙ୍ଗପୁର ଉପଖଣ୍ଡବାସୀ ବେଶ ଆନନ୍ଦିତ ଥିବା ସହିତ ଏ ମାଟିର ଝିଅ ତଥା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ମତ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details