ଓଡିଶା

odisha

ETV Bharat / state

ଇଣ୍ଡିଆ ସ୍କିଲ୍ସରେ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ, ୧୫ ସ୍ବର୍ଣ୍ଣ ସହ ହାତେଇଲେ ୫୨ ପଦକ - India Skill Competitions 2024

India Skill Competitions 2024: ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କମାଲ। ମୋଟ ୫୨ ଟି ପଦକ ପାଇଛନ୍ତି ବିଭିନ୍ନ ବର୍ଗର ପ୍ରତିଯୋଗୀ। ଅଧିକ ପଢନ୍ତୁ

India Skill Competitions
India Skill Competitions (ETV Bharat Odisha)

By ETV Bharat Odisha Team

Published : May 21, 2024, 10:13 AM IST

India Skill Competitions 2024 (ETV Bharat Odisha)

ଭୁବନେଶ୍ୱର:ଇଣ୍ଡିଆ ସ୍କିଲ୍ସ ୨୦୨୪ରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନ। ପ୍ରତିଯୋଗିତାରେ ମୋଟ ୫୨ ଟି ପଦକ ହାତେଇଛନ୍ତି ବିଭିନ୍ନ ବର୍ଗର ପ୍ରତିଯୋଗୀମାନେ। ଇଣ୍ଡିଆ ସ୍କିଲ୍ସ ୨୦୨୪ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ବ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଅଭିନନ୍ଦନ ଜଣାଇଛନ୍ତି । ଗତକାଲି ଭୁବନେଶ୍ବରରେ ପହଞ୍ଚିବା ପରେ ପଦକ ବିଜେତାଙ୍କୁ ସ୍ବାଗତ କରାଯାଇଥିଲା । ରବିବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଫଳ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ଦ୍ୱାରା ‘ଇଣ୍ଡିଆ ସ୍କିଲ୍ସ’ କାର୍ଯ୍ୟକ୍ରମ କରାଯାଇଥିଲା ।

ଚଳିତ ବର୍ଷ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତା ଦେଶର ୯ଟି ସ୍ଥାନରେ ଆୟୋଜନ କରାଯାଇଥିଲା। ମେ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୯୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡ଼ିଶା ସ୍କିଲ୍ସ ରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୬୪ ଜଣ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିଲେ। ସେମାନଙ୍କ ଭିତରୁ ୫୨ ଜଣ ଇଣ୍ଡିଆ ସ୍କିଲ୍ସରେ ପଦକ ପାଇଛନ୍ତି। ୧୫ ଜଣ ସ୍ବର୍ଣ୍ଣ ପାଇଥିବା ବେଳେ ୧୬ ଜଣ ରୌପ୍ୟ ଏବଂ ୯ ଜଣ ବ୍ରୋଞ୍ଜ ପଦକ ପାଇଛନ୍ତି। ସେହିପରି ୧୨ ଜଣଙ୍କୁ ମେଡାଲିୟନ ଅଫ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ, ପିଲାଙ୍କ ରୁଚି ସହ ଶିକ୍ଷାଦାନ ଉପରେ NEPରେ ପ୍ରାଧାନ୍ୟ
ବିଶେଷ ଭାବରେ ଇଣ୍ଡିଆ ସ୍କିଲ୍ସ ରେ ମୋବାଇଲ ରୋବୋଟିକ୍ସ, ଇନଫରମେସନ୍ ନେଟୱାର୍କ କେବଲିଂ, ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରୋଲ, ମୋବାଇଲ ଆପ୍ଲିକେସନ୍ ଡେଭଲପମେଣ୍ଟ୍, ସାଇବର ସିକ୍ୟୁରିଟି ସହ ଏହି ପରି ୪୮ଟି ସ୍କିଲରେ ଓଡ଼ିଶାର ପ୍ରତିଯୋଗୀମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ । ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ମାସରେ ଫ୍ରାନ୍ସରେ ହେବାକୁ ଥିବା ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମଧ୍ୟ ପାଇବେ। ସୋମବାର ସମସ୍ତ ପ୍ରତିଯୋଗୀ ମାନଙ୍କ ସମେତ ଅଧିକାରୀ ମାନେ ବିମାନବନ୍ଦର ରେ ପହଞ୍ଚିଥିଲେ। ବିଭାଗୀୟ ସଚିବ ଉଷା ପାଢ଼ୀ ଓ ବରିଷ୍ଠ ଅଧିକାରୀ ସମସ୍ତ ପ୍ରତିଯୋଗୀମାନଙ୍କୁ ସ୍ଵାଗତ ଏବଂ ଶୁଭେଚ୍ଛା ଜଣାଇଥିଲେ।


ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details