ETV Bharat / state

ଜନ୍ମମାଟିକୁ ପ୍ରଥମ ଥର ଆସୁଛନ୍ତି ରାଷ୍ଟ୍ରପତି, ଅପେକ୍ଷାରେ ଉପରବେଡା - PRESIDENT DROUPADI MURMU

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଚାହିଁ ରହିଛନ୍ତି ଗ୍ରାମବାସୀ ।

President Droupadi Murmu
President Droupadi Murmu (ETV Bharat Odisha)
author img

By ETV Bharat Odisha Team

Published : Dec 4, 2024, 7:34 AM IST

ରାଇରଙ୍ଗପୁର: ଡିସେମ୍ବର ୬ରେ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଚତୁର୍ଥ ଥର ପାଇଁ ଆସୁଥିବା ବେଳେ ପ୍ରଥମ ଥର ନିଜ ଜନ୍ମମାଟି କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମରେ ପାଦ ଦେବେ । ଗାଁର ଝିଅ ରାଷ୍ଟ୍ରପତିଙ୍କୁ ଭେଟିବି ପାଇଁ ଉତ୍ସୁକତାର ସହ ଚାହିଁ ରହିଛନ୍ତି ଗାଁ ଲୋକଙ୍କ ସହ ସାଙ୍ଗସାଥି ଓ ପରିବାର ବର୍ଗ । ଏଥିପାଇଁ ସଜ୍ଜେଇ ହେଉଛି ମହାମହିମଙ୍କ ଜନ୍ମମାଟି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି ।

ଜନ୍ମମାଟିକୁ ଆସିବେ ରାଷ୍ଟ୍ରପତି:

President Droupadi Murmu (ETV Bharat Odisha)

ଆସନ୍ତା ୬ ତାରିଖ (ଶୁକ୍ରବାର) ନିଜ ଜନ୍ମମାଟି ଉପରବେଡା ଗ୍ରାମକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ଛୋଟବେଳେ ପାଠ ପଢୁଥିବା ସ୍କୁଲ 'ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ' ପରିଦର୍ଶନ କରିବେ । ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେଠାକାର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେପଟେ ରାଷ୍ଟ୍ରପତିଙ୍କୁ ପାଖରୁ ଦେଖିବା ପାଇଁ ଗାଁ ଲୋକଙ୍କ ସହିତ ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଅତି ସୁନ୍ଦର ଭାବରେ ଗାଁ ଏବଂ ଗାଁ ବିଦ୍ୟାଳୟକୁ ସାଜସଜ୍ଜା କରାଯାଉଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ହୁଏ ସେନେଇ ଉପରବେଡା ଗ୍ରାମକୁ ଉଚ୍ଚ ପଦସ୍ଥ ଅଧିକାରୀମାନେ ଘନଘନ ଗସ୍ତ କରୁଛନ୍ତି । ଉପରବେଡା ଗ୍ରାମ ସହିତ ଗ୍ରାମର ବିଦ୍ୟାଳୟ ଓ ନିକଟସ୍ଥ ରଙ୍ଗାମାଟିଆ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ମଧ୍ୟ ନିଜେ ଉପସ୍ଥିତ ରହି ବିଦ୍ୟାଳୟର ସମସ୍ତ କାର୍ଯ୍ୟକୁ ତଦାରଖ କରିଛନ୍ତି ।

ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି, "ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ଉପରବେଡାରେ ପାଦ ଦେଉଛନ୍ତି । ରାଷ୍ଟ୍ରପତି ଆସୁଥିବାରୁ ତାଙ୍କୁ ଦେଖିବା ପାଇଁ ସବୁ ବର୍ଗର ଲୋକ ଖୁସି ଅଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଅଫିସରମାନେ ଘନଘନ ଗସ୍ତ କରି ସମସ୍ତ ସ୍ଥିତିର ତଦାରଖ କରୁଛନ୍ତି ।"

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ:

