ଓଡିଶା

odisha

ETV Bharat / state

ଆହୁରି ୨ ଦିନ ଘନକୁହୁଡି, ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - DENSE FOG ALERT

ଘନକୁହୁଡି ସ୍ଥିତି ନେଇ ଆଲର୍ଟ । ଦୁଇଦିନ ପରେ ବଢିବ ତାପମାତ୍ରା । ଉପୂକଳ ଓ ଆଭ୍ୟନ୍ତରୀଣ ଓଡିଶାରେ ହ୍ରାସ ପାଇବ ଥଣ୍ଡା ।

ଆହୁରି ୨ ଦିନ ଘନକୁହୁଡି ସ୍ଥିତି, ୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଆହୁରି ୨ ଦିନ ଘନକୁହୁଡି ସ୍ଥିତି, ୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ (ETV Bharat odisha)

By ETV Bharat Odisha Team

Published : 18 hours ago

ଭୁବନେଶ୍ବର: ରାଜ୍ୟରେ ଆହୁରି ୨ ଦିନ ଘନକୁହୁଡି ସ୍ଥିତି ଜାରି ରହିବ । ସାରା ରାଜ୍ୟରେ ଏବେ ଶୀତ ଜାରି ରହିଥିବା ବେଳେ ଆହୁରି ୨ ଦିନ ଏପରି ସ୍ଥିତି ଜାରି ରହିବ । ପରେ ତାପମାତ୍ରା ବଢିବା ସହ ଶୀତର ପ୍ରକୋପ କମିବ । ଆସନ୍ତା ୨ ଦିନ ମଧ୍ୟରେ ପ୍ରାୟ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ବିଶେଷ ଭାବେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • ୩ ଜିଲ୍ଲାକୁ ଘନକୁହୁଡି ଆଲର୍ଟ

ରାଜ୍ୟରେ ଏବେ ହାଲୁକା ଶୀତ ସହ କଲବଲ କରିବ ଘନ କୁହୁଡି । ଆଜି ଆଉ ଆସନ୍ତାକାଲି ଦୁଇଦିନ ଘନକୁହୁଡି ନେଇ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ସୁନ୍ଦରଗଡ, କୋରାପୁଟ ଓ କନ୍ଧମାଳରେ ଘନକୁହୁଡି ଅନୁଭୁତ ହେବ । ଆଜି କେନ୍ଦୁଝର, ଝାରସୁଗୁଡା, ଅନୁଗୋଳ, କଳାହାଣ୍ଡି ଓ ଢେଙ୍କାନାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରାଯାଇଛି ।

ଆହୁରି ୨ ଦିନ ଘନକୁହୁଡି ସ୍ଥିତି, ୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ (ETV Bharat odisha)

ଆସନ୍ତାକାଲି ପାଇଁ ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ:

ସେହିପରି ଆସନ୍ତାକାଲି ଅନୁଗୋଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡା ଓ ଝାରସୁଗୁଡାରେ ହାଲୁକା କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେହିପରି ୧୦ ତାରିଖରେ ସୁନ୍ଦରଗଡ, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡା, କେନ୍ଦୁଝର ,ଅନୁଗୋଳ, ସମ୍ବଲପୁର ଓ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସତର୍କତା ଜାରି କରାଯାଇଛି ।

ଆହୁରି ୨ ଦିନ ଘନକୁହୁଡି ସ୍ଥିତି, ୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ (ETV Bharat odisha)

ଏହାମଧ୍ୟ ପଢନ୍ତୁ...

ଘନ କୁହୁଡି ସତର୍କତା: କମିବ ଶୀତ, ବଢିବ ତାପମାତ୍ରା - ODISHA WEATHER UPDATE

ବଦଳିବ ପାଗର ମୁଡ: ବଢିବ ପାରଦ, କମିବ ଶୀତ

୬ ଜିଲ୍ଲାରେ ଘନ କୁହୁଡି, ଶୀତରେ ଥରୁଛି କୋରାପୁଟ ଓ ଫୁଲବାଣୀ

ଥରୁଛି ଓଡ଼ିଶା, କାଲିଠୁ ବଦଳିବ ପାଗର ମୁଡ୍‌

  • ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ସମତଳ ଅଞ୍ଚଳ ଭାବରେ ଝାରସୁଗୁଡା ସର୍ବନିମ୍ନ ୬.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ପାହାଡିଆ ଅଞ୍ଚଳ ଭାବରେ ଜି.ଉଦୟଗିରି ୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଟୁଇନସିଟି କଟକରେ ୧୩.୫ ଡ଼ିଗ୍ରୀ ଏବଂ ଭୁବନେଶ୍ବର ୧୫.୧ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି । ଦକ୍ଷିଣ ଓଡିଶାର କୋରାପୁଟ ଅତିଘନକୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ଫୁଲବାଣୀରେ ମଧ୍ୟ ଘନକୁହୁଡି ଦୃଶ୍ୟମାନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details