ଓଡିଶା

odisha

ETV Bharat / state

ବ୍ରହ୍ମପୁର ଗ୍ରସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ମା' ତାରାତାରିଣୀଙ୍କ କଲେ ଦର୍ଶନ - PM PRINCIPAL SECRETARY

ବ୍ରହ୍ମପୁର ଗ୍ରସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର । ତାରାତାରିଣୀଙ୍କ ଦର୍ଶନ ପରେ ଆଇଟିଆଇ କଲେଜ କଲେ ପରିଦର୍ଶନ ।

pm modi  principal secretary
pm modi principal secretary (ETV BHARAT ODISHA)

By ETV Bharat Odisha Team

Published : Dec 3, 2024, 8:10 AM IST

Updated : Dec 3, 2024, 11:35 AM IST

ବ୍ରହ୍ମପୁର: ବ୍ରହ୍ମପୁର ଗ୍ରସ୍ତରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର । ମା' ତାରାତାରିଣୀଙ୍କ ଦର୍ଶନ କରିବା ସହିତ ସେଠାକାର ଉନ୍ନୟନମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହିତ ବ୍ରହ୍ମପୁର ସହରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)କୁ ପରିଦର୍ଶନ କରିଛନ୍ତି । ଏହି ଅବସରରେ ଆଇଟିଆଇକୁ ବୁଲି ଦେଖିବା ସହିତ ବିଦ୍ୟାର୍ଥୀଙ୍କ ସହିତ ଆଲୋଚନା କରିଥିଲେ ପିକେ ମିଶ୍ର ।

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ :

ଗତକାଲି ପିକେ ମିଶ୍ର ପ୍ରଥମେ ବ୍ରହ୍ମପୁର ସହରରୁ ସିଧାସଳଖ ମା' ତାରାତାରିଣୀଙ୍କ ପୀଠରେ ପହଞ୍ଚି ପରିବାର ସହିତ ଦର୍ଶନ କରିଛନ୍ତି । ସେଠାରେ ପ୍ରାୟ ୩୦ ମିନିଟ୍ ଧରି ରହିବା ସହିତ ପୁଜାର୍ଚ୍ଚନା କରିଥିଲେ । ପରେ ପୀଠରେ କିପରି ଚାଲିଛି ସରକାରଙ୍କ ଉନ୍ନୟନମୂଳକ କାଯ୍ୟ ତାହାକୁ ବୁଲି ଦେଖିବା ସହିତ ଉପସ୍ଥିତ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ରୁଷିକୁଲ୍ୟା ନଦୀ କୂଳର ପ୍ରାକୃତିକ ମନୋହର ଦୃଶ୍ୟକୁ ମଧ୍ୟ ଉପଭୋଗ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଗ୍ରସ୍ତ ପରେ ପୀଠର ଆହୁରି ଉନ୍ନତି ହେବ ବୋଲି ଆଶା କରିଛନ୍ତି ମୁଖ୍ୟ ପୂଜକ ବାପୁଜି ରଣା । ଏହି ଗ୍ରସ୍ତ ସମୟରେ ଭକ୍ତଙ୍କ ପାଇଁ ସୁବିଧା, ଯାତ୍ରୀଙ୍କ ପାଇଁ ରହିବା ସ୍ଥଳୀ, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କିଭଳି ଶେଷ ହେବ ସେ ନେଇ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ପିକେ ମିଶ୍ର ।

PM PRINCIPAL SECRETARY (ETV BHARAT ODISHA)
PM PRINCIPAL SECRETARY (ETV BHARAT ODISHA)


ମା'ଙ୍କ ପୀଠକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ:

ମା' ତାରାତାରିଣୀଙ୍କ ପୀଠକୁ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ପାଇଁ ସେବାୟତଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଦର୍ଶନ ଅବସରରେ ସେବାୟତ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ମନ୍ଦିରକୁ ନିଶ୍ଚିନ୍ତ ଆସିବେ ବୋଲି ସେବାୟତ ମାନେ ଆଶା ରଖିଥିବା କହିଛନ୍ତି ମୁଖ୍ୟପୂଜକ ବାପୁଜୀ ରଣା।

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଏକାଧିକ କାର୍ଯ୍ୟକ୍ରମରେ ସାମିଲ
ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଆଇଟିଆଇ ପରିଦର୍ଶନ:

PM PRINCIPAL SECRETARY (ETV BHARAT ODISHA)

