ଓଡିଶା

odisha

ETV Bharat / state

ହାଇକୋର୍ଟ ରାୟ: ୨୦୨୫ ମାର୍ଚ୍ଚ ସୁଦ୍ଧା ଓଡ଼ିଶାର ସବୁ ପୋଲିସ ଥାନାରେ CCTV କ୍ୟାମେରା, SOP ଅନୁପାଳନ - ORISSA HIGH COURT ON CCTV

ଭରତପୁର ଥାନା ମାମଲା ପରେ ଆର୍ମି ମେଜର ବ୍ୟବହାର ନେଇ ବଡ଼ ରାୟ । ସିସିଟିଭି କ୍ୟାମେରା ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ ଜରିଆରେ ସିଏମଏସରେ ଯୋଡ଼ିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

Orissa High Court Ordered Installation Of CCTVs In All Police Stations
Orissa High Court Ordered Installation Of CCTVs In All Police Stations (ETV Bharat Odisha)

By ETV Bharat Odisha Team

Published : 24 hours ago

କଟକ: ଭରତପୁର ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ । ଆସନ୍ତାବର୍ଷ ମାର୍ଚ୍ଚ ୨୫ ସୁଦ୍ଧା ରାଜ୍ୟର ସମସ୍ତ ଥାନା ଏବଂ ଫାଣ୍ଡିରେ ସିସିଟିଭି କ୍ୟାମେରା ଲଗାଇବା ନେଇ ରାୟ ପ୍ରଦାନ କରିଛନ୍ତି ଉଚ୍ଚ ନ୍ୟାୟାଳୟ । କ୍ୟାମେରାଗୁଡ଼ିକ ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ ଜରିଆରେ ସିଏମଏସରେ ଏହି ସମୟ ମଧ୍ୟରେ ଯୋଡ଼ି ହେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଆର୍ମି ଅଫିସରଙ୍କୁ ବ୍ୟବହାର ନେଇ SOP ଅନୁପାଳନ କର : ହାଇକୋର୍ଟ

ଭରତପୁର ଥାନା ଘଟଣା ପରେ ହାଇକୋର୍ଟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆର୍ମି ଅଫିସରଙ୍କୁ କିପରି ବ୍ୟବହାର କରାଯିବ, ସେନେଇ ଯେଉଁ ଏସଓପି-SOP ଜାରି ହୋଇଛି, ତାହାକୁ ରାଜ୍ୟର ସମସ୍ତ ଥାନା ଅଧିକାରୀ ଏବଂ ପୋଲିସ ଅଧିକାରୀ ଅନୁସରଣ କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଏହି ଏସଓପିକୁ ସଠିକ ଭାବେ ପ୍ରଚାର ପ୍ରସାର କରିବା ସପକ୍ଷରେ କୋର୍ଟ କହିଛନ୍ତି । ବିଶେଷକରି ପ୍ରତ୍ୟେକ ପୋଲିସ ଅଧିକାରୀ କିପରି ସଚେତନ ହେବେ ସେନେଇ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବଡ଼ କଥା ହେଉଛି ଏହି ଏସଓପି କୁ ଓଡ଼ିଆରେ ବାଣ୍ଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେବା ସହ ମାମଲା ଶୁଣାଣିରେ ଅନ୍ତ ଘଟାଇଛନ୍ତି ।

Orissa High Court ordered installation of CCTVs in all police stations (ETV Bharat Odisha)

ଭରତପୁର ଥାନାରେ କଣ ଘଟିଥିଲା ?

୨୦୨୪ ସେପ୍ଟେମ୍ବର ୧୫ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ବର ଭରତପୁର ଥାନାରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଜଣେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଏତଲା ଦେବାକୁ ଯାଇଥିବା ବେଳେ ପୋଲିସ ସେମାନଙ୍କ ଏତଲା ରୁଜୁ କରିବା ପରିବର୍ତ୍ତେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା ।ଏପରିକି ଆର୍ମି ମେଜରଙ୍କ ବାନ୍ଧବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହି ଘଟଣା କୁ ନେଇ ଚାରି ଆଡ଼େ ଚର୍ଚ୍ଚା ହୋଇଥିଲା ।ତେବେ ଲେଫ୍ଟନାଣ୍ଟ ଜେନେରାଲ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଥିଲେ । ଏହି ଲେଟର ପିଟିସନକୁ ମାମଲା ଭାବେ ଗ୍ରହଣ କରି ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ-

ସେନା କର୍ମଚାରୀଙ୍କ ସହ ପୋଲିସ ବ୍ୟବହାର ନେଇ SOP, ହାଇକୋର୍ଟଙ୍କୁ ଅବଗତ କରାଇଲେ ସରକାର - BHARTPUR PS ISSUE IN HC

ହାଇକୋର୍ଟଙ୍କ ବଡ଼ ରାୟ, ଭରତପୁର ମାମଲାରେ ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ - Orissa High Court on assault case - ORISSA HIGH COURT ON ASSAULT CASE

ହାଇକୋର୍ଟଙ୍କ ଜବାବ ତଲବ:

ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଭରତପୁର ଥାନା ସମେତ ରାଜ୍ୟର କେଉଁ ଥାନାରେ ସିସିଟିଭି କ୍ୟାମେରା ଲାଗିଛି ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ । ପୋଲିସ ଏଡିଜି ଦୟାଲ ଗଙ୍ଗୱାର ଏନେଇ କୋର୍ଟଙ୍କ ନିକଟରେ ତଥ୍ୟ ରଖିଥିଲେ । ବିଶେଷକରି ରାଜ୍ୟର କେଉଁ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି ଏବଂ ଯେଉଁଠି ଲାଗି ନାହିଁ ତାହାର କାରଣ ସହ ସମସ୍ତ ତଥ୍ୟ କୁ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ ।

Orissa High Court ordered installation of CCTVs in all police stations (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-

ଭରତପୁର ଥାନା ଭିତରେ କଣ ଘଟିଥିଲା ? ତଦନ୍ତ କମିସନଙ୍କ ହାତରେ ଲାଗିଲା ଭିଡିଓ - BHARATPUR POLICE CASE

ଭରତପୁର ଥାନା ମାମଲା; ୪ ପୋଲିସ ଅଧିକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପାଇଁ ମନାକଲେ ହାଇକୋର୍ଟ - BHARATPUR ASSAULT CASE

ସତ୍ୟପାଠରେ କଣ ଦର୍ଶାଇଥିଲେ ରାଜ୍ୟ ସରକାର ?

" ରାଜ୍ୟରେ ୯୬ ପ୍ରତିଶତ ଥାନାରେ କାର୍ଯ୍ୟକ୍ଷମ ହୋଇଛି ସିସିଟିଭି କ୍ୟାମେରା । ବାକି ୪ ପ୍ରତିଶତ ଥାନାରେ ଲଗିଯିବ ସିସିଟିଭି କ୍ୟାମେରା । " ହାଇକୋର୍ଟରେ ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ କରି ଏହି ଜବାବ ଦେଇଥିଲେ ରାଜ୍ୟ ସରକାର । ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବା ଏବଂ ସେନା କର୍ମଚାରୀଙ୍କ ସହ ପୋଲିସ ବ୍ୟବହାର ନେଇ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ଏହି ସତ୍ୟପାଠ ଦାଖଲ କରିଥିଲେ ରାଜ୍ୟ ସରକାର । ସବୁ ସିସିଟିଭି କ୍ୟାମେରାକୁ ପୋଲିସ ମୁଖ୍ୟାଳୟ ସହ ସଂଯୋଗୀକରଣ କରାଯାଇ ମନିଟରିଂ କରାଯାଉଛି। ୨୯୫ଟି ପୋଲିସ ଫାଣ୍ଡିରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପ୍ରକ୍ରିୟା ଜାରି ରହିଛି । ମାର୍ଚ୍ଚ ୨୦୨୫ ସୁଧା ରାଜ୍ୟର ସମସ୍ତ ପୋଲିସ ଫାଣ୍ଡିରେ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରିଥିଲେ ରାଜ୍ୟ ସରକାର । ଅନ୍ୟପଟେ ପୋଲିସ ଷ୍ଟେସନକୁ ଆସୁଥିବା ସେନା କର୍ମଚାରୀଙ୍କ ସହ ପୋଲିସର ବ୍ୟବହାର ନେଇ ଜାରି ଏସଓପିକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ବୋଲି ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । କୋର୍ଟ ଏହାର ଶୁଣାଣି କରି ଆସନ୍ତାବର୍ଷ ୨୦୨୫ ମାର୍ଚ୍ଚ ୨୫ ସୁଦ୍ଧା ରାଜ୍ୟର ସମସ୍ତ ଥାନା ଏବଂ ଫାଣ୍ଡି ରେ ସିସିଟିଭି କ୍ୟାମେରା ଲଗାଇବା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତୁ ଜାଣିବା କଣ ରହିଛି ସେନା କର୍ମଚାରୀଙ୍କ ସହ ପୋଲିସର ବ୍ୟବହାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା SOP

