ଭୁବନେଶ୍ବର:ବଢିବ ପିଏମ୍ ଆବାସ ଟଙ୍କା । ପିଏମ୍ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ । ଏନେଇ ଖୁବଶୀଘ୍ର ସମ୍ପୂର୍ଣ୍ଣ ଗାଇଡଲାଇନ ଆସିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।
ଆସିବ ନୂଆ ଗାଇଡଲାଇନ:-
ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ 15 ଲକ୍ଷ ଘର ଦେବାକୁ ଲକ୍ଷ୍ୟ ରଖିଛି । ଏହାରି ଭିତରେ ନୂଆ ଗାଇଡଲାଇନ ଆସିବ ତା' ଉପରେ ଆମେ କାମ କରିବୁ । ବିଗତ ଦିନରେ ଯେଉଁମାନେ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି ଏବଂ ଯୋଗ୍ୟ ହିତାଧିକାରୀ ଯେଉଁମାନେ ଅଛନ୍ତି ସେମାନେ କେମିତି ଘର ପାଇପାରିବେ ସେଥିପାଇଁ ପ୍ରତ୍ୟେକ ଡିପାର୍ଟମେଣ୍ଟର କର୍ମକର୍ତ୍ତାମାନଙ୍କୁ ଯେଉଁମାନେ ପଞ୍ଚାୟତ ଏବଂ ବ୍ଲକ ଲେବଲର କାମ କରୁଛନ୍ତି ସେମାନେ ତଦାରଖ କରିବେ । ଗାଇଡଲାଇନକୁ ଲୋକଲୋଚନକୁ ଆଣିବୁ ।"
ଏହା ବି ପଢନ୍ତୁ- ଲକ୍ଷ ଲକ୍ଷ ଲୋକ ପାଇବେ ପକ୍କା ଘର, ବର୍ଷା ଦିନ ପରେ ନନଷ୍ଟପ୍ ଘର ବାଣ୍ଟିବେ ମୋହନ ସରକାର
ଏହା ସହିତ ଅନ୍ତୋଦୟ ଗୃହ ଯୋଜନା ନେଇ ସେ ଆହୁରି ମଧ୍ୟ କହିଛନ୍ତି, "ବନ୍ୟା, ବାତ୍ୟା, ଘରପୋଡ଼ି ଭଳି ବିପର୍ଯ୍ୟୟରେ ଘର ଯୋଗାଇ ଦେବୁ । ଆଗାମୀ ଦିନରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ମନରେଗାକୁ ମିଶାଇଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ପାଇବେ ୨ ଲକ୍ଷ ଟଙ୍କା ।"