ଭୁବନେଶ୍ବର:ପଦାରେ ପଡିଲା ବିଜେପିର ଗୋଷ୍ଠୀ କନ୍ଦଳ । ବିଧାନସଭା ଆସନ ପାଇଁ ପ୍ରାର୍ଥିତ୍ବକୁ ନେଇ ବିବାଦ ଦେଖାଦେଇଛି । ଧର୍ମଶାଳା ଯୁବ ବିଜେପି ନେତା ହିଂମାଶୁ ଶେଖର ସାହୁ ଓ ତାଙ୍କ ସମର୍ଥକ ବିଜେପି କାର୍ଯ୍ୟାଳୟରେ ବିରୋଧ କରିଛନ୍ତି । ଏଥିସହ ଧର୍ମଶାଳା ବିଧାନସଭା ଆସନରୁ ହିମାଂଶୁ ସାହୁଙ୍କୁ ଟିକେଟ ନ ଦିଆଯିବା ପର୍ଯ୍ୟନ୍ତ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ନେଇ ଚେତାବନୀ ଦେଇଛନ୍ତି ସମର୍ଥକ ।
ସୂଚନା ମୁତାବକ, ଧର୍ମଶାଳାରୁ ସ୍ମୃତିରେଖା ପାହିଙ୍କୁ ପ୍ରାର୍ଥୀ କରିଛି ଦଳ । ଯାହାକୁ ବିରୋଧ କରି ବିଜେପି କାର୍ଯ୍ୟାଳୟ ଆଗରେ ତୁମୁଳକାଣ୍ଡ କରିଛନ୍ତି ହିଂମାଶୁ ଶେଖରଙ୍କ ସମର୍ଥକ । ଏଥିସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆଲୋଚନା ମଧ୍ୟ ବିଫଳ ହୋଇଛି ।ଏନେଇ ମନମୋହନ ସାମଲ କହିଛନ୍ତି, ‘ଶୀର୍ଷ ନେତୃତ୍ବଙ୍କ ଆଗରେ କଥା ରଖିବି । ଏଥିସହ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ଅନୁରୋଧ କରାଯିବ । ଏ ବାବଦରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଫୋନ ମାଧ୍ୟମରେ ଅବଗତ କରାଯାଇଛି । ଦଳର କେନ୍ଦ୍ରୀୟ ନେତୃତ୍ବ ଯେଉଁ ନିଷ୍ପତ୍ତି ନେବେ । ସେ ବାବଦରେ ଆପଣଙ୍କୁ ଅବଗତ କରାଯିବ’’ ।