ଓଡିଶା

odisha

By ETV Bharat Odisha Team

Published : Feb 14, 2024, 3:50 PM IST

ETV Bharat / state

ହାଇୱାକୁ ସାମ୍ନାରୁ ଧକ୍କା ଦେଲା ବାଇକ, ଚାଳକ ମୃତ 2 ଗୁରୁତର

Road accident in Mayurbhanj: ଆଜି ମୟୂରଭଞ୍ଜ ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡରେ ଛିଡ଼ା ହୋଇଥିବା ହାଇୱା ଟ୍ରକକୁ ବାଇକ ଚାଳକ ସାମ୍ନାରୁ ଆସି ଧକ୍କା ଦେଇଥିଲା । ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ହାଇୱା ଟ୍ରକକୁ ଧକ୍କା ଦେଲା ବାଇକ
ହାଇୱା ଟ୍ରକକୁ ଧକ୍କା ଦେଲା ବାଇକ

ହାଇୱା ଟ୍ରକକୁ ଧକ୍କା ଦେଲା ବାଇକ

ରାଇରଙ୍ଗପୁର: ଅସାବଧାନତା କାରଣରୁ ଚାଲିଗଲା ବାଇକ ଚାଳକଙ୍କ ଜୀବନ । ଆଜି ମୟୂରଭଞ୍ଜ ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡରେ ଛିଡ଼ା ହୋଇଥିବା ହାଇୱା ଟ୍ରକକୁ ବାଇକ ଚାଳକ ସାମ୍ନାରୁ ଆସି ଧକ୍କା ଦେଇଥିଲା । ଯେଉଁଥିରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ପୁଅ ଗୁରୁତର ଆହତ ହୋଇ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ମହିଳାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ଆଜି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡ଼ା ୨୨୦ ନମ୍ବର ଜାତୀୟ ରାଜପଥରେ ଏହି ସଡ଼କ ଦୁର୍ଘଟଣା ଘଟିଯାଇଛି । ହାଟବାଦଡା ଫାଣ୍ଡି ନିକଟସ୍ଥ ଖେରଣା ପିଚୁ ପ୍ଲାଣ୍ଟ ସମ୍ମୁଖରେ ଏକ ଚିପ୍ସ ଗୁଣ୍ଡ ବୋଝେଇ ହାଇୱା ଛିଡ଼ା ହୋଇଥିଲା । ସାମ୍ନାରୁ ଏକ ବାଇକ ଆସି ହାଇୱା ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଚାଳକଙ୍କର ମୃତ୍ୟୁ ହେଇଥିଲା । ବାଇକରେ ଆସୁଥିବା ମୃତ୍ୟୁଙ୍କ ସ୍ତ୍ରୀ ଏବଂ ପୁଅ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଆହତ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଯାଇଥିଲା । ସେଠାରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ସଡ଼କ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ର ଗୁରୁତର, ସମସ୍ତଙ୍କ ଅବସ୍ଥା ସଂକଟାପର୍ଣ୍ଣ

ମୃତକ ଜଣକ ହେଲେ ବାଦାମପାହାଡ଼ ଥାନା ଅନ୍ତର୍ଗତ ପଢ଼ିଆ ଗ୍ରାମର ରାମଚନ୍ଦ୍ର ସରେନଙ୍କ ସାନପୁଅ ସିଙ୍ଗରାଇ ସରେନ । ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମୃତକଙ୍କ ସ୍ତ୍ରୀ ଗୁମୀ ସରେନ ଓ ଶିଶୁ ପୁତ୍ର ସାଲଖାନ ସରେନ । ସିଙ୍ଗରାଇ ତାଙ୍କ ସ୍ତ୍ରୀ ଏବଂ ପୁଅ ସହିତ ବାଇକ ଯୋଗେ ନରେନ୍ଦ୍ରପୋଷୀରୁ ପଢିଆକୁ ଫେରୁଥିଲେ । ଅସାବଧାନତା ବଶତଃ ଉକ୍ତ ସ୍ଥାନରେ ଛିଡ଼ା ହୋଇଥିବା ହାଇୱାକୁ ବାଇକ ଚାଳକ ଜଣକ ଧକ୍କା ଦେଇଥିବା ସୂଚନା ମିଳିଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ହାଇୱା ଓ ବାଇକକୁ ଜବତ କରିଛି । ଏଥି ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ମେଡିକାଲ ପଠାଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details