ଓଡିଶା

odisha

ETV Bharat / state

ମତ୍ସ୍ୟଜୀବୀଙ୍କୁ ବର୍ଷା ଆଲର୍ଟ, ସମୁଦ୍ର କୂଳକୁ ୨୩ ତାରିଖ ସୁଦ୍ଧା ଫେରିଆସିବାକୁ ପରାମର୍ଶ - Odisha Weather update - ODISHA WEATHER UPDATE

Odisha Weather update: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୪ ତାରିଖରେ ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଅଧିକ ପଢନ୍ତୁ

Odisha Weather update
Odisha Weather update (ETV Bharat Odisha)

By ETV Bharat Odisha Team

Published : May 21, 2024, 1:15 PM IST

Odisha Weather update (ETV Bharat Odisha)

ଭୁବନେଶ୍ବର:ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୪ ତାରିଖରେ ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଏହା ପ୍ରଭାବରେ ୨୩ ତାରିଖ ସକାଳଠାରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ୨୩ ତାରିଖଠାରୁ କେନ୍ଦ୍ରୀୟ ଓ ୨୪ ତାରିଖଠାରୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ୨୩ ତାରିଖ ପୂର୍ବରୁ ଫେରି ଆସିବାକୁ କୁହାଯାଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଓ ବିଭିନ୍ନ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ଆଇଏମଡି ସୂଚନା ଆଧାରରେ ଏସଆରସି ଚିଠିରେ ଦର୍ଶାଇଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଅବପାତ ପ୍ରଭାବରେ ୨୪ ଓ ୨୫ ତାରିଖରେ ଓଡିଶା ଉପକୂଳ ଓ ଉତ୍ତର ଦିଗରେ ଅଧିକାଂଶ ସ୍ଥାନରେ ବର୍ଷା ହେବ । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା, କଟକ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ୨୩ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା‌ ପ୍ରତି ୪୦ରୁ ୫୦ କିମି ରହିବ । ସ୍ଥଳ ବିଶେଷରେ ପବନର ବେଗ ୬୦ କିମି ଛୁଇଁପାରେ । ୨୪ ତାରିଖରୁ ଏହାର ପ୍ରଭାବ ଉତ୍ତର ବଙ୍ଗୋପସାଗରରେ ରହିବ । ଘଣ୍ଟାପ୍ରତି ପବନର ବେଗ ୫୦ରୁ ୬୦ କିମି ହୋଇପାରେ ।

ଏହାମଧ୍ୟ ପଢନ୍ତୁ.. ବଙ୍ଗୋପସାଗରରୁ ମାଡ଼ି ଆସୁଛି ଲଘୁଚାପ, 24 ଓ 25 ପ୍ରବଳରୁ ଅତି ପ୍ରବଳ ବର୍ଷା - Odisha Weather


ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବା ଲାଗି ଏସଆରସି ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ ଚିଠି ଲେଖିଛି । ସେହିପରି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଏହି ଜିଲ୍ଲାରେ ବର୍ଷା ସହ ପବନ ସମ୍ଭାବନା ରହିଛି । ୨୩ ତାରିଖ ସକାଳଠାରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ମତ୍ସ୍ୟଜୀବୀମାନେ ୨୩ ତାରିଖରୁ କେନ୍ଦ୍ରୀୟ ଓ ୨୪ ତାରିଖରୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନେ ୨୩ ତାରିଖ ପୂର୍ବରୁ ଫେରି ଆସିବାକୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details