ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଫାଶୀଗୁଡ଼ା ଗାଁରେ ବଡ଼ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି 10 ଶିଶୁ ଗୁରୁତର । ଶିଶୁଙ୍କୁ ପ୍ରଥମେ ଦିଗପହଣ୍ଡି ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଏହି ଅଘଟଣ ଘଟିଛି । ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇପଡ଼ିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ରାମାୟଣ ନାଟକ ପରିବେଷଣ ହେଉଥିଲା । ହେଲେ ବର୍ଷା ହେବା କାରଣରୁ ନାଟକ ଦେଖୁଥିବା ଛୋଟ ପିଲାମାନେ ସେଠାରେ ପଡିଥିବା ଷ୍ଟେଜ୍ ତଳକୁ ଚାଲି ଯାଇଥିଲେ । ହେଲେ ଏହି ସମୟରେ ତଳେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଶିଶୁମାନେ ଆସିଯାଇଥିଲେ । ଯାହାଫଳରେ ପିଲାମାନଙ୍କୁ ବିଦ୍ୟୁତ୍ ଆଘାତ ଲାଗିଛି । ବିଦ୍ୟୁତ ଝଟକା ଖାଇବା ପରେ ପିଲାମାନେ ଜୋରରେ ଚିତ୍କାର କରିବା ସହ ଗୁରୁତର ହୋଇପଡ଼ିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପିଲାମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।
ଏହା ବି ପଢନ୍ତୁ- ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ଆଖି ବୁଜିଲା ଶିଶୁକନ୍ୟା, ସ୍ୱାସ୍ଥ୍ୟ ବିଭାଗର ତନାଘନା