ଓଡିଶା

odisha

ETV Bharat / state

ବର୍ଷା ଦିନରେ ଚାଲିଛି ନଦୀ ବନ୍ଧ ନିର୍ମଣ, କାମ ସ୍ଥାୟୀତ୍ଵ ନେଇ ଉଠୁଛି ପ୍ରଶ୍ନ - Dam Construction on Bhargavi river

People Raised Question over Durability of Dam: ବାହାଘର ବେଳେ ବାଇଗଣ ରୁଆ କାମ କରୁଛନ୍ତି ପୁରୀ ଜିଲ୍ଲା ବଳଙ୍ଗା ଜଳସେଚନ ବିଭାଗ। ବର୍ଷା ଆସିଲାଣି ହେଲେ ସରିପାରୁନି ବନ୍ଧ ନିର୍ମାଣ କାର୍ଯ୍ୟ। ଅଧିକ ପଢ଼ନ୍ତୁ,

By ETV Bharat Odisha Team

Published : Jul 5, 2024, 10:28 AM IST

Dam Construction on Bhargavi river
Dam Construction on Bhargavi river (ETV Bharat Odisha)

ନିମାପଡ଼ା: ନଦୀ ବନ୍ଧର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ବନ୍ଧ କାମ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାମ ଯୋଗୁ ଲୋକେ ହଇରାଣ ହେଉଥିବା ଅଭିଯୋଗ କରାଯାଇଛି। ଆମେ କହୁଛୁ ପୁରୀ ଜିଲ୍ଲା ବଳଙ୍ଗା ଜଳସେଚନ ବିଭାଗ ଭାର୍ଗବୀ ବାମ ପାର୍ଶ୍ଵ ନଦୀ ବନ୍ଧ କଥା। ଅସରାଏ ବର୍ଷା ହେଲେ ନଦୀ ବନ୍ଧ ବେହାଲ ହୋଇ ପଡୁଛି। ନଦୀ ବନ୍ଧର ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିଲେ ମଧ୍ୟ ଖରା ଦିନେ କାମ ନ କରି ଠିକାଦାର ବର୍ଷା ଦିନେ କାମ କରୁଥିବା ଅଭିଯୋଗ କରାଯାଇଛି। ସେପଟେ ଅସରାଏ ବର୍ଷା ହେଲେ ବନ୍ଧ କାମ ପାଇଁ ଜମା ହୋଇଥିବା ମାଟି ଧୋଇ ନଦୀରେ ମିଶିବା ସହିତ ନଦୀ ବନ୍ଧ କାମରେ କଳା ମାଟି ବ୍ୟବହାର ବନ୍ଧର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ ।

Dam Construction on Bhargavi river (ETV Bharat Odisha)

ବର୍ଷା ଦିନ ଆସିଲାଣି, କିନ୍ତୁ ନଦୀ ବନ୍ଧ କାମ ଅଧାପନ୍ତରିଆ । ନିର୍ମାଣ ଅବଧି ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ବନ୍ଧର ବିଭିନ୍ନ ସ୍ଥାନରେ ମାଟି ଜମା କରି କାମ ସାରି ଦେଇଛି ଠିକାଦାର । କୋଟି କୋଟି ଟଙ୍କାରେ ମାଟି କାମ କରାଯାଉ ଥିବା ବେଳେ କଳା ମାଟି ବନ୍ଧର ବିଭିନ୍ନ ସ୍ଥାନରେ ଜମା ହୋଇ ରହିଛି । ଉକ୍ତ କଳା ମାଟିରେ ବନ୍ଧ କାମ କରାଯାଉ ଥିବାରୁ ବନ୍ଧର ସ୍ଵାୟିତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନଦୀ କୂଳିଆ ବାସିନ୍ଦା । କେବଳ ନଦୀ ବନ୍ଧ ନୁହେଁ ନଦୀ ବନ୍ଧର ଦୁର୍ବଳ ସ୍ଥାନରେ ଗାର୍ଡ ଓ୍ବାଲ କାମ ଚାଲିଥିଲା ବେଳେ ଏହି କାମ ମଧ୍ୟ ନିମ୍ନମାନର ହେଉଥିବା ଓ କାର୍ଯ୍ୟରେ ଶିଥିଲତା ଥିବାରୁ ବନ୍ଧ ସୁରକ୍ଷା ଚିନ୍ତାକୁ ଦ୍ବିଗୁଣିତ କରିଥିବା ଅଭିଯୋଗ କରାଯାଇଛି । ସେପଟେ ବର୍ଷା ଦିନ ପୂର୍ବରୁ ବିଭିନ୍ନ ନଦୀ ବନ୍ଧ କାମ ସମ୍ପୂର୍ଣ୍ଣ ହୋଇଛି, କିଛି କିଛି ସ୍ଥାନରେ କାମ ଚାଲିଛି ,କାମ ଖୁବଶୀଘ୍ର ସରିବ,କାମରେ କଳା ମାଟି ବ୍ୟବହାର କରାଯାଉ ଥିଲେ ଅନୁଧ୍ୟାନ କରି ଭଲ ମାଟି ପକାଇ କାମ ହେବ ବୋଲି ନିମାପଡା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.. କାମରେ ଆସୁନି ଚେକଡ୍ୟାମ, ଚିନ୍ତାରେ ଚାଷୀ

ସୂଚନା ଥାଉ କି ଗତ ତିନି ବର୍ଷ ହେବ ଭାର୍ଗବୀ ନଦୀରେ ବନ୍ୟା ଆସି ବଡ଼କଣ୍ଟା, ପାର୍ବତୀ ପୁର, ବିଦ୍ୟାଧରପୁର ଠାରେ କ୍ରମାଗତ ଭାବରେ ନଦୀ ବନ୍ଧ ଦବି ଯାଇ ଘାଇ ହେବାର ଆଶଙ୍କା ସୃଷ୍ଟି କରିଥିଲା । ଯାହା ପାଇଁ ସରକାର ବନ୍ଧର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ କାମ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ମାତ୍ର ପାର୍ବତୀ ପୁର, ହରିପୁର, ବଡ଼କଣ୍ଟା ଠାରେ କାମ ଚାଲିଥିବା ବେଳେ ଠିକାଦାର କଳା ଓ ବାଲି ମାଟି ବ୍ୟବହାର କରୁଥିବା ବେଳେ ବିଭାଗୀୟ ଅଧିକାରୀ ନିରବ ଦ୍ରଷ୍ଟା ସାଜିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ। ସେପଟେ ବର୍ଷା ପୂର୍ବରୁ ଜଳସେଚନ ବିଭାଗ ଅଧିନରେ ଥିବା ସମସ୍ତ ନଦୀ ବନ୍ଧ କାମ ସମ୍ପୂର୍ଣ୍ଣ ହୋଇଛି, ବନ୍ୟା ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ ଅଛି, କିଛି କିଛି ସ୍ଥାନରେ କାମ ଚାଲିଛି, ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ବନ୍ୟା ଆସିଲେ ଭାର୍ଗବୀ ନଦୀ କୂଳରେ ରହୁଥିବା ଲୋକଙ୍କ ନିଦ ହଜାଇ ଦେଉଥିବା ବେଳେ ନିମ୍ନ ମାନର ଓ ଅସମ୍ପୂର୍ଣ୍ଣ କାମ ନଦୀ ସେହି ଲୋକଙ୍କ ଚିନ୍ତା ବଢାଇଛି।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details