ଓଡିଶା

odisha

ETV Bharat / state

No Internet: ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଠାରୁ ଢେର ଦୂରରେ ମହାଲିକପଡାବାସୀ - protest over internet problem - PROTEST OVER INTERNET PROBLEM

INTERNET PROBLEM: ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖାଇ ଉପାନ୍ତ ଅଞ୍ଚଳର ଅଧିବାସୀଙ୍କୁ ସରକାର ଭଣ୍ଡେଇଥିବା ଅଭିଯୋଗ ହୋଇଛି । ଦେଶ ସ୍ବାଧୀନ ହେବର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ମୋବାଇଲ୍ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ମହାଲିକପଡା ପଞ୍ଚାୟତବାସୀ । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଲୋକେ । ଅଧିକ ପଢନ୍ତୁ

INTERNET PROBLEM IN MAHALIKPADA
INTERNET PROBLEM IN MAHALIKPADA (ETV Bharat odisha)

By ETV Bharat Odisha Team

Published : Sep 6, 2024, 10:57 PM IST

ବୌଦ୍ଧ:ଉପାନ୍ତ ଅଞ୍ଚଳରେ ଆଜି ମଧ୍ୟ ଅପହଞ୍ଚ ମୋବାଇଲ୍ ଓ ଇଣ୍ଟରନେଟ ସେବା । ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖାଇ ଉପାନ୍ତ ଅଞ୍ଚଳର ଅଧିବାସୀଙ୍କୁ ମୋଦି ସରକାର ଭଣ୍ଡେଇ ଦେଇଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କୁଶ ପୁତ୍ତଳିକା ଦାହ କଲେ ଆନ୍ଦୋଳନକାରୀ । ଚନ୍ଦ୍ର ପୃଷ୍ଠରେ ଘର ତୋଳିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବାବେଳେବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥଆନରେ ଆଜି ମଧ୍ୟ ଅପହଞ୍ଚ ମୋବାଇଲ୍ ଓ ଇଣ୍ଟରନେଟ ସେବା । ଫଳରେ ହଜାର ହଜାର ଅଧିବାସୀ ଡିଜିଟାଲ ଇଣ୍ଡିଆର ବାହାର ଜଗତରେ ବାସ କରିବା ଭଳି ମନେହେଉଛି । ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

INTERNET PROBLEM IN MAHALIKPADA (ETV Bharat odisha)

ଇଣ୍ଟରନେଟ ସେବାରୁ ବଞ୍ଚିତ ମହାଲିକପଡା ପଞ୍ଚାୟତ:

ଓଡ଼ିଶାର ମଧ୍ୟ ଭାଗରେ ଥିବା ବୈଦ୍ଧ ଜିଲ୍ଲାର ଉପାନ୍ତ ମହାଲିକପଡା ପଞ୍ଚାୟତ ଆଜି ପର୍ଯ୍ୟନ୍ତ ଡିଜିଟାଲ ଇଣ୍ଡିଆରେ ଯୋଡି ହୋଇ ପାରିନାହିଁ । ହରଭଙ୍ଗା ବ୍ଲକର ଆଦିବାସୀ ଅଧ୍ୟୁଷିତ ମହାଲିକପଡା ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ସ୍ଥାନୀୟ ଅଧିବାସୀ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇରହିଛନ୍ତି । ଏଠାରେ କୌଣସି ମୋବାଇଲ୍ ସେବା କିମ୍ବା ଇଣ୍ଟରନେଟ ସେବା ଆଦୌ ନାହିଁ । ତେଣୁ ମହାଲିକପଡା ଅଞ୍ଚଳବାସୀ ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା, ଶିକ୍ଷା ଓ ସର୍ବୋପରି ସରକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି ।

ଏହା ମଧ୍ୟ ପଢନ୍ତୁ .....ଜଗନ୍ନାଥଙ୍କ ଉପରେ ମୋହନ ମାଝୀଙ୍କ ମନ୍ତବ୍ୟକୁ ନେଇ ପ୍ରତିବାଦ, କ୍ଷମା ପ୍ରାର୍ଥନା ଦାବି କଲା ଯୁବ କଂଗ୍ରେସ - Youth Congress Protest

ହନ୍ତସନ୍ତ ମହାଲିକପଡା ପଞ୍ଚାୟତବାସୀ:

ସରକାର ସମସ୍ତ ଯୋଜନାକୁ ଅନଲାଇନ ମାଧ୍ୟମରେ ହିତାଧିକାରୀଙ୍କ ଠାରୁ ଗ୍ରହଣ କରୁଥିବାବେଳେ ମହାଲିକପଡା ଅଞ୍ଚଳବାସୀ ଏଥିରୁ ସମ୍ପୂର୍ଣ୍ଣ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ସ୍ଥାନୀୟ ମହିଳାମାନେ ଅନ୍ୟ ପଞ୍ଚାୟତ କିମ୍ବା ଇଣ୍ଟରନେଟ ସେବା ମିଳୁଥିବା ଅଞ୍ଚଳକୁ ଯାଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ .....'IC 814: କାନ୍ଧାର ହାଇଜ୍ୟାକ ଘଟଣା; ସେହି ଫ୍ଲାଇଟରେ ଯାତ୍ରା କରିଥିଲେ ଓଡ଼ିଶାର ଇପ୍ସିତା, 25ବର୍ଷ ପରେ ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ପରିବାର - Ipshita Biswal On IC 814

ଏହା ମଧ୍ୟ ପଢନ୍ତୁ .....Cuttack City Problems: ସହରର ସମସ୍ୟାକୁ ନେଇ କଡା ଟିପ୍ପଣୀ ରଖିଲେ ହାଇକୋର୍ଟ, ତୁରନ୍ତ ମୌଳିକ ସମସ୍ୟା ପୂରଣ କର ନଚେତ୍‌ କାର୍ଯ୍ୟାନୁଷ୍ଠାନ - Orissa High Court

ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର:

ପୂର୍ବରୁ ଅଞ୍ଚଳର ଅଧିବାସୀ ବାରମ୍ବାର ଅଭିଯୋଗ ତଥା ଗୁହାରି କଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ଆଜି ମହାଲିକପଡା ବିକାଶ ପରିଷଦର ସଦସ୍ୟମାନେ ବୈଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ବିକାଶ ପରିଷଦର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦୂର ସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....Sujeet Kumar joins BJP: ମମତାଙ୍କ ପରେ ସୁଜିତ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରାଜ୍ୟସଭା ସାଂସଦ ସୁଜିତ କୁମାର, ବହିଷ୍କାର କଲେ ନବୀନ - BJD MP Sujeet Kumar resignation

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details