ଓଡିଶା

odisha

ETV Bharat / state

ପଥ ଉତ୍ସବରେ ଦୁଲୁକିଲା ରାଜଧାନୀ, ଜମିଲା ନାଚ ଗୀତର ଆସର - PATHA UTSAV

କଳା ସଂସ୍କୃତି ଓ ପରମ୍ପରାର ନିଦର୍ଶନ ସହ ପ୍ରତିଭା ଅନ୍ବେଷଣ ସାଜିଛି ପଥ ଉତ୍ସବର ମୁଖ୍ୟ ଆକର୍ଷଣ । ସାମିଲ ହେଲେ ସାଂସଦ, ବିଧାୟକ ଓ ମେୟର ।

Patha Utsav
Patha Utsav (ETV Bharat Odisha)

By ETV Bharat Odisha Team

Published : Jan 19, 2025, 3:55 PM IST

ଭୁବନେଶ୍ୱର: ପଥ ଉତ୍ସବରେ ଦୁଲୁକିଲା ରାଜଧାନୀ । ଶୀତୁଆ ସକାଳରେ ନାଚଗୀତର ତାଳେ ତାଳେ ମଜା ନେଲେ ରାଜଧାନୀବାସୀ ।ଜାଗମରା ଇନଫୋସିଟି ଛକରୁ ସିଲିକନ କଲେଜ ଯାଏଁ ଜମିଥିଲା ନାଚଗୀତର ଆସର । ଜଣାଶୁଣା କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢୀ ଓ ରୁକୁ ସୁନାଙ୍କ ଗୀତରେ ବିଭୋର ହୋଇଯାଇଥିଲେ ଉପସ୍ଥିତ ଦର୍ଶକ । ଓଡ଼ିଆଠୁ ହିନ୍ଦୀ ତା’ ସହ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଥିଲେ ଓ ଗାଇଥିଲେ ରାଜଧାନୀବାସୀ ।

  • ଆକର୍ଷଣ ସାଜିଥିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ :

ପ୍ରିନ୍ସ ଡ୍ୟାନ୍ସଗ୍ରୁପ ବି ନିଜର ନିଆରା ନୃତ୍ୟ ଅନ୍ଦାଜରେ ଲୋକଙ୍କୁ ଝୁମାଇଥିଲେ । ଖାଲି ସେତିକି ନୁହେଁ, ମ୍ୟୁଜିକ୍, କମେଡି, ଜୁମ୍ବା, ଯୋଗ, ତୀର ଚାଳନା, ବାସ୍କେଟ ବଲ୍‌, ସାପ-ସିଦ୍ଧି ଖେଳ, ବେଲୁନ ସୁଟିଂ, ଏକ ଚକିଆ ସାଇକେଲ ଚାଳନା, ସାଇକେଲ ଚାଳନା, ଝୋଟି ବା ରଙ୍ଗୋଲି, ଡ୍ରଇଂ, କ୍ଲେ ମଡେଲିଂ, ମେହେନ୍ଦି ଇତ୍ୟାଦିର ମଜ୍ଜା ନେଇଛନ୍ତି ଦର୍ଶକ । ବିଶେଷ ଆକର୍ଷଣ ରହିଥିଲା କୁନି କୁନି ପିଲାଙ୍କ ଯୋଗ ଏବଂ ସବୁଠାରୁ ଡେଙ୍ଗା ମଣିଷ । ସ୍କେଟିଂ ଏବଂ ଜୋକରମାନଙ୍କ ସହ ଫଟୋ ଉଠାଇଥିଲେ ଦର୍ଶକ । ଏହି ପଥ ଉତ୍ସବରେ ବହୁ ସଂଖ୍ୟାରେ ଭୁବନେଶ୍ୱରବାସୀଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଆଉ ଶୀତ ଋତୁର ଏହି ମନମୁଗ୍‌ଧକର ପରିବେଶକୁ ଉପଭୋଗ କରିଥିଲେ।

Patha Utsav (ETV Bharat Odisha)
  • ଫିଟନେସ ସହ ମନୋରଞ୍ଜନ:

୨୦୨୫ ବର୍ଷ ଆରମ୍ଭର ଏହା ତୃତୀୟ ପଥ ଉତ୍ସବ ହୋଇଥିବାବେଳେ ଶରୀରକୁ ଫିଟ୍ ରଖିବା ସହ ସହ ରାଜଧାନୀବାସୀଙ୍କୁ ମନୋରଞ୍ଜନ କରିବାକୁ ଆୟୋଜିତ ହେଉଛି ପଥ ଉତ୍ସବ । ନାଚଗୀତର ଆସର ରାଜଧାନୀବାସୀଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବାବେଳେ ସହର ଓ ବସ୍ତିର ଅନେକ କୁନି ପ୍ରତିଭା ମଧ୍ୟ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ । ବିଶେଷ କରି ଭୁବନେଶ୍ୱର ରାସ୍ତାରେ ସକାଳୁ ସକାଳୁ ଚାଲିବାର ଅଭ୍ୟାସ ସୁନ୍ଦର ଅନୁଭୂତି ଆଣିଦେଇଛି । ଆମ ସଂସ୍କୃତି ପରମ୍ପରା ଓ କଳାର ନିଦର୍ଶନ ମଧ୍ୟ ଏହି ପଥ ଉତ୍ସବରେ ଦେଖିବାକୁ ମିଳିଛି । "ପିଲାଠୁ ବଡ ସମସ୍ତଙ୍କୁ ଆକର୍ଷିତ କରୁଛି ଏହି ପଥୋତ୍ସବ । ଯାହା ଆଗକୁ ବି ଜାରି ରହିବ" ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

Patha Utsav (ETV Bharat Odisha)

ଏହା ବି ପଢନ୍ତୁ...ପଥ ଉତ୍ସବରେ ଝୁମିଲା ସ୍ମାର୍ଟସିଟି, ନାଚିଲେ-ଗାଇଲେ ରାଜଧାନୀବାସୀ
ଏହା ବି ପଢନ୍ତୁ...ପଥୋତ୍ସବରେ ଝୁମିଲା ରାଜଧାନୀ, ଦୁଲୁକିଲା କଳାଭୂମିରୁ ମଧୁସୂଦନ ପାର୍କ ରାସ୍ତା

  • ସାଂସଦ ଓ ମେୟର ସାମିଲ:

ଏହିି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, BMC ମେୟର ସୁଲୋଚନା ଦାସ ଓ ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ । ଏହାସହ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ । ପଥ ଉତ୍ସବକୁ ନେଇ ନୃତ୍ୟ ଗୀତରେ ଦୁଲୁକୁଛି ଭୁବନେଶ୍ୱର, କଳାସଂସ୍କୃତି ଓ ପରମ୍ପରାର ନିଦର୍ଶନ ସହ ପ୍ରତିଭା ଅନେଷ୍ବଣ ସାଜିଛି ମୁଖ୍ୟ ଆକର୍ଷଣ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details