ଓଡିଶା

odisha

ETV Bharat / state

୨୨ରୁ ପ୍ରସିଦ୍ଧ ଅରିଲୋ ମେଲଣ, ବସିଲା ଶାନ୍ତି କମିଟି - Peace Committee Meeting

Arelo Dola melan: ଚଳିତ ବର୍ଷ କଟକ ଅରିଲୋ ମେଲଣ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଆୟୋଜନ ହେବ, ସେନେଇ ବସିଲା ଶାନ୍ତି କମିଟି । ଏଥର ଡିଜେ ଏବଂ ହାବେଳୀ ବାଣକୁ ନା କରିଛି ଶାନ୍ତି କମିଟି । ଅଧିକ ପଢନ୍ତୁ

୨୨ରୁ ଆରମ୍ଭ ହେବ ପ୍ରସିଦ୍ଧ ଅରିଲୋ ମେଲଣ, ବସିଲା ଶାନ୍ତି କମିଟି
୨୨ରୁ ଆରମ୍ଭ ହେବ ପ୍ରସିଦ୍ଧ ଅରିଲୋ ମେଲଣ, ବସିଲା ଶାନ୍ତି କମିଟି

By ETV Bharat Odisha Team

Published : Mar 11, 2024, 7:57 PM IST

୨୨ରୁ ଆରମ୍ଭ ହେବ ପ୍ରସିଦ୍ଧ ଅରିଲୋ ମେଲଣ, ବସିଲା ଶାନ୍ତି କମିଟି

ନିଆଳି: ଚଳିତ ବର୍ଷ ପ୍ରସିଦ୍ଧ ଅରିଲୋ ମେଲଣ ଅନୁଷ୍ଠିତ ହେବ । ଏଥିପାଇଁ ଆରମ୍ଭ ହୋଇଛି ପାକ ପ୍ରସ୍ତୁତି । କିଭଳି ଶାନ୍ତି ଶୃଙ୍ଖଳାରେ ମେଲଣ ଯାତ୍ରା ଆୟୋଜନ ହେବ ସେନେଇ ବସିଲା ଶାନ୍ତି କମିଟି ବୈଠକ । କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ଅରିଲୋ ଗ୍ରାମରେ ଥିବା ଶ୍ରୀଶ୍ରୀ ଜନାର୍ଦ୍ଦନ ଦେବଙ୍କ ପ୍ରସିଦ୍ଧ ଦୋଳ ମେଲଣ ଚଳିତ ବର୍ଷ ମାର୍ଚ୍ଚ ମାସ ୨୨ତାରିଖରୁ ଅନୁଷ୍ଠିତ ହେବ ।

ଗତକାଲି(ରବିବାର) ସଂଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅରିଲୋ ମେଲଣ ଶାନ୍ତି କମିଟିର ସଭାପତି ଯୁଧିଷ୍ଠିର ଭୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ କଟକ ସଦର ଥାନାରେ ନୂତନ କରି ଯୋଗ ଦେଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ ଯୋଗ ଦେଇଥିଲେ । ବୈଠକରେ ଦୋଳ ମେଳଣ ସଂକ୍ରାନ୍ତରେ ବିଭିନ୍ନ କଥା ଆଲୋଚନା କରାଯାଇଥିଲା । ପ୍ରତି ବର୍ଷ ଏହି ଦୋଳ ମେଲନ ଅନୁଷ୍ଟିତ ହୋଇଥାଏ । ଏହି ମେଲଣକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ଏହି ସମୟରେ ଯେପରି କୈଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ । ସେଥିପ୍ରତି ଧ୍ୟାନ ଦେଉଛି ପ୍ରଶାସନ ।

ତେବେ ଚଳିତ ବର୍ଷ ଦୋଳ ମେଲଣକୁ ଆସୁଥିବା ବିମାନ ଶୋଭାଯାତ୍ରାରେ କେବଳ ପାରମ୍ପରିକ ବାଜା ବଜାଇ ଆସିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଘଟଣ ଏବଂ ଶବ୍ଦ ପ୍ରଦୃର୍ଷଣକୁ ରୋକିବା ପାଇଁ ଡିଜେ ସାଉଣ୍ଡ, ହାବେଳୀ ବାଣକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।ଏହାସହିତ ମଦ୍ୟପାନ କରି କେହି ଯେମିତି ମେଳଣକୁ ନ ଆସନ୍ତି, ସେଥିପ୍ରତି ସମସ୍ତ ଗ୍ରାମର ମୁରବୀ, ଦୋଳ ବିମାନର ମାର୍ଫତଦାର , ଶାନ୍ତି କମିଟିର ସଭାପତି ଦୃଷ୍ଟି ଦେବାକୁ ଆଇଆଇସି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ଟେଲିକମ କମ୍ପାନୀର ମନମାନି ଅଭିଯୋଗ, ଗର୍ଜିଲେ ଟେକନିସିଆନ ସଂଘ

ଏହା ମଧ୍ୟ ପଢନ୍ତୁ ......ନନ୍ଦନକାନନରେ 'ନାଇଟ୍‌ ଆଉଟ ଆଟ୍‌ ଜୁ’, ସନ୍ଧ୍ୟା ୬ଟା ୩୦ରୁ ରାତି ୮ ଯାଏଁ ବୁଲି ପାରିବେ

ଏହି ବୈଠକରେ ଅରିଲୋ ଜନାର୍ଦ୍ଦନ ଦେବ ମନ୍ଦିର ଟ୍ରଷ୍ଟର ସମସ୍ତ ସଦସ୍ୟ, ଗ୍ରାମ ଦୋଳ କମିଟିର ସଦସ୍ୟ , ବିଭିନ୍ନ ଦୋଳ ବିମାନର ମାର୍ଫତଦାର, ବିଭିନ୍ନ ଗ୍ରାମର ମୁରବୀ, ଯୁବକ, ନଗରୀ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details