ETV Bharat / state

ପଢୁଆଁ ହେବେ ମହାପ୍ରଭୁ, ମାମୁଁ ଘରୁ ଗଲା ପ୍ରଥମା ଅଷ୍ଟମୀ ଭାର - PRATHAMASTAMI 2024

ପୁରୀ ଶ୍ରୀମନ୍ଦିରରେ ପାଳନ ହେବ ପ୍ରଥମା ଅଷ୍ଟମୀ । ଚଳଚଞ୍ଚଳ ନିଆଳି ମାଧବାନନ୍ଦଜୀଉ ପୀଠ । ଜଗା-ବଳିଆଙ୍କ ପାଇଁ ଗଲା ପଢୁଆଁ ଭାର ।

ପଢୁଆଁ ହେବେ ମହାପ୍ରଭୁ, ମାମୁଁଘରୁ ମାଧବାନନ୍ଦ ପୀଠରୁ ଗଲା ଭାର
ପଢୁଆଁ ହେବେ ମହାପ୍ରଭୁ, ମାମୁଁଘରୁ ମାଧବାନନ୍ଦ ପୀଠରୁ ଗଲା ଭାର (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 11:41 AM IST

Updated : Nov 22, 2024, 12:32 PM IST

ନିଆଳି: ରାତି ପାହିଲେ ପ୍ରଥମାଷ୍ଟମୀ । ଓଡିଆ ଘରର ପରମ୍ପରା ଅନୁସାରେ, ପରିବାରର ଜ୍ୟଷ୍ଠ ସନ୍ତାନ ପଢୁଆଁ ହେବେ । 12 ମାସରେ 13 ପର୍ବ ପରି ଶ୍ରୀମନ୍ଦିରରେ ମଧ୍ୟ ହେବ ପ୍ରଥମାଷ୍ଟମୀ ସ୍ବତନ୍ତ୍ର ନୀତିକାନ୍ତି । ପଢୁଆଁ ହେବେ ବଡଠାକୁର ଶ୍ରୀ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପରମ୍ପରା ଅନୁସାରେ, ଜଗନ୍ନାଥଙ୍କ ମାମୁଁଘର ଭାବେ ଖ୍ୟାତ ନିଆଳିର ଶ୍ରୀ ମାଧବାନନ୍ଦଜୀଉ ପୀଠରୁ ଶ୍ରୀମନ୍ଦିରକୁ ଯାଇଛି ପ୍ରଥମାଷ୍ଟମୀ ଭାର ବା ‘ପଢୁଆଁ ଭାର’ । ଆଜି ସ୍ବତନ୍ତ୍ର ନୀତିକାନ୍ତି ପରେ ପଢୁଆଁ ଭାର ପୁରୀ ଅଭିମୁଖେ ବାହାରିଛି ।

  • ମହାପ୍ରଭୁଙ୍କ ପାଇଁ ପଢୁଆ ଭାରରେ କ’ଣ ଯାଏ:-

ଆଜି ସକାଳୁ ମାଧବାନନ୍ଦପୀଠରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଉଥିବା ଭାର ଶୋଭଯାତ୍ରାରେ ନିଜକୁ ସାମିଲ କରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ଼, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫଳମୂଳ, ତୁଳସୀ, ଫୁଲ, ଚନ୍ଦନ, ଅଗୁର ଆଦି ଭାରରେ ଯାଇଥାଏ । ଅଷ୍ଟମୀ ପୂର୍ବ ଦିନଠାରୁ ଏହି ଭାର ଅଞ୍ଚଳବାସୀଙ୍କ ସହଯୋଗରେ ପଠାଯାଇଥାଏ ।‌

ପଢୁଆଁ ହେବେ ମହାପ୍ରଭୁ, ମାମୁଁ ଘରୁ ଗଲା ପ୍ରଥମା ଅଷ୍ଟମୀ ଭାର (ETV Bharat Odisha)
  • ପ୍ରଭୁ ମାଧବାନନ୍ଦ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାମୁଁ

