ଓଡିଶା

odisha

ETV Bharat / state

ଗୋପ ବ୍ଲକରେ ଶିଶୁଙ୍କୁ ନିମ୍ନମାନର ଛତୁଆ ଦିଆଯାଉଥିବା ଅଭିଯୋଗ - POOR QUALITY CHHATUA

ଶିଶୁଙ୍କୁ ନିମ୍ନମାନର ଛତୁଆ ଅଭିଯୋଗ । ଛତୁଆ ଚଲାଇଲେ ବାହାରୁଛି ଚୋକଡ଼ । ଅଭିଯୋଗକୁ ଖଣ୍ଡନ କଲେ ଯୋଗାଣକାରୀ ସଂସ୍ଥା ।

Poor Quality Chhatua
Poor Quality Chhatua (ETV Bharat Odisha)

By ETV Bharat Odisha Team

Published : Nov 28, 2024, 7:41 PM IST

ନିମାପଡ଼ା: ରାଜ୍ୟ ସରକାର କୋମଳମତି ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଅପପୃଷ୍ଟି ଦୂର ସହିତ ସୁଷମ ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ଛତୁଆ ଅଣ୍ଡା ବୁଟ ଆଦି ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ଯୋଗାଇ ଦେଉଛନ୍ତି । ତେବେ ପୁରୀ ଜିଲ୍ଲା ଗୋପ ବ୍ଲକରେ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ଛତୁଆ, ଲୋକଙ୍କ ବିଶ୍ୱାସ ଭରସା ତୁଟାଉଛି ବୋଲି ଅଭିଯୋଗ ହୋଇଛି । ଗୋଟିଏ ପ୍ୟାକେଟ ଛତୁଆରୁ ପ୍ରଚୁର ପରିମାଣର ଚୋକଡ ଭଳି ଦାନା ବାହାରୁଥିଛି । ଯାହା କି କୋମଳ ମତି ଶିଶୁ ଗର୍ଭବତୀ ମହିଳାଙ୍କ ଶରୀର ପାଇଁ ଏହି ଛତୁଆ ବିପଦ ସୃଷ୍ଟି କରିପାରେ ବୋଲି ଗୋପ ବ୍ଲକ ଅନ୍ତର୍ଗତ ଦେସ୍ଥଳୀ ଗ୍ରାମ ପଞ୍ଚାୟତର ପିଣ୍ଡୋଳ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଛତୁଆରୁ ଚୋପଡ଼ ବାହାରୁଥିବା ଅଭିଯୋଗ:

Poor Quality Chhatua (ETV Bharat Odisha)

ପୁରୀ ଜିଲ୍ଲା ଗୋପ ବ୍ଲକରେ ପ୍ରକଳ୍ପ ସ୍ତରୀୟ ମହାସଂଘ ଛତୁଆ ପ୍ରସ୍ତୁତିର ଦାୟିତ୍ଵ ନେଇଛି । ପ୍ରତି ମାସରେ ତିଆରି ହେଉଥିବା ଛତୁଆ ଗୋପ ବ୍ଲକ ଅଞ୍ଚଳରେ ଥିବା ୨୮୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ୪ ହଜାର ୭୨୭ ଶିଶୁ ଥିବାବେଳେ ଗର୍ଭବତୀ ଓ ପ୍ରସୂତି ୧ ହଜାର ୬୫୪ ଜଣଙ୍କୁ ଛତୁଆ ଯୋଗାଇ ଦିଆଯାଉଛି । ଅଙ୍ଗନବାଡ଼ି କର୍ମୀମାନେ କୋମଳ ମତି ଶିଶୁ ଗର୍ଭବତୀ ମହିଳାମାନଙ୍କୁ ଖାଇବା ପାଇଁ ଛତୁଆ ବଣ୍ଟନ କରିଥାନ୍ତି । ତେବେ ଯୋଗାଇ ଦିଆଯାଉଥିବା ଛତୁଆ ଖାଇବା ପାଇଁ ଉପଯୋଗୀ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । କିଛି ଅଭିଭାବକ ଛତୁଆକୁ ଚଲେଇବା ପରେ ସେଥିରେ ପ୍ରଚୁର ପରିମାଣର ଚୋକଡ ଭଳି ଦାନା ବାହାରୁଥିବା ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ଅଭିଭାବକମାନେ ଅଙ୍ଗନବାଡ଼ି କର୍ମୀଙ୍କୁ ପଚାରିବାରେ ଯାହା ସେମାନଙ୍କୁ ବାଣ୍ଟିବା ପାଇଁ ଦିଆଯାଉଛି ସେମାନେ ତାହା ଦେଉଛନ୍ତି ବୋଲି ଅଙ୍ଗନବାଡ଼ି କର୍ମୀ କହିଛନ୍ତି ।

'ଖାଇବା ଯୋଗ୍ୟ ନୁହେଁ ଛତୁଆ':

ଅଭିଯୋଗକାରୀ ପବିତ୍ର ମୋହନ ରଥ କହିଛନ୍ତି, "ଏ ଛତୁଆ ନିମ୍ନମାନର । ଏହା ଖାଇବା ଉପଯୋଗୀ ନୁହେଁ । ପୃଷ୍ଟିକର ଖାଦ୍ୟ ନାଁରେ ଅପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଏ ଛତୁଆ ଖାଇଲେ ଉନ୍ନତି ହେବା ପରିବର୍ତ୍ତା ସ୍ବାସ୍ଥ୍ୟ ଖରାପ ହେବ । ତୁରନ୍ତ ଏହାର ତଦନ୍ତ କରାଯାଇ ଛତୁଆ କମ୍ପନୀକୁ ବନ୍ଦ କରାଯାଉ । ନଚେତ ଭଲ ମାନର ଛତୁଆ ଯୋଗାଇ ଦିଆଯାଉ ।" ସେହିପରି ଅଭିଭାବକ ବୀଣାପାଣି ମିଶ୍ର କହିଛନ୍ତି,"ଛତୁଆ ଚଲାଇବାରୁ ସେଥିରୁ ଅଧା ଚୋକଡ଼ ବାହାରୁଛି । ଏହା ଖାଇବା ଯୋଗ୍ୟ ନୁହେଁ । ଏ ଛତୁଆ ଖାଇଲେ ଦେହ ଖରାପ ହେବ । ସରକାର ଭଲ ଛତୁଆ ଦିଅନ୍ତୁ ନଚେତ ଛତୁଆ ଦେବା ବନ୍ଦ କରିଦିଅନ୍ତୁ ।"


ଅଭିଯୋଗ ମିଥ୍ୟା:

ସେପଟେ ଉକ୍ତ ଘଟଣା ସମ୍ପର୍କରେ ଛତୁଆ ପ୍ରସ୍ତୁତକାରୀ ସଂସ୍ଥାର ମୁଖ୍ୟ ମିନାକ୍ଷୀ ପୃଷ୍ଟିଙ୍କୁ ପଚାରିବାରୁ ସେ କହିଛନ୍ତି, "ମୁଁ ନିଜେ ସେଠାକୁ ଯାଇ ଦେଖିବା ସହିତ ଅନ୍ୟ ଏକ ନୂତନ ପ୍ୟାକେଟ ଖୋଲି ସେମାନଙ୍କ ଆଗରେ ଚଳାଇ ଦେଖିଛି । ୪ କିଗ୍ରା ୪ ଶହ ୧୦ ଗ୍ରାମରୁ ମାତ୍ର ଦେଢ଼ଶହରୁ ଦୁଇ ଶହ ଗ୍ରାମ ଚୋପା ବାହାରୁଛି । ସେଗୁଡ଼ା ଚୋକଡ ନୁହେଁ । ତାହା ବୁଟ, ବାଦାମ ଓ ଗହମ ଚୋପା । ତେଣୁ ସେମାନେ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ମିଥ୍ୟା ।

ଏହା ମଧ୍ୟ ପଢ଼ନ୍ତୁ..ଛତୁଆ ପ୍ୟାକେଟରୁ ବାହାରୁଛି ଚୋକଡ, କାଠିକୁଟା, ଉଚ୍ଚସ୍ତରୀୟ ତଦନ୍ତ ଦାବି - Low quality chhatua

ଏହା ମଧ୍ୟ ପଢ଼ନ୍ତୁ...Odisha Assembly: ନିମ୍ନମାନର ଛତୁଆ ନେଇ ଗୃହରେ ଉଦବେଗ, ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି - LOW QUALITY Chhatua

'ଛତୁଆ ଖାଇବା ଉପଯୋଗୀ':

ଉକ୍ତ ଘଟଣାକୁ ନେଇ ଗୋପ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମିନାକ୍ଷୀ ସାହୁ କହିଛନ୍ତି, "ଘଟଣା ସମ୍ପର୍କରେ ଖବର ପାଇବା ପରେ ଛତୁଆର ମାନ ଯାଞ୍ଚ ପାଇଁ ସୁପରଭାଇଜରଙ୍କୁ ପଠାଇଥିଲୁ । ଗ୍ରାମବାସୀଙ୍କ ଉପସ୍ଥିତିରେ ଛତୁଆକୁ ଯାଞ୍ଚ କରିଥିଲେ । ଯାଞ୍ଚରୁ ଛତୁଆର ମାନ ଠିକ ଥିବା ଜଣାପଡ଼ିଛି । ଛତୁଆ ପ୍ୟାକେଟରେ ମାତ୍ର ୨୦୦ ଗ୍ରାମ ଖଦଡ଼ ବାହାରୁଛି ତାହା ଖାଇବା ଉପଯୋଗୀ । ବୁଟ, ବାଦାମ ଓ ଗହମକୁ ଗୁଣ୍ଡ କରିବା ପରେ କିଛି ଖଦଡ଼ ରହୁଛି । ଖାଦ୍ୟରେ କିଛି ଅପମିଶ୍ରଣ କରାଯାଉନାହିଁ । ଗର୍ଭବତୀ, ପ୍ରସୂତୀ ଓ ଶିଶୁମାନଙ୍କ ପାଇଁ ଖାଦ୍ୟ ଉପଯୋଗୀ ଛତୁଆ ଯୋଗାଇ ଦିଆଯାଉଛି । ଛତୁଆରେ ଚୋକଡ଼ ମିଶାଯାଉଥିବା ଯେଉଁ କୁହାଯାଉଛି ଏହା ଭୁଲ କଥା ।"

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details