ଓଡିଶା

odisha

ETV Bharat / state

64 ବର୍ଷରେ ପାରାଦ୍ୱୀପ ବନ୍ଦର, ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଦେଇଥିଲେ ଶୁଭ - PARADIP PORT FOUNDATION DAY

୬୪ ତମ ପ୍ରତିଷ୍ଠା ଦିବସ ପାଳୁଛି ପାରାଦ୍ୱୀପ ବନ୍ଦର । ପଣ୍ୟ କାରବାର ନେଇ କରିଛି ଅନେକ ରେକର୍ଡ ।

Paradip port foundation day
Paradip port foundation day (ETV Bharat Odisha)

By ETV Bharat Odisha Team

Published : Jan 3, 2025, 10:51 PM IST

ପାରାଦ୍ବୀପ:ପାରାଦ୍ୱୀପ ବନ୍ଦର ପାଳୁଛି 64 ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ମିନି ମାରାଥନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ବନ୍ଦରକୁ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜାରେ ସଜ୍ଜିତ କରାଯିବା ସହିତ ବର୍ଥ ଗୁଡିକକୁ ସୁସଜିତ କରାଯାଇଛି ।

ପାରାଦ୍ୱୀପ ବନ୍ଦରର ଇତିହାସ
ଅଭିଭକ୍ତ କଟକ ଜିଲ୍ଲାରେ ୧୯୬୨ ମସିହା ଜାନୁୟାରୀ 3 ତାରିଖ ଅର୍ଥାତ୍ ଆଜିର ଦିନରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ପାରାଦ୍ୱୀପ ବନ୍ଦରର ଶୁଭ ଦେଇଥିଲେ । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ବନ୍ଦରକୁ କ୍ରିୟାଶୀଳ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ୧୯୬୪ ମସିହାରେ ରାଜ୍ୟ ସରକାରଙ୍କ ନିଜସ୍ୱ ବନ୍ଦର ଭାବରେ ଏହା କାର୍ଯ୍ୟ କରିଥିଲା । ସେ ସମୟରେ ରାଜ୍ୟ ସରକାର ବନ୍ଦର ନିର୍ମାଣ ବାବଦକୁ ୧୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୧୯୬୬ ମସିହା ଅପ୍ରେଲ ୧୮ ତାରିଖରେ ପାରାଦ୍ୱୀପ ବନ୍ଦରକୁ କେନ୍ଦ୍ର ସରକାର ନିଜ ଅଧିନକୁ ନେଇଥିଲେ । ଧୀରେ ଧୀରେ ପାରାଦ୍ୱୀପ ବନ୍ଦରଟି ସମଗ୍ର ଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଭାବରେ ଉଭା ହୋଇପାରିଛି ।

Paradip port foundation day (ETV Bharat Odisha)
ବନ୍ଦରର କ୍ଷମତା ପାରାଦ୍ୱୀପ ବନ୍ଦରରେ ମୋଟ 20ଟି ବର୍ଥ ରହିଛି । ଏହି ବର୍ଥରେ ପଣ୍ୟବାହୀ ଜାହାଜଗୁଡିକୁ ଯାଞ୍ଚ ପରେ ପ୍ରବେଶର ଅନୁମତି ଦିଆଯାଇଥାଏ । ଏହି ବର୍ଥର ଗଭୀରତା ୧୪ମିଟର ବିଶିଷ୍ଟ ରହିଥିବା ବେଳେ ଏହି ବର୍ଥମାନଙ୍କରେ ୯୦.୦୦୦ ଟନ ପର୍ଯ୍ୟନ୍ତ ଓଜନର ଜାହାଜ ଧାରଣର କ୍ଷମତା ରହିଛି । ବନ୍ଦର ପକ୍ଷରୁ ସମୁଦ୍ର ମଝିରେ SPM ବର୍ଥ ମଧ୍ୟ ନିର୍ମାଣ କରାଯାଉଛି ।ବିଦେଶରୁ ଆସିଥିବା ବୃହତ ତୈଳ ଜାହାଜଗୁଡିକୁ ଏଠାରେ ରଖାଯାଇ ଅଶୋଧିତ ତୈଳକୁ ପାଇପ ଯୋଗେ IOCLକୁ ପଠାଯାଇଥାଏ ।ବନ୍ଦରର ନିଜସ୍ୱ ରେଳ ଲାଇନପାରାଦ୍ୱୀପ ବନ୍ଦର ମଧ୍ୟରେ ମୋଟ 82 କିଲୋମିଟର ରେଳ ଲାଇନ ରହିଛି । ଯାହା ପାରାଦ୍ୱୀପ ବନ୍ଦରର ନିଜସ୍ୱ ରେଳ ଲାଇନ । ସେହିପରି ବନ୍ଦର ମଧ୍ୟରେ ୨୫ଟି ସାଇଡ଼ିଂ ବା ମାଲ ଲୋଡ଼ ଓ ଅନଲୋଡ୍ କରିବାର ସୁବିଧା ରହିଛି ।

ଏହାମଧ୍ୟ ପଢନ୍ତୁ...

ପାରାଦ୍ୱୀପ ପୂର୍ବ ଭାରତର ବିକାଶର ଦ୍ୱାର ପାଲଟିବ : ଧର୍ମେନ୍ଦ୍ର ପ୍ରଧାନ

ବାଂଲାଦେଶୀ ଜାହାଜକୁ ସ୍ବଦେଶ ଫେରାଇବାକୁ ବିରୋଧ, ପ୍ରଧାନମନ୍ତ୍ରୀଙ୍କୁ ଚିଠି


ପାରାଦ୍ୱୀପ ବନ୍ଦରର ରେକର୍ଡ

ଗତ ଅକ୍ଟୋବର ମାସରେ ପାରାଦ୍ୱୀପ ବନ୍ଦର ସର୍ବ ଭାରତୀୟ ସ୍ତରରେ ପଣ୍ୟ କାରବାରକୁ ନେଇ ରେକର୍ଡ ସୃଷ୍ଟି କରିଥିଲା । ପାରାଦ୍ୱୀପ ପୋର୍ଟ ଅଧକ୍ଷ ପି ଏଲ ହାରନାଦ୍ଦ କହିଛନ୍ତି, "ପାରାଦ୍ୱୀପ ପୋର୍ଟ ଭାରତର ଗୁରୁତ୍ୱପୂର୍ଣ୍ଣ ପୋର୍ଟ ମଧ୍ୟରେ ଅନ୍ୟତମ । ୫୦.୧୬ ମିଲିୟନ ମେଟ୍ରିକ ଟନ ପଣ୍ୟ କାରବାର କରି ଭାରତରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଭାରତର ୧୩ଟି ଗୁରୁତ୍ୱପୂର୍ଣ୍ଣ ପୋର୍ଟ ମଧ୍ୟରେ ଏହା ଏକ ସର୍ବକାଳୀନ ରେକର୍ଡ ।"

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details