ଖୋର୍ଦ୍ଧା: ବର୍ଷା ଦିନେ ହେଉ ଅବା ସାଧାରଣରେ ପାଣି ଯାତାୟତ ପାଇଁ ଡ୍ରେନ ନିର୍ମାଣ କରାଯାଉଛି । ହେଲେ ଏଠି ଡ୍ରେନ ନିର୍ମାଣ ହୋଇଛି ସତ ଲୋକଙ୍କ କାମରେ ଆସିବା ବଦଳରେ ବଂର ଅସୁବିଧା ଆହୁରି ବଢାଇ ଦେଇଛି । ଖୋର୍ଦ୍ଧା ପୌର ପରିଷଦର ଆଠ ନମ୍ବର ୱାଡ଼ ବୁଢ଼ୀବଗିଚା ଠାରୁ ପଟ୍ଟନାୟିକିଆ ରୋଡ଼ ପର୍ଯ୍ୟନ୍ତ 8 ଲକ୍ଷ 47ହଜାର 585 ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଡ୍ରେନ । ହେଲେ ରାସ୍ତା ଠାରୁ 4 ଫୁଟ୍ ଉଚ୍ଚରେ ନିର୍ମାଣ ହୋଇଛି । ଯାହା ସ୍ଥାନୀୟ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି । ତେବେ ଏନେଇ ପୌର ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଆସିଛି ।
ରାସ୍ତା ଠାରୁ ଚାରିଫୁଟ ଉଚ୍ଚରେ ନିର୍ମାଣ ହୋଇଛି ଡ୍ରେନ । ଆଉ ଏହି ଡ୍ରେନ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କଲାଣି । ପାଣି ଡ୍ରେନକୁ ନଯାଇ ଘରେ ପଶୁଛି ଆଉ ଯେଉଁଥି ପାଇଁ ଦହଗଞ୍ଜ ହେଉଛନ୍ତି ଲୋକ । ସୂଚନା ଅନୁଯାୟୀ ଖୋର୍ଦ୍ଧା ପୌର ପରିଷଦର ଆଠ ନମ୍ବର ୱାଡ଼ ବୁଢ଼ୀବଗିଚା ଠାରୁ ପଟ୍ଟନାୟିକିଆ ରୋଡ଼ ପର୍ଯ୍ୟନ୍ତ 8 ଲକ୍ଷ 47ହଜାର 585 ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଡ୍ରେନ । ପୁର୍ବରୁ ଏହି ଅଞ୍ଚଳରେ ଡ୍ରେନ ନଥିଲା ଆବଶ୍ୟକତାକୁ ଦେଖି ପୌରପାଳିକା ଡ୍ରେନ ନିର୍ମାଣ କଲା କିନ୍ତୁ ସେହି ଡ୍ରେନ ଲୋକଙ୍କ କାମରେ ନଲାଗି ଓଲଟି ସମସ୍ୟା ସୃଷ୍ଟି କଲାଣି । ତେବେ କାହିଁକି ଏମିତି ଡ୍ରେନ ତିଆରି କରାଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।