ଯାଜପୁର:ଫଟୋ ଷ୍ଟୁଡିଓ ମାଲିକଙ୍କୁ ବୀଭତ୍ସ ହତ୍ୟା । ରାତିରେ ଶୋଇବାକୁ ଷ୍ଟୁଡିଓ ଗଲେ ସକାଳୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ । ମୃତକ ହେଲେ ଦୀପକ କୁମାର ସାହୁ । ଯାଜପୁର ରୋଡ ଥାନା ସୋବରା ଅଞ୍ଚଳରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ଜଣାପଡିନାହିଁ ।
ଷ୍ଟୁଡିଓ ମାଲିକକୁ ହତ୍ୟା:
ପରିବାରଲୋକଙ୍କ କହିବା ଅନୁଯାୟୀ, ଗତକାଲି(ଶନିବାର) ରାତିରେ ଖାଇ ସାରି ଘରକୁ ଟିକେ ଦୂରରେ ଥିବା ଷ୍ଟୁଡିଓକୁ ଶୋଇବାକୁ ଯାଇଥିଲେ ଦୀପକ । ରାତିରେ ତାଙ୍କ ଫୋନ ସୁଇଚ ଅଫ୍ ଥିଲା । ସକାଳେ ମା’ ଯେତେବେଳେ ଚା’ ନେଇ ଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ଦୀପକଙ୍କ ମୃତଦେହ । ଷ୍ଟୁଡିଓରୁ ସରଞ୍ଜାମ ଚୋରି ହୋଇଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ ରାତିରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକ ।
ପୋଲିସର ଛାନଭିନ ଜାରି:
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ପୋଲିସ । ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । କିଏ କାହିଁକି ଦୀପକଙ୍କୁ ହତ୍ୟା କଲା ତାହାର ତଦନ୍ତ କରୁଛି ପୋଲିସ । ତେବେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।
ଷ୍ଟୁଡିଓରୁ ରକ୍ତାକ୍ତ ମୃତଦେହ ଉଦ୍ଧାର:
ମୃତ ଦୀପକଙ୍କ ମା’ ପାର୍ବତୀ ସାହୁ କହିଛନ୍ତି,‘ପୁଅ ସବୁଦିନ ଷ୍ଟୁଡିଓରେ ଶୁଏ । ମୁଁ ଚା’ କରି ପ୍ରତିଦିନ ଫୋନ କରେ । ଆଜି ଫୋନ କରିଥିଲି ଫୋନ ସୁଇଚ ଅଫ ଦେଖାଇଲା । ଚା’ ନେଇକି ଷ୍ଟୁଡିଓ ଗଲି କବାଟ ଖୋଲି ଦେଖିଲା ବେଳେକୁ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି ।’
ଅନେକଙ୍କୁ ସାହାଯ୍ୟ କରୁଥିଲେ ଦୀପକ: