ଓଡିଶା

odisha

ETV Bharat / state

ଜୁନ୍‌ ୭ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ କିଭଳି କରିବେ ଆବେଦନ ? - Plus Two Admission Form Apply Date - PLUS TWO ADMISSION FORM APPLY DATE

Plus Two Admission Form Apply Date: ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖା ପାଇଁ ଆସନ୍ତା ୭ ତାରିଖ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ । ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ ମାଧ୍ୟମରେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଅଧିକ ପଢନ୍ତୁ

Plus Two Admission Form Apply Date
Plus Two Admission Form Apply Date (ETV Bharat Odisha)

By ETV Bharat Odisha Team

Published : Jun 1, 2024, 10:42 PM IST

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୭ ତାରିଖ ଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍ ମାଧ୍ୟମରେ ସାମ୍ସ ପୋର୍ଟାଲ ମାଧ୍ୟମରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ କରିବେ । ତେବେ ୱେବସାଇଟ ହେଉଛି www samsodisha.gov.in ମାଧ୍ୟମରେ ଆବେଦନ କରିବେ ଛାତ୍ରଛାତ୍ରୀ ।

ରାଜ୍ୟରେ ଯୁକ୍ତ ଦୁଇ ପାଇଁ ନାମ ଲେଖାଇବାକୁ ଥିବା ୨୨୨୧ଟି କଲେଜରେ ଇ-ଆଡ଼୍‌ମିଶନ୍ କରାଯିବ । ଯୁକ୍ତ ଦୁଇ କଲେଜରେ ବର୍ତ୍ତମାନ ସୁଦ୍ଧା କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ଟି ସିଟ ରହିଛି । ସେହିପରି ଭାବରେ ବାଣିଜ୍ୟରେ ୪୦ ହଜାର ୧୦୪ଟି ସିଟ ରହିଥିବା ବେଳେ ସଂସ୍କୃତରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍‌ ଉପଲବ୍ଧ ରହିଅଛି । ଅଧିକ ସୂଚନା ପାଇବା ପାଇଁ ଛାତ୍ରଛାତ୍ରୀ ମାନେ ହେଲପ୍‌ଲାଇନ୍‌ ନମ୍ବର ୧୫୫୩୩୫ / ୧୮୦୦୩୪୫୬୭୭୦ ନମ୍ବରରେ ଯୋଗାଯୋଗ କରିପାରିବେ ।

ଏହା ମଧ୍ୟ ପଢନ୍ତୁ ....ଆଜିଠୁ ଯୁକ୍ତ ଦୁଇ ମାର୍କର ପୁନଃ ଯାଞ୍ଚ ଆବେଦନ ଆରମ୍ଭ, ୧୫ ଦିନ ମଧ୍ଯରେ ମିଳିବ ଫଳାଫଳ - CHSE PLUS 2 MARK REVALUATION

ସାମ୍ସ ତଥ୍ୟ ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ୨୨୧୬ ଟି ଯୁକ୍ତ ଦୁଇ କଲେଜ ରହିଥିବା ବେଳେ କଳାରେ ସିଟ ସଂଖ୍ୟା ୨ ଲକ୍ଷ ୯୪ ହଜାର ୬୧୯ ସିଟ ରହିଥିବା ବେଳେ ୩୩ ହଜାର ୮୯୮ ସିଟ ବଳକା ରହିଥିଲା । ସେହିପରି ଭାବରେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୩୩ ଟି ସିଟ ରହିଥିବା ବେଳେ ୫୫ ହଜାର ୮୦ ଟି ସିଟ ବଳକା ରହିଥିଲା । ବାଣିଜ୍ୟରେ ୪୦ ହଜାର ୧୦୬ ଟି ସିଟ ରହିଥିବା ବେଳେ ବଳକା ସିଟ ରହିଥିଲା ୧୩ ହଜାର ୬୪୪ ଟି ସିଟ । ୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟରେ ମୋଟ ଯୁକ୍ତ ଦୁଇ କଲେଜ ରହିଥିଲା ୨ ହଜାର ୬୮ଟି । ସେଥିରୁ କଳା ବିଭାଗର ସିଟ ସଂଖ୍ୟା ୨ ଲକ୍ଷ ୭୭ ହଜାର ୪୫୫ ସିଟ ରହିଥିବା ବେଳେ ସିଟ ବଳକା ରହିଥିଲା ୫୧ ହଜାର ୭୯୦ ।

ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪ ଟି ସିଟ ରହିଥିବା ବେଳେ ବଳକା ସିଟ ରହିଥିଲା ୬୧ ହଜାର ୩୦ ଟି ସିଟ ଏବଂ ବାଣିଜ୍ୟରେ ମୋଟ ସିଟ ସଂଖ୍ୟା ୪୫ ହଜାର ୩୩୩ ଟି ସିଟ ରହିଥିବା ବେଳେ ୨୦ ହଜାର ୧୩୭ ଟି ସିଟ ବଳକା ହୋଇଥିଲା । ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ କଲେଜ ବଢିବା ସହିତ ବିଭିନ୍ନ ବିଭାଗରେ ମଧ୍ୟ ସିଟ ବୃଦ୍ଧି ଘଟୁଛି । କିନ୍ତୁ ତଥ୍ୟ ଆଧାରରେ ଦେଖାଗଲେ ଅନେକ କଲେଜରେ ସିଟ ପୂରଣ ହୋଇପାରୁନାହିଁ, ଯାହା ଫଳରେ ହଜାର ହଜାର ସିଟ ଖାଲି ପଡ଼ିଥିବା ସାମ୍ସ ତଥ୍ୟରୁ ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details