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତକୁ ନେଇ ରହିଥିବା କାର୍ଯ୍ୟସୂଚୀ ଅନୁସାରେ, ଆସନ୍ତା ଶୁକ୍ରବାର ଦିନ ରାଷ୍ଟ୍ରପତି କଲେଇକୁଣ୍ଡା ଏୟାରବେସରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସିବେ । ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ବ୍ଲକ ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୧.୦୫ ସମୟରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ନିଜ ଜନ୍ମଭୂମି ଉପରବେଡା ପହଞ୍ଚି ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପହଞ୍ଚି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କ ସହିତ ଭାବ ବିନିମୟ କରିବେ । ସେଠାରୁ ୧୨.୦୫ ସମୟରେ ବାହାରି ଉପରବେଡା ଗ୍ରାମ ସ୍ଥିତ ନିଜ ପୈତୃକ ଘରେ ପହଞ୍ଚି ପୁତୁରା ଓ ପୁତୁରା ବୋହୂଙ୍କ ସମେତ ଆତ୍ମୀୟଙ୍କ ସହିତ ଆଲୋଚନା କରିବାର କାର୍ଯକ୍ର୍ୟମ ରହିଛି । ପରେ ମଧ୍ୟାହ୍ନ ୧୨.୩୦ ସମୟରେ ଉପରବେଡା ଗ୍ରାମରୁ ବାହାରି ସଡ଼କ ପଥରେ ସ୍ବତନ୍ତ୍ର କାରକେଡ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଇରଙ୍ଗପୁର ପହଞ୍ଚିବେ ।

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଯିବେ ରାଷ୍ଟ୍ରପତି:

ରାଇରଙ୍ଗପୁର ପହଞ୍ଚି ନିଜ ବାସଭବନରେ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନ ୩ଟା ସମୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପହଞ୍ଚି ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ଡାକ୍ତରଖାନାକୁ ହସ୍ତାନ୍ତର କରିବାର କାର୍ଯକ୍ରମ ରହିଛି । ଅପରାହ୍ନ ୪ଟା ସମୟରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପହଞ୍ଚି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀଙ୍କ ସହିତ ଭାବ ବିନିମୟ କରିବେ । ସେଠାରୁ ବାହାରି ଅପରାହ୍ନ ୪.୫୦ ସମୟରେ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ଯାଇ ନୂତନ ଭାବେ ସ୍ଥାପିତ ଗଣେଶ ମୂର୍ତ୍ତି ଉନ୍ମୋଚନ କରିବେ । ସେଠାରେ ଆଳତୀ କରିବା ପରେ ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନକୁ ଆସି ରାତ୍ରୀଭୋଜନ ଓ ରାତ୍ରୀଯାପନ କରିବେ ।

ଏହାମଧ୍ୟ ପଢ଼ନ୍ତୁ...ଆଜି ନୌସେନା ଦିବସ: ପୁରୀରେ ପରାକ୍ରମ ଦେଖାଇବେ ନୌବୀର, ସାମିଲ ହେବେ ରାଷ୍ଟ୍ରପତି

ଏହାମଧ୍ୟ ପଢ଼ନ୍ତୁ...ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଆସନ୍ତାକାଲି ନୌସେନା ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ

୩ଟି ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ:

ସେହିପରି ୭ ତାରିଖ (ଶନିବାର) ଦିନ ୧୦ଟା ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ସ୍ଥିତ ନିଜ ବାସଭବନରୁ ବାହାରି ଦାଣ୍ଡବୋଷ ସ୍ଥିତ ହେଲିପ୍ୟାଡରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାଙ୍ଗିରିପୋଷି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ବାଙ୍ଗିରିପୋଷି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ତିନି ତିନୋଟି ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେଗୁଡିକ ହେଲା ବାଙ୍ଗିରିପୋଷିରୁ ଗୋରୁମହିଷାଣୀ, ବାଦାମପାହାଡରୁ କେନ୍ଦୁଝର ଓ ବୁଡାମୋରାରୁ ଚାକୁଳିଆ ରେଳ ସଂଯୋଗୀକରଣ । ଏଥି ସହିତ ଭିସି ଜରିଆରେ ରାଇରଙ୍ଗପୁର ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ଦାଣ୍ଡବୋଷ ଏୟାରପୋର୍ଟର ଉନ୍ନତି କରଣ ଓ ରାଇରଙ୍ଗପୁର ଡାକ୍ତରଖାନାକୁ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ମଧ୍ୟାହ୍ନ ୧୨.୧୫ ମିନିଟ ସମୟରେ ବାଙ୍ଗିରିପୋଷି ସଭାସ୍ଥଳୀରୁ ବାହାରି ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପଶ୍ଚିମବଙ୍ଗର କଲେଇକୁଣ୍ଡା ଏୟାରବେସ ପହଞ୍ଚି ସେଠାରୁ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀକୁ ଯାତ୍ରା କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.