ଓଡିଶା

odisha

By ETV Bharat Odisha Team

Published : Mar 20, 2024, 10:14 PM IST

ETV Bharat / state

ପଖାଳ ଦିବସ ପାଇଁ ରାଜଧାନୀରେ ନିଆରା ସେଲିବ୍ରେସନ

Pakhala Divas Celebration: ରାଜଧାନୀରେ ପ୍ରସ୍ତୁତ ହେଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ପଖାଳ । ପଖାଳ ଦିବସକୁ ରାଜଧାନୀବାସୀ ଧୁମଧାମରେ ପାଳିଛନ୍ତି । ଅଧିକ ପଢନ୍ତୁ

Pakhala Divas
Pakhala Divas

Pakhala Divas

ଭୁବନେଶ୍ବର:ପଖାଳ ଦିବସକୁ ଧୁମଧାମରେ ପାଳିଛନ୍ତି ରାଜଧାନୀବାସୀ। ଏଥିପାଇଁ ରାଜଧାନୀରେ ପ୍ରସ୍ତୁତ ହୋଇଥିଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ପଖାଳ। ସାଙ୍ଗରେ ରହିଥିଲା ମାଛ ଭଜା, ଚିଙ୍ଗୁଡ଼ି ଛେଚା, ଆଳୁ ଭଜା, ଆଳୁ ଭର୍ତ୍ତା, ପଣସର ଭଜା, କଦଳୀ ଭଜା, ବଡ଼ି ଚୁରା ଏବଂ ବାଇଗଣ ପୋଡ଼ା ସାଙ୍ଗକୁ ଶାଗ ଭଜା । ପଖାଳ ସହ ଏଭଳି ସୁସ୍ବାଦୁ ବ୍ୟଞ୍ଜନକୁ ନେଇ ପାଳନ ହୋଇଛି ବିଶ୍ଵ ପଖାଳ ଦିବସ। ପଖାଳ ହେଉଛି ପ୍ରତି ଓଡ଼ିଆଙ୍କ ପ୍ରିୟର ଖାଦ୍ୟ। ସେ ଧନୀ ହେଉ କି ଗରିବ, ଏହା ସମସ୍ତଙ୍କର ପ୍ରିୟ ହୋଇଥିବାରୁ ରାଜଧାନୀରେ ପଖାଳ ଦିବସ ବେଶ ଜମିଛି ।

ଓଡ଼ିଆଙ୍କ ପରିଚୟ ସାଜିଥିବା ଏହି ପଖାଳ ଆଜି ସାରା ବିଶ୍ୱରେ ପରିଚିତ ହୋଇଥିବାବେଳେ ପ୍ରତିଟି ଓଡ଼ିଆ ଆଜି ପଖାଳ ଦିବସକୁ ବେଶ ଧୁମଧାମରେ ପାଳନ କରୁଛନ୍ତି । ଏହା କେବଳ ଓଡ଼ିଶାର ପାରମ୍ପରିକ ଖାଦ୍ୟ ନୁହେଁ, ମଣିଷଙ୍କ ପାଇଁ ମହୋଷଧି ପରି କାର୍ଯ୍ୟକାରିଥାଏ । ତେଣୁ ପଖାଳ କଂସାଏ ଖାଇଦେଲେ ଆତ୍ମତୃପ୍ତି ମିଳିଥାଏ। ଏଥିରେ ପେଟର ଭୋକ ମେଣ୍ଟିବା ସହ ଦେହକୁ ଉପଶମ ମଧ୍ୟ ମିଳିଥାଏ । ଏହିସବୁ ଉପାଦେୟକୁ ନେଇ ପ୍ରତିଟି ଓଡ଼ିଆ ପଖାଳ ଦିବସ ପାଳନ କରୁଛନ୍ତି। ଭୁବନେଶ୍ୱରର ଛୋଟ ଝୁମ୍ପୁଡି ହୋଟେଲରୁ ନେଇ ବଡ ବଡ ତାରକା ହୋଟେଲ ଯାଏଁ କଲେଜରୁ ଆରମ୍ଭ କରି ବିଭିନ୍ନ ସଂଗଠନ ସବୁଠି ଆଜି ଜମିଚି ପଖାଳର ଆସର । ତେବେ ବର୍ଷା ପାଗ ପଖାଳ ଦିବସକୁ ଯଦିଓ ସାମାନ୍ୟ ଫିକା ପକେଇଦେଇଛି , ତଥାପି ରାଜଧାନୀବାସୀ ଆସି ପଖାଳ ଖାଇଛନ୍ତି ଆଉ ଆତ୍ମସନ୍ତୋଷ ଲାଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ପଖାଳ ଦିବସ ପାଳିଲା ସହିଦନଗର ଦୁର୍ଗା ପୂଜା ସମିତି, ଏକାଠି ଖାଇଲେ ରାଜଧାନୀବାସୀ

ଏହା ମଧ୍ୟ ପଢନ୍ତୁ...ରାଉରକେଲା ସହରରେ ଜମିଲା ପଖାଳ ଆସର

ଶହୀଦନଗର ପୂଜା ସମିତି ପକ୍ଷରୁ ଦେଢ କ୍ବିଣ୍ଟାଲ ପଖାଳ ସାଙ୍ଗକୁ ୩୦ ପ୍ରକାରର ନିରାମିଷ ବ୍ୟଞ୍ଜନ ହୋଇଥିଲା। ସେହିପରି ବିଜୁ ପଟ୍ଟନାୟକ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ଟୁରିଜିମ କଲେଜରେ ପଖାଳ ଦିବସ ପାଳିତ ହୋଇଛି । 'ଗାଁ ମାଟିର ବାସ୍ନାରେ ପଖାଳ ଖାଇବାର ମଜ୍ଜା ହିଁ ଅଲଗା' ଯାହାକୁ ଥିମ୍ କରି ପଖାଳ ଦିବସ ପାଳିଛନ୍ତି ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତ୍ରୀ ପାରମ୍ପରିକ ବେଶଭୂଷାରେ ନିଜେ ପ୍ରସ୍ତୁତ ୧୨ ପ୍ରକାର ବ୍ୟଞ୍ଜନ ସହ ପଖାଳ ଅତିଥିଙ୍କୁ ଭେଟି ଦେଇଛନ୍ତି। ସମସ୍ତେ ଏହି ପଖାଳ ଦିବସକୁ ଧୁମଧାମରେ ପାଳନ କରି ଭରପୁର ମଜା ଉଠାଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details