ଓଡିଶା

odisha

ETV Bharat / state

ଗ୍ରାମୀଣ ବିକାଶ ଦିଗରେ ଅଭିନବ ପଦକ୍ଷେପ, 6 ସଂସ୍ଥା ସହ ଓରମାସର ଚୁକ୍ତି - ଓରମାସ

ORMAS signs MoU with various companies: ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ସହ 6ଟି ବୁଝାମଣାପତ୍ର ସ୍ୱାକ୍ଷର କଲା ଓରମାସ । ଗ୍ରାମୀଣ ସାମଗ୍ରୀ ମାର୍କେଟିଂ, ଆଜୀବିକା ଏବଂ ଦକ୍ଷତା ବିକାଶ ଦିଗରେ ଏହା ଅନେକ ସମ୍ଭାବନା ସୃଷ୍ଟି କରିବ । ଅଧିକ ପଢନ୍ତୁ

ଓରମାସ
Ormas

By ETV Bharat Odisha Team

Published : Feb 10, 2024, 9:30 AM IST

ଭୁବନେଶ୍ୱର: ଗ୍ରାମୀଣ ବିକାଶ ଦିଗରେ ଆଉ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି ଓରମାସ । ରାଜଧାନୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓରମାସ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ସହିତ 6ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛି । ବୁଝାମଣାପତ୍ର ସ୍ୱାକ୍ଷର ଦ୍ୱାରା ଗ୍ରାମୀଣ କାରିଗର, କୃଷକ ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ ଉଦ୍ୟୋଗ, ମହିଳା ଗୋଷ୍ଠୀ, ସ୍ୱଧାର ଗୃହ ଅନ୍ତେବାସୀଙ୍କ ଦକ୍ଷତା ବିକାଶ, ଆର୍ଥିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ଦିଗରେ ସହାୟକ ହୋଇପାରିବ । ଆଗାମୀ ଦିନରେ ଏହି ପଦକ୍ଷେପ ଉଭୟ ଚୁକ୍ତିନାମା ସ୍ୱାକ୍ଷରକାରୀ ସଂସ୍ଥା ମଧ୍ୟରେ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିବ । ଯାହାକି ଗ୍ରାମୀଣ ସାମଗ୍ରୀ ମାର୍କେଟିଂ, ଆଜୀବିକା ଏବଂ ଦକ୍ଷତା ବିକାଶ ଦିଗରେ ଅନେକ ସମ୍ଭାବନା ସୃଷ୍ଟି କରିବ ବୋଲି ଓରମାସ ପକ୍ଷରୁ ସୂଚନା ଦିଆଯାଇଛି ।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ଆରୋରା ମିଶ୍ର ପ୍ରମୁଖ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଓରମାସ ପକ୍ଷରୁ ନିର୍ଦ୍ଦେଶିକା ତଥା ସିଇଓ ଗୁହା ପୁନମ ତାପସ କୁମାର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । କାର୍ଯ୍ୟକ୍ରମରେ ବୁଝାମଣାପତ୍ର ସ୍ୱାକ୍ଷରକାରୀ ସଂସ୍ଥାର ପ୍ରତିନିଧି ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଲୁଧିଆନା ସ୍ଥିତ ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନ ବା ଆଇଆଇଏମଆର, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ବା ସିଡାକ, ବିଶ୍ୱ ଦକ୍ଷତା କେନ୍ଦ୍ର ବା ଡବ୍ଲୁଏସସି, ସରକାରୀ ଇ-ମାର୍କେଟ ପ୍ଲେସ ବା ଜି-ଇ-ଏମ, ଉଷା ଇଣ୍ଟରନ୍ୟାସନାଲ ଲିମିଟେଡ ଏବଂ ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ ଟିଡିସିସିଓଏଲ ସହ ଚୁକ୍ତି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ବରମୁଣ୍ଡା ପଡ଼ିଆରେ ଜାନୁଆରୀ 6ରୁ ଜମିବ ଶିଶିର ସରସ

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି, ''ଓରମାସ ପ୍ରଗତି, ନବଦିଗନ୍ତ ଏବଂ ସହଯୋଗ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଆରମ୍ଭ କରିଛି । ଏହି ବୁଝାମଣାପତ୍ରଗୁଡ଼ିକ ସହଭାଗୀ ଲକ୍ଷ୍ୟକୁ ଆଗକୁ ନେବା ସହ ଗ୍ରାମୀଣ ଓଡ଼ିଶାର ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମୋର ଆଶା ।''

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି କହିଛନ୍ତି, ''ମୁଁ ପ୍ରକୃତରେ ଖୁସି । ରାଜ୍ୟ କ୍ଷେତ୍ରୀୟ ଯୋଜନା ଅଧୀନରେ ଓରମାସ ଦ୍ୱାରା 6ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ମିଳିତ ଉଦ୍ୟମ ପରିବର୍ତ୍ତନ ଏବଂ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ । ଏଥିସହ ଗ୍ରାମୀଣ କାରିଗରଙ୍କ ମଧ୍ୟରେ ଉନ୍ନତି ଏବଂ ସକାରାତ୍ମକ ପରିବର୍ତ୍ତନ ଆଣିବ ।''

ଓରମାସ ନିର୍ଦ୍ଦେଶିକା ତଥା ସିଇଓ ଗୁହା ପୁନମ ତାପସ କୁମାର କହିଛନ୍ତି, ''ଏହି ବୁଝାମଣାପତ୍ର ସ୍ୱାକ୍ଷର ଜରିଆରେ ଆମେ ମିଳିତ ଭାବେ ଗ୍ରାମୀଣ ଉତ୍ପାଦକ ଏବଂ ଓରମାସ ଦ୍ୱାରା ଗଠିତ କ୍ଷୁଦ୍ର ଉଦ୍ୟୋଗଗୁଡିକ ପାଇଁ ସାମାଜିକ ବିକାଶ ଆଭିମୁଖ୍ୟ ଦିଗରେ ଅଭିଯାନ ଆରମ୍ଭ କରୁଛୁ । ଏହି ସହଭାଗିତାର ସମ୍ଭାବନା ଉପରେ ମୋର ଦୃଢ଼ ଆତ୍ମବିଶ୍ୱାସ ରହିଛି । ଆମେ ଏହାର ଉଲ୍ଲେଖନୀୟ ସଫଳତାକୁ ଅପେକ୍ଷା କରିଛୁ ।''

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details