ଭୁବନେଶ୍ବର:ଜାନୁଆରୀ ୨ ରୁ ୬ ତାରିଖ ଆୟୋଜିତ ହେବାକୁ ଯାଉଛି ୧୪ ତମ ଗଣତନ୍ତ୍ର, ପରିବେଶ ଓ ଧର୍ମ ସଚେତନତା ଅଭିଯାନ । ଅନନ୍ତ ବଳିଆ ଟ୍ରଷ୍ଟ ଦ୍ୱାରା ପରିବେଶ, ପରିବାର, ଗଣତନ୍ତ୍ର ଏବଂ ଧର୍ମ ସଚେତନତା ଅଭିଯାନ କାର୍ଯ୍ୟକ୍ରମ କରାଯାଉଛି । ରବୀନ୍ଦ୍ର ମଣ୍ଡପରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଗୀତାକଥା ଆସନ୍ତା ଜାନୁଆରୀ ୨ ରୁ ୬ରେ ଆୟୋଜନ ହେବ ବୋଲି ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ବାବା ବଳିଆ । ପୁରୁଷ କମିଶନ ଓ ପିତୃମାତୃ କମିଶନ ଗଠନ ହେଉ ବୋଲି ସେ ଦାବି କରିଛନ୍ତି ।
MEN COMMISSION (ETV Bharat Odisha)
ପିତୃମାତୃ କମିଶନ ଦାବି:
ଏହି ସାମ୍ବାଦିକ ସମ୍ମିଳନୀରେ ଦରମା ଓ ପରିବେଶର ସଚେତନ କରାଇଛନ୍ତି । ଏହାସହ ଆଉ ଏକ ବଡ଼ ବୟାନ ମଧ୍ୟ ଦେଇଛନ୍ତି ବାବା ବଳିଆ । ସେ କହିଛନ୍ତି, "ମହିଳା କମିଶନ ସ୍ଵାଗତ ଯୋଗ୍ୟ, କିନ୍ତୁ ମହିଳା କମିଶନ ଯୋଗୁଁ ପୁରୁଷ ନିର୍ଯାତନା ବଢ଼ି ଚାଲିଛି । ତେଣୁ ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ । ଅବହେଳିତ ଓ ନିର୍ଯାତିତ ବୁଢ଼ା ବାପା ମାଆଙ୍କ ପାଇଁ ପିତୃମାତୃ କମିଶନ ମଧ୍ୟ ଆଜିର ଅତ୍ୟନ୍ତ ଜରୁରୀ । ଏଥିପାଇଁ ଆବଶ୍ୟକ ହେଲେ ଆମେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବୁ । ବିଧବା ମହିଳାଙ୍କୁ ମୁଖ୍ୟ ସ୍ରୋତକୁ ଅଣାଯାଇ ମାଙ୍ଗଳିକ କାର୍ଯ୍ୟରେ ସାମିଲ କରିବାକୁ ହେବ ।"
ପୁରୁଷ କମିଶନ କରିବାକୁ ଦାବି:
ସେ ଆହୁରି କହିଛନ୍ତି, "କେବଳ ନାରୀ ନୁହେଁ, ପୁରୁଷ ଆଖିରେ ମଧ୍ୟ ଲୁହ ଆସିଥାଏ । ନିର୍ଯାତନାର ଶିକାର କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ହୋଇଥାନ୍ତି । ହେଲେ ମହିଳା ନିର୍ଯାତନାର ଖବର ସାମ୍ନାକୁ ଆସୁଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ମାମଲା ଗୁଡ଼ିକ ଆପେ ଆପେ ଚାପି ହୋଇଯାଇଥାଏ । ଏହାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିବା ସହ ସରକାରଙ୍କ ନିକଟରେ ବଡ ଦାବି କରିଛନ୍ତି ଆଧ୍ୟାତ୍ମିକ ଗୁରୁ ବାବା ବଳିଆ । ଅନେକ ଶ୍ରଦ୍ଧାଳୁ ପୁରୁଷ ନିର୍ଯାତନାର ଅଭିଯୋଗ ନେଇ ଆଶ୍ରମକୁ ଆସୁଛନ୍ତି । ମହିଳା କମିଶନ ଭଳି ପୁରୁଷ କମିଶନ ଗଠନ ହୋଇପାରିଲେ ଏସବୁ ସମସ୍ୟାର ସମାଧାନ ହୋଇପାରନ୍ତା । କେବଳ ପୁରୁଷ କମିଶନ ନୁହେଁ, ଅବହେଳିତ ବୃଦ୍ଧ ବାପା ମା'ଙ୍କ ପାଇଁ ପିତୃମାତୃ କମିଶନ ଗଠନର ମଧ୍ୟ ଆବଶ୍ୟକତା ରହିଛି । ଏସବୁ ପାଇଁ ଦରକାର ପଡିଲେ ଆଗକୁ ସୁପ୍ରିମକୋର୍ଟ ଯିବୁ ।"
ଏହା ବି ପଢନ୍ତୁ...ମହିଳା କମିଶନ ସଦସ୍ୟଙ୍କୁ ବରଖାସ୍ତ ମାମଲା, ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ
ଏହା ବି ପଢନ୍ତୁ...ନିର୍ବାଚନୀ ମୈଦାନରେ ଆଇନଜୀବୀ ବ୍ୟୋମକେଶ, 'ପୁରୁଷଙ୍କ ଅଧିକାର'କୁ କରିଛନ୍ତି ମୁଦ୍ଦା - Byomkesh Tripathy File Nomination
ବାବା ବଳିଆ ଆହୁରି କହିଛନ୍ତି, "ଗଛ ଲଗାଇବା ପରିବେଶ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ତେଣୁ ଏବେଠାରୁ ଗଛ ଲଗାନ୍ତୁ ଏବଂ ପରିବେଶକୁ ସୁରକ୍ଷା କରନ୍ତୁ । ନହେଲେ ଆଗାମୀ ଦିନରେ ବଡ ବଡ଼ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡ଼ିବ । ଖାଲି ସେତିକି ନୁହେଁ, ଦୁର୍ନୀତିମୁକ୍ତ ଶାସନ ହେଉଛି ପ୍ରକୃତ ଶାସନ । ଦୋଷୀ ନିର୍ଦ୍ଦୋଷରେ ମୁକ୍ତି ପାଉଛି କିନ୍ତୁ ନିର୍ଦ୍ଦୋଷ ଦଣ୍ଡ ପାଉଛି। ତେଣୁ ଗଣତନ୍ତ୍ର ସ୍ବଚ୍ଛ ହେବା ଆବଶ୍ୟକ ।"
ଇଟିଭି ଭାରତ, ଭୁବନେଶ୍ବର