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ବ୍ରହ୍ମପୁର ସରକାରୀ ଆଇଟିଆଇ ପରିଦର୍ଶନ କରିଥିଲେ । ଆଇଟିଆଇ ଶିକ୍ଷାନୁଷ୍ଠାନରେ ପହଞ୍ଚି କିପରି ବର୍ଜ୍ୟବସ୍ତୁ ଏବଂ ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ବିଦ୍ୟାର୍ଥୀ ମାନେ ଜ୍ଞାନ କୌଶଳ ବ୍ୟବହାର କରି ଶିକ୍ଷାନୁଷ୍ଠନ ପରିସରକୁ ସୁନ୍ଦର ଭାବରେ ଭଳିକିଭଳି ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ତାହାକୁ ଅନୁଧ୍ୟାନ କରିଥିଲେ । ପରେ ଏହାକୁ ନେଇ ଶିକ୍ଷାନୁଷ୍ଠାନ ପରିସରରେ ପରିକ୍ରମା କରିବା ସହିତ ବିଦ୍ୟାର୍ଥୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ପୂଜାରାଣୀ ବାରିକ ନିଜ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଗ୍ରସ୍ତକୁ ନେଇ ବେଶ ଖୁସି ଅନୁଭବ କରିବା ସହିତ ବିଦ୍ୟାର୍ଥୀ ମାନଙ୍କ ସ୍କିଲକୁ ଦେଖି ବେଶ ଖୁସି ଅନୁଭବ କରିଥିବା କହିଛନ୍ତି ।

PM PRINCIPAL SECRETARY (ETV BHARAT ODISHA)

ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ସହିତ ଆଲୋଚନା ସମୟରେ ପିକେ ମିଶ୍ର କେଉଁ କାରଣରୁ ବିଦ୍ୟାର୍ଥୀ ମାନେ ଶିଳ୍ପ ତାଲିମ ଅନୁଷ୍ଠାନରେ ନାମ ଲେଖାଇଛନ୍ତି ତାହାକୁ ପଚାରି ବୁଝିବା ସହିତ ବିଦ୍ୟାର୍ଥୀ ମାନେ କିପରି ଟେକ୍ନିକାଲ ଶିକ୍ଷାରେ ନିଯୁକ୍ତି ସୁଯୋଗ ପାଇଥାନ୍ତି ତାହାକୁ ନେଇ ଆଲୋଚନା କରିଥିଲେ । ଏପରିକି ଶିକ୍ଷାନୁଷ୍ଠାନରେ କିପରି ଅଧ୍ୟୟନର ବାତାବରଣ ରହିଛି ଏବଂ ଶିକ୍ଷକ-ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଅଧ୍ୟୟନ ପରିବେଶ ସହିତ ହଷ୍ଟେଲ ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିବା କହିଛନ୍ତି ବିଦ୍ୟାର୍ଥୀ ମାନେ । ସେପଟେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ବର୍ଷା ସ୍ୱାଇଁଙ୍କ କହିବା କଥା, ପ୍ରମୁଖ ସଚିବଙ୍କ ଗ୍ରସ୍ତ ସମୟରେ ବିଦ୍ୟାର୍ଥୀଙ୍କ ସହିତ ଆଲୋଚନା ହେଲା ଏବଂ ବିଦ୍ୟାର୍ଥୀ ମାନେ ଆଇଟିଆଇ ଶିକ୍ଷା ପ୍ରତି କାହିଁକି ଆଗ୍ରହୀ ହେଉଛନ୍ତି ତାହାକୁ ପଚାରି ବୁଝିଥିଲେ । ମୁଖ୍ୟତଃ ଆଇଟିଆଇ ଶିକ୍ଷା ଶେଷ ପରେ ବିଦ୍ୟାର୍ଥୀ ମାନଙ୍କୁ କ୍ୟାମ୍ପାସ୍ ଭଳି ନିଯୁକ୍ତି ସୁଯୋଗ ମିଳୁଥିବାରୁ ବହୁ ମାତ୍ରାରେ ଛାତ୍ରୀ ମାନେ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ.ମିଶ୍ର ଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲାପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।

PM PRINCIPAL SECRETARY (ETV BHARAT ODISHA)

ଇଟିଭି ଭାରତ, ବ୍ରହ୍ମପୁର

Last Updated : Dec 3, 2024, 11:35 AM IST

ABOUT THE AUTHOR

...view details