ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

ଅକ୍ଟୋବର 1ରୁ ବଢ଼ିବ ବର୍ଷା, ବିଜୁଳି ଘଡ଼ଘଡ଼ି ପାଇଁ IMDର ସତର୍କତା - Odisha Weather Latest Update

Odisha Weather Latest Update: ଅକ୍ଟୋବର 1ରୁ ବଢ଼ିବ ବର୍ଷା । ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ଜାରି । ଅଧିକ ପଢ଼ନ୍ତୁ

Odisha Weather
Odisha Weather (ETV Bharat Odisha)

ଭୁବନେଶ୍ବର: ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଆସନ୍ତାକାଲିଠୁ କମିବା ବର୍ଷର ପ୍ରଭାବ । ମାତ୍ର ବିଜୁଳି ଘଡ଼ଘଡ଼ିର ପ୍ରକୋପ ରହିବ । ଯାହକୁ ନେଇ ରାଜ୍ୟର ଅନେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି କିଛି ଦିନ ବର୍ଷାର ପରିମାଣ କମିବାକୁ ଥିବା ବେଳେ ପୁଣି ବର୍ଷା ବଢ଼ିବାର ସମ୍ଭାବନା ରହିଛି ।


ଥମୁନି ଗରମ:

odisha weather latest update (ETV Bharat Odisha)

ରାଜ୍ୟର ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଅନେକ ସ୍ଥାନରେ ଗରମ ଗୁଳୁଗୁଳି ଥମିନି । ଗତକାଲି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠାରେ ସର୍ବାଧିକ ୩୨.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୨୮.୦ ଡିଗ୍ରୀ ସେଲସିୟସ ଓ କଟକରେ ୨୭.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ଅନୁଗୋଳରେ ସର୍ବନିମ୍ନ ୨୧.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

କେବେଠୁ କମିବ ବର୍ଷା:

odisha weather latest update (IMD)

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଏଥିପାଇଁ ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ଏହାସହ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ପରଠାରୁ ବର୍ଷାର ପରିମାଣ କମିବ । ବର୍ଷାକୁ ନେଇ ସେଭଳି କିଛି ସତର୍କ ସୂଚନା ଦେଇନାହିଁ ପାଣିପାଗ ବିଭାଗ ।

ଏହି ଦିନଠାରୁ ପୁଣି ବଢ଼ିବ ବର୍ଷା:

odisha weather latest update (IMD)

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା । ସେହିପରି ଆସନ୍ତାକାଲି ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ । ଏହାପରେ ଯଦିଓ କିଛି ଦିନ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ହେଲେ ପ୍ରବଳ ବର୍ଷା ପାଇଁ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ପୁଣି ଅକ୍ଟୋବର ପହିଲାରୁ ରାଜ୍ୟକୁ ବର୍ଷା ଫେରିବ । ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ପୁଣିଥରେ ବୃଦ୍ଧି ପାଇବାର ସମ୍ଭାବନା ଥିବା ନେଇ ଆକଳନ କରାଯାଇଛି ।

ଏହି ଯାଗାରେ ସର୍ବାଧିକ ବର୍ଷା ରେକର୍ଡ:

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ କଟକ କଣ୍ଟାପଡାରେ ସର୍ବାଧିକ ୧୧୦.୦ ମିମି ବର୍ଷା ରେକର୍ଡ ହୋଇଛି । କଟକ ଜିଲ୍ଲା ବାଙ୍ଗୀରେ ୧୦୫.୦ ମିମି, ପୁରୀ ପିପିଲିରେ ୧୦୫.୦ ମିମି, ବରଗଡ଼ ଜିଲ୍ଲା ପଦ୍ମପୁରରେ ୧୦୨.୦ ମିମି ଖୋର୍ଦ୍ଧାରେ ୮୫.୦ ମିମି ଓ ଢେଙ୍କାନାଳ ଜିଲ୍ଲା ଭୁବନରେ ୮୦.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଜିବି ବର୍ଷାରୁ ନିସ୍ତାର ନାହିଁ; ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ, 21 ଜିଲ୍ଲାକୁ ଆଲର୍ଟ - HEAVY RAIN FORECASTED BY IMD

ଏହା ମଧ୍ୟ ପଢ଼ନ୍ତୁ...INDvsBAN 2nd test; କାହାକୁ ସୁହାଇବ ଗ୍ରୀନ୍‌ପାର୍କ୍ ପିଚ୍ ? ପ୍ଲେଇଂ-11କୁ ଫେରିବେ କୂଳଦୀପ, ମ୍ୟାଚ ଧୋଇନେବ ବର୍ଷା ! - IND vs BAN weather forecast

ଏହା ମଧ୍ୟ ପଢ଼ନ୍ତୁ...୪୮ ଘଣ୍ଟା ପ୍ରବଳ ବର୍ଷିବ; ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ୱାର୍ଣ୍ଣିଂ - Odisha Weather Latest Update

ନିଅଣ୍ଟିଆ ବର୍ଷା:

ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୮୬.୪ ମିମି ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୧୩୫.୧ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୨ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୪ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details