ଶ୍ରୀମନ୍ଦିର ସହ ମାଧବାନନ୍ଦ ପୀଠର ପ୍ରାଚୀନ ତଥା ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ପୌରାଣିକ ମାନ୍ୟତା ଅନୁସାରେ, ପ୍ରଭୁ ମାଧବାନନ୍ଦ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାମୁଁ । ପୂର୍ବରୁ ମାଧବାନନ୍ଦ ମନ୍ଦିରରେ ଅନେକ ଭୂସମ୍ପତ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଦିଆଯାଇଥିବାର ଲୋକକଥା ମଧ୍ୟ ରହିଛି । ସେହି ଜମିରୁ ଉତ୍ପାଦିତ ସାମଗ୍ରୀ ଅଣାଯାଇ ଶ୍ରୀ ମନ୍ଦିରକୁ ପ୍ରତିବର୍ଷ ପଢୁଆଁ ଭାର ରୂପେ ପ୍ରଦାନ କରାଯାଇଆସୁଛି । ଉତ୍କଳୀୟ ପରମ୍ପରା ଅନୁସାରେ, ଅନାଦି କାଳରୁ ଏହି ପଢୁଆଁ ଭାରର ପରମ୍ପରା ପାଳିତ ହୋଇଆସୁଥିଲା । ତେବେ ଗତ କିଛି ବର୍ଷ ହେବ ଏହା କୌଣସି କାରଣରୁ କିଛି ବର୍ଷ ପାଳନ ହୋଇପାରି ନଥିଲା । ପୁଣି ପରବର୍ତ୍ତୀ ସମୟରେ ଏହି ମହାନ ପରମ୍ପରାକୁ ପୁର୍ନଜୀବିତ କରାଯାଇଥିବାରୁ ବେଶ ଗର୍ବ ଅନୁଭବ କରନ୍ତି ନିଆଳିବାସୀ ।

ପଢୁଆଁ ହେhttps://etvbharatimages.akamaized.net/etvbharat/prod-images/22-11-2024/22953291_uj.JPGବେ ମହାପ୍ରଭୁ, ମାମୁଁଘରୁ ମାଧବାନନ୍ଦ ପୀଠରୁ ଗଲା ଭାର
ପଢୁଆଁ ହେବେ ମହାପ୍ରଭୁ, ମାମୁଁଘରୁ ମାଧବାନନ୍ଦ ପୀଠରୁ ଗଲା ଭାର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ମହାପ୍ରଭୁଙ୍କ ଦର୍ଶନ କଲେ କଣ୍ଠଶିଳ୍ପୀ ସୋନୁ ନିଗମ, ଜଗା ଦୁଆରେ ଗାଇଲେ ଭଜନ

ଏହା ମଧ୍ୟ ପଢନ୍ତୁ:- ଝଲସିବ ଶ୍ରୀମନ୍ଦିର, ଗୁମୁଟ ଦ୍ୱାରରୁ ନେଇ ରତ୍ନ ପଲଙ୍କ ହେବ ରୂପା ଛାଉଣୀ

ପଢୁଆଁ ହେବେ ମହାପ୍ରଭୁ, ମାମୁଁଘରୁ ମାଧବାନନ୍ଦ ପୀଠରୁ ଗଲା ଭାର
ପଢୁଆଁ ହେବେ ମହାପ୍ରଭୁ, ମାମୁଁଘରୁ ମାଧବାନନ୍ଦ ପୀଠରୁ ଗଲା ଭାର (ETV Bharat Odisha)
  • ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ‘ପ୍ରଥମାଷ୍ଟମୀ’

ଉତ୍କଳୀୟ ପରମ୍ପରାରେ ବାର ମାସରେ ତେର ପର୍ବ । ସେଥିମଧ୍ୟରୁ ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ‘ପ୍ରଥମା ଅଷ୍ଟମୀ’ । ପ୍ରତ୍ୟେକ ଓଡିଆ ଘରେ ଏହା ଏକ ପ୍ରମୁଖ ପର୍ବ । ଏହି ଦିନ ଘରର ଜ୍ୟେଷ୍ଠ ପୁତ୍ର-କନ୍ୟାମାନେ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ଘରେ ଘରେ ପିଠାପଣା ମଧ୍ୟ ହୋଇଥାଏ । ଏହି ପଢୁଆଁ ଭାର ମାମୁଁ ଘରୁ ଆସିବାର ପରମ୍ପରା ରହିଛି । କେବଳ ଓଡିଆ ପରିବାର ନୁହେଁ ବରଂ ପ୍ରାୟ ସମସ୍ତ ଦେବାଦେବୀ ପୀଠରେ ମଧ୍ୟ ଏହି ପରମ୍ପରା ପାଳିତ ହୋଇଥାଏ । ସେଥିଲାଗି ଶ୍ରୀମନ୍ଦିରକୁ ମାଧବାନନ୍ଦଜୀଉଙ୍କ ପୀଠରୁ ପଢୁଆଁ ଭାର ପଠାଯାଏ ।

ଇଟିଭି ଭାରତ, ନିଆଳି

Last Updated : Nov 22, 2024, 12:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.