ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

୪୮ ଘଣ୍ଟା ପ୍ରବଳ ବର୍ଷିବ; ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ୱାର୍ଣ୍ଣିଂ - Odisha Weather Latest Update

Odisha Weather Latest Update: ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରହିବ । ସତର୍କ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା । ଅଧିକ ପଢ଼ନ୍ତୁ

Odisha Weather Latest Update
Odisha Weather Latest Update (ETV Bharat Odisha)

ଭୁବନେଶ୍ବର:ଦୁର୍ବଳ ହୋଇଛି ଲଘୁଚାପ । ଏହା ଘୂର୍ଣ୍ଣିବଳୟ ଭାବେ ଛତିଶଗଡ ଉପରେ ରହିଛି । ତଥାପି ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ବର୍ଷା ରହିବ । ଅନେକ ସ୍ଥାନରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ରହିବ । ଉତ୍ତର ଓଡ଼ିଶାରେ କିଛି ଭଲ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୪୮ ଘଣ୍ଟା ପରେ ବି ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ରାଜ୍ୟରେ ଜାରି ରହିବ । ଫଳରେ ଆଗାମୀ ୭ ଦିନ ଯାଏଁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ପ୍ରବଳ ବର୍ଷାରେ ବି ଥମୁନି ଗରମ:

Odisha Weather Latest Update (ETV Bharat Odisha)

ରାଜ୍ୟର ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଅନେକ ସ୍ଥାନରେ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଗତକାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠାରେ ସର୍ବାଧିକ ୩୫.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୩୦.୨ ଡିଗ୍ରୀ ସେଲସିୟସ ଓ କଟକରେ ୨୯.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ସର୍ବନିମ୍ନ ୨୧.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଏ ପର୍ଯ୍ୟନ୍ତ ବର୍ଷାର ପରିମାଣ:

Odisha Weather Latest Update (IMD)

ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୫୧.୧ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୧୨୫.୭ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ପୁରୀ ଓ ଭଦ୍ରକରେ ଅଧିକ ନିଅଣ୍ଟିଆ ବର୍ଷା ରହିଛି ।

ଏସବୁ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ ସତର୍କ:

Odisha Weather Latest Update (IMD)

ଆଗମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ରହିବ । ଯାହାକୁ ନେଇ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ବଜ୍ରପାତ ଆଶଙ୍କାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

କେବେଠୁ କମିବ ବର୍ଷା:

ସେହିପରି କାଲି ମଧ୍ୟ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ରହିବ । ଏଥିପାଇଁ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଚେତାବନୀ ଜାରି ହୋଉଛି । ପରେ ୨୭ ତାରିଖ ଠାରୁ ଯଦିଓ ରାଜ୍ୟରେ ବର୍ଷା ଲାଗି ରହିବ ମାତ୍ର ବର୍ଷାର ପରିମାଣ କମିବ । ବର୍ଷାକୁ ନେଇ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ମୂଷଳଧାରାରେ ବର୍ଷା ସମ୍ଭାବନା, ଲଘୁଚାପ ପରେ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ - Heavy Rain Alert

ଏହା ମଧ୍ୟ ପଢ଼ନ୍ତୁ...୨୪ ଘଣ୍ଟାରେ ୨୪ ଜିଲ୍ଲାକୁ ବିଜୁଳି ଘଡଘଡି ସହ ଭୀଷଣ ବର୍ଷା ଆଲର୍ଟ

ଏହା ମଧ୍ୟ ପଢ଼ନ୍ତୁ...ବର୍ଷା ଧୋଇନେବ କାନପୁର ଟେଷ୍ଟ ! ଖେଳ ନହେଲେ ବି ଜିତିବ ଭାରତ - IND vs BAN 2nd Test

ଏହି ଯାଗାରେ ସର୍ବାଧିକ ବର୍ଷା ରେକର୍ଡ:

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ବାଲେଶ୍ବରରେ ସର୍ବାଧିକ ୯୭.୨ ମିମି ବର୍ଷା ରେକର୍ଡ ହୋଇଛି । ଅନୁଗୋଳ ଜିଲ୍ଲା ତାଳଚେର ଓ ଟିକରପଡ଼ାରେ ଯଥାକ୍ରମେ ୯୨.୦ ଓ ୯୦.୦ ମିମି, କଟକ ବାଙ୍କୀରେ ୮୫.୦ ମିମି, କେନ୍ଦ୍ରାପଡ଼ା ରାଜନଗରରେ ୮୦.୨ ମିମି ଓ ବାଲେଶ୍ବର ଜାଇପୁରରେ ୭୯.୮ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details