କେନ୍ଦ୍ରାପଡ଼ା:ରାଜ୍ୟରେ ଜାରି ରହିଛି ରାସନକାର୍ଡ ଧରପଗଡ଼ । ଜାତୀୟ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ହିତାଧିକାରୀଙ୍କ ସଂଖ୍ୟାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର E-KYC ବା ଡିଜିଟାଲ ସଂଖ୍ୟାରେ ହିତାଧିକାରୀ ଗଣନା କରୁଛନ୍ତି ।
E-KYC କ'ଣ:
RATION CARD EKYC VERIFICATION (ETV Bharat Odisha) ପୂର୍ବ ସରକାରରେ ରାସନକାର୍ଡ ନାଁରେ ସବୁବେଳେ କେଳେଙ୍କାରୀ ଅଭିଯୋଗ ହୋଇ ଆସୁଥିଲା । କେତେବେଳେ ଭୂତ ରାସନ ସାମଗ୍ରୀ ନେଉଥିବା ତ ଆଉ କେତେବେଳେ ଲୋକ ନଥାଇ ରାସନ କାର୍ଡରେ ସାମଗ୍ରୀ ଉଠାଯାଉଥିବା ଅଭିଯୋଗ ହେଉଥିଲା । ବର୍ତ୍ତମାନ ବିଜେପି ସରକାର ଏନେଇ କଠୋର ହୋଇଥିଲେ । ସମସ୍ତ ହିତାଧିକାରୀଙ୍କ ବ୍ୟକ୍ତିଗତ ଚିହ୍ନଟ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି E-KYC (Electronic Know your costumer) ବା ଡିଜିଟାଲ ଚିହ୍ନଟ ପଦ୍ଧତି । ଏହା ଜୁନ ମାସ ପରେ ଆରମ୍ଭ ହୋଇଥିବା ବେଳେ ନଭେମ୍ବର ମାସରେ ଶେଷ ହେବ ବୋଲି ଉଲ୍ଲେଖ ରହିଥିଲା ।
RATION CARD EKYC VERIFICATION (ETV Bharat Odisha) କେନ୍ଦ୍ରାପଡା ଜିଲ୍ଲାରେ କେତେ ରହିଛନ୍ତି ରାସନକାର୍ଡ ହିତାଧିକାରୀ ଓ ଏଯାବତ କେତେ ହୋଇଛି E-KYC:
କେନ୍ଦ୍ରାପଡା ସାଧାରଣ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କ କହିଛନ୍ତି,"ଜିଲ୍ଲାରେ ୨ଲକ୍ଷ ୬୫ହଜାର ୮୦୮ଟି ପରିବାର ପିଡ଼ିଏସ ଅଧିନରେ ରହିଛନ୍ତି । ସେହିପରି ଅନ୍ତୋଦୟ ଯୋଜନାରେ ୩୫ ହଜାର ୨୫ ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ଅଧିନରେ ୨୨ହଜାର ୪୫ ପରିବାର ଉପକୃତ ହେଉଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଅଧିନରେ ୧୧ ଲକ୍ଷ ୨୩ହଜାର ୩୩୧ଜଣ ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ୭୩ ହଜାର ୮୩୭ ଜଣ ହିତାଧିକାରୀ ପିଡ଼ିଏସ ସାମଗ୍ରୀ ପାଉଛନ୍ତି । ଏପର୍ଯ୍ୟନ୍ତ ପାଖାପାଖି ୧୧ ଲକ୍ଷ ୯୮ ହଜାରରୁ ୨ ଲକ୍ଷ ୧୨ ହଜାର E-KYC ହେବାକୁ ବାକି ରହିଛି । ବାହାର ରାଜ୍ୟରେ ଥିଲେ ମଧ୍ୟ EKYC ପାଇଁ ନିକଟସ୍ଥ ଡିଲର ବା ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯାଇ ଅପଡେଟ୍ କରିପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା ।"
