ଓଡିଶା

odisha

ETV Bharat / state

ମହିଳାଙ୍କୁ ରାହା ଦେଖାଇଲା ଜରି ବ୍ୟାଗ, ରୋଜଗାର କରି ପରିବାର ଚଳାଉଛନ୍ତି

ହୀରାପୁର ମହିଳାଙ୍କୁ ରାହା ଯୋଗାଇଛି ଜରି ବ୍ୟାଗ । ଏହା ସାହାଯ୍ୟରେ ରୋଜଗାର କରି ପରିବାର ଚଳାଉଛନ୍ତି ହୀରାପୁର ଗାଁର ମହିଳା।

Self Reliant Women
Self Reliant Women (Etv Bharat)

By ETV Bharat Odisha Team

Published : 5 hours ago

ନିଆଳି:ରୋଜଗାର ଦେଉଛି ଜରି ବ୍ୟାଗ । ବର୍ଷେ କି ଦୁଇ ବର୍ଷ ନୁହଁ 20ରୁ 25 ବର୍ଷ ହେବ ଜରି ବ୍ୟାଗ ତିଆରି କରି ସ୍ବାବଲମ୍ବୀ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତର ହୀରାପୁର ଗାଁର ମହିଳାମାନେ । ଗ୍ରାମର ପ୍ରାୟ 70 ଭାଗ ମହିଳା ଜରିରୁ ବ୍ୟାଗ ତିଆରି କରୁଛନ୍ତି । ଏଇଥିରୁ ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳେ । ଜଣେ ମହିଳା ତାଙ୍କ ପୁଅକୁ ଡାକ୍ତର କରିପାରିଛନ୍ତି ।

PLASTIC BAG (ETV BHARAT ODISHA)

ଗାଁର ସୁକାନ୍ତି ଦାସ କହିଛନ୍ତି," ବଡ ଯା'ଙ୍କ ଠାରୁ ଜରି ବ୍ୟାଗ ତିଆରି ପ୍ରଥମେ ଶିଖିଥିଲି । ଗୋଟିଏ ସିଲାଇ ମେସିନ ଆଣି ଜରି ବ୍ୟାଗ ତିଆରି ଆରମ୍ଭ କରିଥିଲି । ସ୍ବାମୀଙ୍କ ରୋଜଗାରରେ ଘର ଚଳିଵା କଷ୍ଟ ହେଉଥିବାରୁ ବ୍ୟାଗ ରୋଜଗାରର ରାସ୍ତା ଦେଖାଇଥିଲା। ଜରି ତିଆରି କରି ପିଲାମାନେ ପାଠ ପଢିବା ସହିତ ଘର,ଗାଡି ଓ ବ୍ୟାଙ୍କ ଲୋନ ଶୁଝିବାରେ ସକ୍ଷମ ହୋଇପାରିଛି । ଦୀର୍ଘ ୨୦ ରୁ ୨୫ ବର୍ଷ ହେବ ନିଜ ଉଦ୍ୟମରେ ଜରି ବ୍ଯାଗ ତିଆରି କରୁଛି । ''

PLASTIC BAG (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବୈଦ୍ୟରୁ ସଫଳ ବ୍ୟବସାୟୀ, ଅନ୍ୟମାନଙ୍କ ପାଇଁ ପ୍ରେରଣା ଲୁଗ୍ନା ଜଫ୍ରିନ

ଏହା ମଧ୍ୟ ପଢନ୍ତୁ-ବରଦାନ ସାଜିଛି ଶିଆଳି ପତ୍ର, ସ୍ବାବଲମ୍ବୀ ଆଦିବାସୀ ମହିଳା - Siali Leaf


ହୀରାପୁର ଗାଁର ଆଉ ଜଣେ ମହିଳା ହେଉଛନ୍ତି ଇତିଶ୍ରୀ ଦାସ । ତାଙ୍କ କହିବା କଥା, ବିବାହ ପୂର୍ବରୁ ସେ ବ୍ୟାଗ ତିଆରି ଶିଖିଥିଲେ । ସେ ଏବେ ଶାଶୁଘରେ ବ୍ଯାଗ ତିଆରି କରୁଛନ୍ତି । ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସହଯୋଗ କରନ୍ତି । ବିଭିନ୍ନ ଅଞ୍ଚଳରୁ ଜରି ଅଖା ସଂଗ୍ରହ କରିବାରେ ପରେ ବ୍ଯାଗ ତିଆରି ହୁଏ । ପରେ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ନିମାପଡ଼ା, କାକଟପୁର, ନିଆଳି, କଣ୍ଟାପଡ଼ା, ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳର ବ୍ୟବସାୟୀ ଓ ଦୋକାନୀମାନଙ୍କୁ ବିକ୍ରି କରାଯାଏ । ବ୍ୟାଗ ତିଆରି କରି ପୁଅକୁ ଡାକ୍ତର କରିବାରେ ସଫଳ ହୋଇଥିବା ନେଇ ସେ କହିଛନ୍ତି ।

PLASTIC BAG (ETV BHARAT ODISHA)

ସୁଷମା ଦାସ କହିଛନ୍ତି, '' ୧୯୯୨ ମସିହା ଠାରୁ ଜରି ବ୍ଯାଗ ତିଆରି କରି ରୋଜଗାର କ୍ଷମ ହୋଇପାରିଛୁ । ଜରି ବ୍ଯାଗ ତିଆରି ସମୟରେ ପରିବାରର ପୁରୁଷ ଓ ମହିଳାମାନେ ସମସ୍ତେ ସହଯୋଗ କରିଥାନ୍ତି । ଏହା ଏକ ମାତ୍ର ରୋଜଗାରର ମାଧ୍ୟମ । କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ସୁବିଧା ମିଳିନାହିଁ । ''

PLASTIC BAG (ETV BHARAT ODISHA)


ବାଳକାଟି ଅଞ୍ଚଳର ସମାଜସେବୀ ଦିନବନ୍ଧୁ ଭୋଇ କହିଛନ୍ତି," ହିରାପୁର ଗାଁର ଲୋକମାନେ ୭୦ ଭାଗ ଲୋକମାନେ ଜରି ବ୍ଯାଗ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି । ବିଭିନ୍ନ ଅଞ୍ଚଳରୁ ଜରି ଅଖା ସଂଗ୍ରହ ପରେ ଅଖାକୁ ଧୋଇବା ପରେ ଖରାରେ ଶୁଖାଇଲା ପରେ ବ୍ଯାଗ ତିଆରି ହୁଏ । ନିଜ ଉଦ୍ୟମରେ ହୀରାପୁର ଗାଁର ମହିଳା ଓ ପୁରୁଷ ବ୍ଯାଗ ତିଆରି କରୁଛନ୍ତି । ସରକାରୀ ପ୍ରୋତ୍ସାହନ ନାହିଁ ।" ସରକାର ହୀରାପୁର ଜରି ବ୍ଯାଗକୁ କୁଟୀର ଶିଳ୍ପରେ ପରିଣତ କରିବା ପାଇଁ ଦାବି କରିଛନ୍ତି ଏଠାକାର ମହିଳା।

PLASTIC BAG (ETV BHARAT ODISHA)
ଇଟିଭି ଭାରତ, ନିଆଳି

ABOUT THE AUTHOR

...view details