Orissa High Court ordered installation of CCTVs in all police stations (ETV Bharat Odisha)
  • କୌଣସି ସେନା କର୍ମଚାରୀ ଡ୍ୟୁଟିରେ ରୁହନ୍ତୁ କିମ୍ବା ନରୁହନ୍ତୁ, ସେମାନେ ପୋଲିସ ଷ୍ଟେସନରେ କୌଣସି ଅଭିଯୋଗ କଲେ ତୁରନ୍ତ ତା ଉପରେ କାର୍ଯ୍ୟକାରୀ କରିବେ ପୋଲିସ ଅଧିକାରୀ
  • ସେନା କର୍ମଚାରୀଙ୍କ ଅଭିଯୋଗ ଓ ଅସୁବିଧାକୁ ଗୁରୁତର ସହ ନେବା ସହିତ ଆଇନ ଅନୁଯାୟୀ ପଦକ୍ଷେପ ନେବେ ପୋଲିସ ଅଧିକାରୀ
  • ସେନା କର୍ମଚାରୀ ଲିଖିତ ଅଭିଯୋଗ କଲେ ତାକୁ ଆଇନ ଅନୁଯାୟୀ ଅଧିକ ପ୍ରାଧାନ୍ୟ ଦେଇ ତୁରନ୍ତ ପଦକ୍ଷେପ ନେବେ ପୋଲିସ ଅଧିକାରୀ
  • ସେନା କର୍ମଚାରୀ ଏତଲା ଲେଖିବା ସମୟରେ ସେମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ କରିବେ ପୋଲିସ ଅଧିକାରୀ
  • କୌଣସି ସେନା କର୍ମଚାରୀ କୌଣସି ସଙ୍ଗୀନ ଅପରାଧ ସମ୍ପର୍କରେ ମୌଖିକ ଭାବେ ଅଭିଯୋଗ କଲେ ତାଙ୍କୁ ଲିଖିତ ଏତଲା ଦେବା ପାଇଁ ନକହି ପୋଲିସ ଅଧିକାରୀ ନିଜେ ଏତଲା ଲେଖି ପଦକ୍ଷେପ ନେବେ
  • କୌଣସି ଆର୍ମୀ, ନେଭି ଓ ଏୟାର ଫୋର୍ସ କର୍ମଚାରୀ ଡ୍ୟୁଟିରେ ଥିଲେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ସେମାନଙ୍କୁ ଗିରଫ କରି ପାରିବ ନାହିଁ ପୋଲିସ
  • ସେନା କର୍ମଚାରୀଙ୍କୁ ଗିରଫ କରିବା ପାଇଁ ନିକଟସ୍ଥ ଷ୍ଟେସନ କମାଣ୍ଡର ମେଜର ରାଙ୍କ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଅନୁମତି ନମିଳିଲେ ପୋଲିସ ଉକ୍ତ ସେନା କର୍ମଚାରୀଙ୍କୁ ଅଟକ ରଖି ସେନା ପୋଲିସକୁ ହସ୍ତାନ୍ତର କରିବ
  • କେବଳ ଦୁଷ୍କର୍ମ, ହତ୍ୟା, ଅପହରଣ ପରି ଜଘନ୍ୟ ଅପରାଧିକ ଘଟଣାରେ ହିଁ ଡ୍ୟୁଟିରେ ଥିବା ସେନା କର୍ମଚାରୀଙ୍କୁ ବିନା ଅନୁମତିରେ ଗିରଫ କରି ପାରିବ ପୋଲିସ । ଯଦି ଜଘନ୍ୟ ଅପରାଧ ସହ ସେମାନଙ୍କ ସଂପୃକ୍ତି ନଥିବ, ତା ହେଲେ ବିନା ଅନୁମତିରେ ସେମାନଙ୍କୁ ଗିରଫ କରି ପାରିବ ନାହିଁ ପୋଲିସ
  • ସେନା କର୍ମଚାରୀଙ୍କୁ ସେମାନଙ୍କ ଡ୍ୟୁଟି ବ୍ୟତୀତ ଅନ୍ୟ କୌଣସି ଘଟଣାରେ ଗିରଫ କରିବାକୁ ହେଲେ ନିକଟରେ ଥିବା ସେନା ପୋଲିସ ମୁଖ୍ୟାଳୟକୁ ସୂଚନା ଘଟଣାସ୍ଥଳ, ତାରିଖ ଏବଂ ଦିନ ସମ୍ପର୍କରେ ଜଣେଇବେ ପୋଲିସ ଅଧିକାରୀ
  • ସେନା କର୍ମଚାରୀଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ ଗୁରୁତର ସହ ବିଚାର କରିବେ ପୋଲିସ। ଏ ନେଇ ସେନା କମାଣ୍ଡରଙ୍କୁ ମଧ୍ୟ ଜଣାଇବେ
  • ସେନା କର୍ମଚାରୀଙ୍କୁ ଗିରଫ କରିବା ସମୟରେ ସେମାନଙ୍କୁ ହାତକଡ଼ି ପିନ୍ଧେଇବେ ନାହିଁ ପୋଲିସ । ସେମାନଙ୍କ ଶରୀରକୁ କ୍ଷତ ପହଞ୍ଚାଇବା ଭଳି କୌଣସି ପଦକ୍ଷେପ ମଧ୍ୟ ପୋଲିସ ନେବ ନାହିଁ
  • ସେନା କର୍ମଚାରୀଙ୍କ ବିରୋଧରେ ମାମଲାର ବିଚାର ପାଇଁ ଭାରତୀୟ ନ୍ୟାୟ ସଂହିତା- BNSର ଧାରା ୫୨୧ ଏବଂ କ୍ରିମିନାଲ କୋର୍ଟ ରୁଲ ୩.୩ ଓ କୋର୍ଟ ମାର୍ଶିଆଲ ନିୟମ ୧୯୭୮ କୁ ଧ୍ୟାନ ରଖିବେ କୋର୍ଟ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details