ଓଡିଶା

odisha

By ETV Bharat Odisha Team

Published : Mar 12, 2024, 1:40 PM IST

ETV Bharat / state

ଢୋଲକିଆଙ୍କ ନାଁରେ ପିସି କାରବାର ଅଭିଯୋଗ ଆଣିଲେ ପିସିସି ସଭାପତି, କହିଲେ 'ଦୁର୍ନୀତି ଗ୍ରସ୍ତ ମନ୍ତ୍ରୀଙ୍କୁ ବରଖାସ୍ତ କର'

Congress Nuapada Bandh: ନୂଆପଡ଼ାବାସୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି କଂଗ୍ରେସ । ନୂଆପଡ଼ା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଅଧିକ ପଢନ୍ତୁ

Sarat Patnaik
Sarat Patnaik

ଭୁବନେଶ୍ୱର:ନୂଆପଡ଼ା ବିଧାୟକ ତଥା ରାଜ୍ୟ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାଁରେ ପିସି କାରବାର ଅଭିଯୋଗ ପ୍ରସଙ୍ଗକୁ ନେଇ ତେଜୁଛି ରାଜନୀତି । ନୂଆପଡ଼ା ବନ୍ଦକୁ ନେଇ କଂଗ୍ରେସ ପ୍ରତିକ୍ରିୟା ଶୀଳ ହୋଇଛି । ନୂଆପଡାବାସୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି କଂଗ୍ରେସ । ନୂଆପଡ଼ା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ ।

ଶରତ ପଟ୍ଟନାୟକ କହିଛନ୍ତି, '' ନୂଆପଡା ଜିଲ୍ଲାରେ ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି । ପିସି କାରବାରକୁ ନେଇ ସାଧାରଣ ଲୋକ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାର ଅର୍ଥ ବିଜେଡି ଏକ ଦୁର୍ନୀତିଗ୍ରସ୍ତ ଦଳ । ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ପିସି କାରବାରରେ ସାମିଲ ଥିବା ଅଭିଯୋଗ କରୁଛନ୍ତି ସାଧାରଣ ଲୋକ । କିନ୍ତୁ ସରକାର ଏହି ଭ୍ରଷ୍ଟ ନେତାଙ୍କୁ ଘଣ୍ଟ ଘୋଡେଇ ରଖିଛନ୍ତି । ତେଣୁ କଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରୁଛି ଦୁର୍ନୀତିରେ ବୁଡି ରହିଥିବା ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରନ୍ତୁ।''


ଶରତ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି,'' ରାଜ୍ୟ ସରକାର ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ଏହି ଦୁର୍ନୀତିରୁ ବଞ୍ଚିବା ପାଇଁ ବିଜେପି ସରକାର ଆଗରେ ଆତ୍ମସମର୍ପଣ କରିଛି ବିଜେଡି । ସେଥିପାଇଁ ରାଜ୍ୟକୁ କେବେ ବି ED, CBI କର୍ମଚାରୀ ତଦନ୍ତ କରିବାକୁ ଆସୁନାହାନ୍ତି। ବିଜେଡି ଓ ବିଜେପିର ଯେଉଁ ଅଘୋଷିତ ମେଣ୍ଟ ରହିଥିଲା ତାହା ଆଗକୁ ଘୋଷିତ ମେଣ୍ଟ ହେବାକୁ ଯାଉଛି। ତେଣୁ ଓଡିଶାବାସୀଙ୍କର ନିଶ୍ୱାସ ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ଉପରେ ପଡିବ । ଯେତେ ମେଣ୍ଟ କଲେବି ବିଜେଡି କି ବିଜେପି କିଏ ବି ନିର୍ବାଚନରେ ବିଜୟୀ ହୋଇପାରିବେ ନାହିଁ । କଂଗ୍ରେସ ଦଳ ହିଁ ସରକାର କରିବ। "

ଏହା ମଧ୍ୟ ପଢନ୍ତୁ-କୋଶଳ ରାଜ୍ୟ ଦାବିରେ ନୂଆପଡା ଜିଲ୍ଲା ବନ୍ଦ

ଗତକାଲି (ସୋମବାର) ନୂଆପଡ଼ା ଜିଲ୍ଲା କୋମନା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୋମନା ବ୍ଲକରେ 5 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । କୋମନା ବ୍ଲକ କୁ NAC ମାନ୍ୟତା ଦାବି କରି କୋମନା କ୍ରିୟାନୁଷ୍ଠାନ କମିଟି ପ୍ରତିବାଦ କରିଥିଲା । ନୂଆପଡା ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର , ଜିଲ୍ଲା ଛାମୁଆ ସଂଗଠନର ନେତା, ଜିଲ୍ଲାର ଆଦିବାସୀ ନେତା ମାନେ ନୂଆପଡା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ମନ୍ତ୍ରୀ ଢୋଲକିଆ ପିସି କାରବାରରେ ସମ୍ପୃକ୍ତ ନେଇ ଅଭିଯୋଗ କରିଛନ୍ତି ବିଜେଡି ନେତାମାନେ । ତେବେ ଏନେଇ ମନ୍ତ୍ରୀ ଢୋଲକିଆଙ୍କ ଉତ୍ତର ମିଳିନାହିଁ । ସୂଚନା ଥାଉ କି, ନୂଆପଡା ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର ନିର୍ବାଚନରେ ବିଜେଡି ଟିକେଟ ପାଇଁ ଆବେଦନ କରିଛନ୍ତି । ଅଭିଯୋଗ ଆଣିଥିବା ଉକ୍ତ ବିଜେଡି ନେତାମାନେ ବିଜେଡି ପ୍ରାର୍ଥୀ ହେବା ପାଇଁ ଆବେଦନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details