ଭୁବନେଶ୍ବର:ଗଜରାଜ ତୁମେ ଓଡ଼ିଶା ଛାଡ଼। ରାଜ୍ୟରେ ହାତୀଙ୍କ ପାଇଁ ନାହିଁ ଜାଗା । ହାତୀଙ୍କ ପାଇଁ ଅଭାବ ପଡୁଛି ଜଙ୍ଗଲ । ଯେତିକି ହାତୀ ରହିବା ଆବଶ୍ୟକ ତାହାଠାରୁ ଅଧିକ ହାତୀ ରହିଛନ୍ତି । ଯେଉଁଥି ପାଇଁ ଓଡ଼ିଶାରେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇ ହାତୀ- ମଣିଷ ଲଢ଼େଇ ବଢ଼ୁଛି । ଜଙ୍ଗଲ ମଧ୍ୟରେ ଭରପୁର ଭାବେ ଖାଇବା ନାହିଁ କି ପିଇବା ପାଇଁ ପାଣି ନାହିଁ। ଯାହା ଫଳରେ କି ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମୁଛି। ଫଳରେ ହାତୀ ମୃତ୍ୟୁ ମୁହଁରେ ପଡ଼ୁଛନ୍ତି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬୦ ହାତୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ବିଶେଷ ଭାବେ ଅସ୍ବାଭାବିକ ଓ ବିଦ୍ୟୁତ ଆଘାତ ଦ୍ଵାରା ଅଧିକ ହାତୀ ମୃତ୍ୟୁ ବରଣ କରିଛନ୍ତି ।
'ହାତୀଙ୍କ ପାଇଁ ଜାଗା ଅଭାବ'
Principal Chief Conservator of Forests PCCF (ପିସିସିଏଫ) ସୁଶାନ୍ତ ନନ୍ଦକହିଛନ୍ତି ଯେ 'ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ। ଯେତିକି ହାତୀ ରହି ପାରିବା କଥା ତାହାଠୁ ରାଜ୍ୟରେ ୪୦୦ ଅଧିକ ଅଛନ୍ତି । ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସ ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ। କିନ୍ତୁ ଏବେ ୪୦୦ ହାତୀ ଅଧିକ ଅର୍ଥାତ୍ ୨୧ ଶହ ହାତୀ ଅଛନ୍ତି । ଯେଉଁଥି ପାଇଁ ଖାଦ୍ୟ ଅନ୍ୱେଷଣ ରେ ଜନବସତି ମୁହାଁ ହେଉଛନ୍ତି ଏବଂ ହାତୀ- ମଣିଷ ଲଢ଼େଇ ବଢ଼ୁଛି । ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । କାରଣ ଜଙ୍ଗଲ ମଧ୍ୟରେ ଭରପୁର ଭାବେ ଖାଇବା ନାହିଁ କିମ୍ବା ପିଇବା ପାଇଁ ପାଣି ନାହିଁ । ରାଜ୍ୟରେ ଯେତିକି ମାତ୍ରାରେ ହାତୀ ମୃତ୍ୟୁ ଘଟୁଛି ସେଥିମଧ୍ୟରୁ ୬୦ ପ୍ରତିଶତ ଛୁଆ ହାତୀ, ରୋଗିଣା ହାତୀ ଅଧିକ ମୃତ୍ୟୁ ମୁହଁରେ ପଡ଼ୁଛନ୍ତି' ।
- ଓଡ଼ିଶାରେ ୪୦୦ ଅଧିକ ହାତୀ ଅଛନ୍ତି
- ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ
- କିନ୍ତୁ ଏବେ ୨୧୦୦ ଶହ ହାତୀ ଅଛନ୍ତି
- ଅସ୍ବାଭାବିକରେ ଅଧିକ ହାତୀଙ୍କ ମୃତ୍ୟୁ ଘଟୁଛି:-
ପିସିସିଏଫ୍ ସୁଶାନ୍ତ ନନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ "ରାଜ୍ୟରେ ବିଶେଷ ଭାବେ ରୋଗ, ବିଦ୍ୟୁତ ଆଘାତ ଓ ଟ୍ରେନ ଦୁର୍ଘଟଣାରେ ଯାଉଛି ହାତୀଙ୍କ ଜୀବନ ଯାଉଛି । ଯାହା ୩୦ ପ୍ରତିଶତରୁ ୬୦ ପ୍ରତିଶତ ଏହି ଭଳି ଅସ୍ବାଭାବିକ ମୃତ୍ୟୁରେ ଜୀବନ ଯାଉଛି । କିଛି ଦିନ ତଳେ ଭୁଲ ବୁଝାମଣା ପାଇଁ ରାଉରକେଲା ଓ ମେରାମଣ୍ଡଳିରେ ଟ୍ରେନ ଦୁର୍ଘଟଣାରେ ହାତୀଙ୍କ ଜୀବନ ଯାଇଥିଲା । ତେବେ ଏହି ସମସ୍ତ ଘଟଣାର ତଦନ୍ତ କରାଯିବ। ଯାହା ଫଳରେ ଘଟାଣର ସତ୍ୟାସତ ଆସିପାରିବ। "
- ରୋଗ, ବିଦ୍ୟୁତ ଆଘାତ ଓ ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ
- ୩୦ ପ୍ରତିଶତରୁ ୬୦ ପ୍ରତିଶତ ଅସ୍ବାଭାବିକ ହାତୀ ମୃତ୍ୟୁ
ବଳକା ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା:-
"ରାଜ୍ୟରେ ଅଧିକ ମାତ୍ରାରେ ହାତୀ ରହିଛନ୍ତି । ଅନେକ କିଛି ହାତୀ ମଧ୍ୟ ଆମ ରାଜ୍ୟରୁ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶା ଜଙ୍ଗଲରେ ଅଧିକ ହାତୀ ଥିବାରୁ ବିଶେଷଜ୍ଞଙ୍କ ପରାମର୍ଶରେ କିଛି ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ସ୍ଥାନାନ୍ତର ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରାଯିବ । ବର୍ତ୍ତମାନ ଯାହା ସ୍ଥିତି ବା ଜଙ୍ଗଲ ରହିଛି ତେବେ ଓଡିଶାରେ ୨୦୦୦ ରୁ ୨୧୦୦ ହାତୀ ରହିପାରିବେ । ସମସ୍ତ ହାତୀଙ୍କ ଦେହରେ ଲଗାଯିବ ରେଡିଓ କଲାର । ଯାହା ଫଳରେ କି ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ" ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।
ଏହା ମଧ୍ୟ ପଢ଼ନ୍ତୁ- ବଢୁଛି ଅସ୍ୱାଭାବିକ ହାତୀ ମୃତ୍ୟୁ, ଯାଞ୍ଚ କରିବାକୁ ଜଙ୍ଗଲ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶବଦଳୁଛି ହାତୀ କରିଡ଼ର, ହାତୀଙ୍କ ଚଲାପଥରେ ବାଧକ ସାଜୁଛି ଅନେକ ସମସ୍ୟା - World Elephant Day |
ହାତୀ ଥିବା ଜଙ୍ଗଲକୁ ଯିବାବେଳେ ସତର୍କତା :-