ବାହାର ରାଜ୍ୟରେ ହୋଇପାରୁନି EKYC:
RATION CARD EKYC VERIFICATION (ETV Bharat Odisha) ଡେରାବିଶ୍ ବ୍ଲକ ହଳଦିଆ ଗାଁର ସୁଧାଂଶୁ ଶେଖର ସାହୁ ନାମକ ଜଣେ ଯୁବକ ବାହାର ରାଜ୍ୟରେ ହୋଇପାରୁନଥିବା EKYC ଅଭିଯୋଗ କରିଛନ୍ତି । ସେ କହିଛନ୍ତି," ରାସନକାର୍ଡ EKYC ପାଇଁ ଆସିଥିଲି । ମୁଁ ଆନ୍ଧ୍ରପ୍ରଦେଶରେ ରହୁଛି । ସେଠାରେ ହେଲାନାହିଁ ତେଣୁ ଗାଁକୁ EKYC କରିବା ପାଇଁ ଆସିଛି ।"
ଏହା ମଧ୍ୟ ପଢନ୍ତୁ...ନଭେମ୍ବରରୁ ନୂଆ ରାସନ କାର୍ଡ, କାହାର କଟିବ-କାହାର ଆସିବ ସସପେନ୍ସ ଜାରି
ଏହା ମଧ୍ୟ ପଢନ୍ତୁ...ରାସନ କାର୍ଡକୁ ନେଇ ବଡ଼ ଖବର, ବାଦ୍ ପଡ଼ିବେ ବାଂଲାଦେଶୀ ଶରଣାର୍ଥୀ
ଜିଲ୍ଲାୱାରୀ E-KYC କରିନଥିବା ଲୋକଙ୍କ ତଥ୍ୟ:
ଅନୁଗୁଳ-୧,୪୬,୪୨୫
ବାଲେଶ୍ୱର-୩,୧୧,୫୩୮
ବରଗଡ଼-୨,୨୯,୯୨୨
ଭଦ୍ରକ-୧,୮୦,୯୬୩
ବଲାଙ୍ଗୀର-୨,୭୭,୨୬୮
ବୌଦ୍ଧ-୮୨,୫୬୮
କଟକ-୨,୪୦୯୩୮
ଦେବଗଡ଼-୩୩,୪୦୬
ଢେଙ୍କାନାଳ-୧,୩୫,୫୩୭
ଗଜପତି-୧,୦୫,୧୧୯
ଗଞ୍ଜାମ-୫,୩୬,୮୮୮
ଜଗତସିଂହପୁର-୧,୧୪,୨୫୫
ଯାଜପୁର-୨,୫୩,୬୨୪
ଝାରସୁଗୁଡା-୬୮,୩୪୩
କଳାହାଣ୍ଡି-୪,୪୬,୮୯୮
କନ୍ଧମାଳ-୧,୭୭,୬୨୮
କେନ୍ଦ୍ରାପଡା-୨,୦୬,୬୭୯
କେନ୍ଦୁଝର-୩,୬୪,୬୧୯
ଖୋର୍ଦ୍ଧା-୨,୩୬,୭୦୯
କୋରାପୁଟ-୩,୭୧,୫୯୨
ମାଲକାନଗିରି-୧,୯୬,୫୯୯
ମୟୂରଭଞ୍ଜ-୪,୨୩,୭୭୮
ନବରଙ୍ଗପୁର-୪,୦୭,୬୬୮
ନୟାଗଡ଼-୯୧,୪୭୮
ନୂଆପଡା-୧,୩୮,୩୬୧
ପୁରୀ-୨,୧୧,୩୬୫
ରାୟଗଡା-୨,୧୫,୬୨୫
ସମ୍ବଲପୁର-୧,୩୧,୬୨୩
ସୋନପୁର-୯୧,୧୯୫
ସୁନ୍ଦରଗଡ-୩,୩୮,୬୪୫
କେନ୍ଦ୍ରାପଡାରେ କେଉଁ ବ୍ଲକରେ କେତେ ବାକି ରହିଛି E-KYC ?
କେନ୍ଦ୍ରାପଡାର ୯ ଟି ବ୍ଲକ ଏବଂ ଦୁଇଟି ମ୍ୟୁନିସିପାଲିଟିରେ ଅଦ୍ୟାବଧି ୨ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ E-KYC କରିନଥିବା ସୂଚନା ମିଳିଛି ।
ଆଳି-୨୨,୭୬୪
ଡେରାବିଶ୍-୧୫,୪୧୧
ଗରଦପୁର-୧୩,୦୦୦
କେନ୍ଦ୍ରାପଡା-୨୧,୯୨୫
କେନ୍ଦ୍ରାପଡା(ମ୍ୟୁ)-୪,୪୦୦
ମହାକାଳପଡ଼ା-୨୮,୫୭୮
ମାର୍ଶାଘାଇ-୧୪,୪୨୫
ପଟ୍ଟାମୁଣ୍ଡାଇ-୨୬,୦୬୯
ପଟ୍ଟାମୁଣ୍ଡାଇ(ମ୍ୟୁ)-୪,୮୮୮
ରାଜକନିକା-୨୫,୩୫୨
ରାଜନଗର-୨୯,୮୬୭ ଜଣ ହିତାଧିକାରୀ ବାକି ରହିଥିବା ସୂଚନା ମିଳିଛି ।
ଇଟିଭି ଭାରତ, କେନ୍ଦ୍ରାପଡା