ଓଡିଶା

odisha

ETV Bharat / state

ଓଡ଼ିଶାରୁ ଫେରିଯିବ ମୌସୁମୀ, ପୂଜାରେ ବର୍ଷାରେ ଭିଜିଲା ରାଜଧାନୀ

ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ଆଜି ପ୍ରବଳ ବର୍ଷା ହୋଇଛି ।

By ETV Bharat Odisha Team

Published : 5 hours ago

Odisha Weather
Odisha Weather (ETV Bharat Odisha)

ଭୁବନେଶ୍ବର: ଓଡି଼ଶାରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ଦୁଇ ଦିନରେ ରାଜ୍ୟର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ହେବାକୁ ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଅପରପକ୍ଷେ, ଆଜି ରାଜଧାନୀ ଭୁବନେଶ୍ବରରେ 1 ଘଣ୍ଚା ଧରି ପ୍ରବଳ ବର୍ଷା ହୋଇଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁଜୁରାଟ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ବିହାର, ମହାରାଷ୍ଟ୍ର, ଛତିଶଗଡ଼ ସହ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ଦିନ ଭିତରେ ପଶ୍ଚିମବଙ୍ଗ ଓ ସିକିମରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ ବୋଲି ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ଗତ କିଛିଦିନ ହେବ ମୌସୁମୀର ସ୍ଥିତି ଦୁବଳ ରହିବା ସହ ରାଜ୍ୟରେ ବର୍ଷାର ପରିମାଣ କମ ରହିଛି । ଏହାସହ ଆକାଶ ମେଘାଚ୍ଛନ୍ନ ରହିଥିବାବେଳେ ତାପମାତ୍ରା ବୃଦ୍ଧି ପାଇଛି । କେତେକ ସ୍ଥାନରେ ସ୍ଵଭାବିକରୁ ୨ ରୁ ୩ ତାପମାତ୍ରା ଅଧିକ ରେକର୍ଡ କରାଯାଇଛି। ବିଶେଷକରି ଟ୍ୱିନସିଟିରେ ୩୪ରୁ ଉର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟରୁ ମୌସୁମୀ ଅପସାରଣ ପାଇଁ ଏହା ସହାୟକ ହେଉଛି । ଏହି କାରଣରୁ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

Odisha Weather (ETV Bharat Odisha)




ପୂଜାରେ ମେଘୁଆ ପାଗ ସହ କାଁଭାଁ ବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକର ପ୍ରଭାବ ନାହିଁ । ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାବେଳେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରଚୁର ପରିମାଣର ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହି ଦୁଇଟି ନିୟାମକ ପରସ୍ପର ପ୍ରତିକ୍ରିୟାଶୀଳ ହୋଇ ଆକସ୍ମିକ ଭାବରେ ଘଡଘଡି ବିଜୁଳି ସହ ବର୍ଷା କରାଇବାରେ ସହାୟକ ହେଉଛି । ଏହାକୁ ନେଇ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଡ ବର୍ଷାର ସମ୍ଭାବନା ଥିବା କହିଛି ବିଭାଗ ।

ଏହା ବି ପଢନ୍ତୁ...ଫେରିଯିବ ମୌସୁମୀ, ପୂଜାକୁ ଫିକା କରିବ ବର୍ଷା ନା କଲବଲ କରିବ ତାତି ?

ଏହା ବି ପଢନ୍ତୁ...୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କ, ଦଶହରାରେ କେମିତି ରହିବ ପାଗ ?

୨୪ ଘଣ୍ଟାରେ ବର୍ଷିବ!

ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, "ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ଦେବଗଡ, ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବର୍ତ୍ତମାନ ସୁଦ୍ଧା କୌଣସି ସତର୍କ ସୂଚନା ନାହିଁ। ଆଗାମୀ ୬ରୁ ୭ ଦିନ ଅର୍ଥାତ୍ ୧୭/୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅଧିକାଂଶ ଜିଲ୍ଲାମାନଙ୍କରେ ପାଗ ଶୁଷ୍କ ସମ୍ଭାବନା ସହ ଦିନ ତାପମାତ୍ରାରେ ବୃଦ୍ଧି ଓ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ପାଗ ଶୁଖିଲା ସହ କାଁଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ମୟୂରଭଞ୍ଜ ନବାନାରେ ସର୍ବାଧିକ ୨୯ .୨ ମିମି ବର୍ଷା ରେକର୍ଡ ହୋଇଛି ।

Odisha Weather (IMD)

ଏହା ମଧ୍ୟ ପଢ଼ନ୍ତୁ...୧୧ରୁ ବଢ଼ିବ ବର୍ଷା, ୧୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ

ଏହା ମଧ୍ୟ ପଢ଼ନ୍ତୁ...୨୪ ଘଣ୍ଟା ପାଇଁ ୨୩ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଆଲର୍ଟ


ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details