ETV Bharat / state

ରାବଣ ପାଇଁ ବିତିଗଲାଣି ଅଧା ବୟସ, ‘ରାବଣ ପୋଡି’ ପ୍ରସ୍ତୁତିରେ ସାରା ପରିବାର

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ରାବଣ ପ୍ରସ୍ତୁତି କରୁଛି ଏହି ପରିବାର । ଦଶହରା ଆସିଲେ ଖୋଜା ପଡେ ଏହି ପରିବାର ।

author img

By ETV Bharat Odisha Team

Published : 2 hours ago

Ravana Podi Effigy Making
Ravana Podi Effigy Making (ETV Bharat Odisha)

ଭୁବନେଶ୍ୱର: ବିଜୟା ଦଶମୀରେ ଗର୍ବ, ଅହଙ୍କାର, ପାପ, ଅସତ୍ୟର ପ୍ରତୀକ ସ୍ବରୂପ ଅସୀମଶକ୍ତିର ଅଧିକାରୀ ରାବଣକୁ ଦହନ କରାଯିବ । ଏହି ଦିନରେ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ । ଏନେଇ ବିଜୟାଦଶମୀ ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ପାଇଁ ଆୟୋଜକଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥାଏ ।

ତେବେ ରବଣ ପ୍ରସ୍ତୁତି କରିବର କଳା ସମସ୍ତଙ୍କ ପାଖରେ ନଥାଏ । ଯାହା ଭୁବନେଶ୍ଵରର ଓଲ୍ଡ ଟାଉନ ସ୍ଥିତ ରାଜକିଶୋର ମହାପାତ୍ର ଓ ତାଙ୍କ ପରିବାର ମିଶି ପ୍ରସ୍ତୁତି କରୁଛନ୍ତି ରବଣର ବିଶାଳକାୟ ଶରୀର । ଗୋଟିଏ ନୁହେଁ କି ଦୁଇଟି ନୁହେ ଏମିତି ଚଳିତ ବର୍ଷ ପ୍ରସ୍ତୁତି କରୁଛନ୍ତି ପାଖାପାଖି ୨୦ ଟି ରାବଣ । ଭୁବନେଶ୍ଵର ସମେତ ଭୁବନେଶ୍ଵରର ଉପକଣ୍ଠ, ଖୋର୍ଦ୍ଧା ସମେତ ରାଉରକେଲା ପାଇଁ ମଧ୍ୟ ଦଶହରା ରବଣ ପୋଡି ପାଇଁ ରବଣ ପ୍ରସ୍ତୁତି କରୁଛନ୍ତି ।

ରାବଣ ପାଇଁ ବିତିଗଲାଣି ଅଧା ବୟସ:-
"ରବଣ ପ୍ରସ୍ତୁତି କରିବାରେ ବିତିଯାଇଛି ୪୦ ବର୍ଷ । ବିଗତ ଦିନ ରେ ରାବଣ ପ୍ରସ୍ତୁତି କରୁଥିଲୁ ଆଗମୁ ମଧ୍ୟ କରିବୁ। ଯାହା ପରିବାରର ସମସ୍ତ ସଦସ୍ୟ ମାନେ ମିଶି କରୁଛୁ," ବୋଲି କହିଛନ୍ତି ରାଜକିଶୋର ମହାପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି, "ପୂର୍ବରୁ ଦଶହରା ଆଉ ବର୍ତ୍ତମାନର ଦଶହରା ଆକାଶ ପାତାଳ ତଫାତ ରହିଛି। ପୂର୍ବରୁ ବହୁତ କମ ଆସୁଥିଲା ଆଡର କିନ୍ତୁ ବର୍ତ୍ତମାନ ବହୁଗୁଣା ଅଧିକ ଅଡର ଆସୁଛି । କିନ୍ତୁ ସବୁକିଛି କରିବାକୁ ସମ୍ଭବ ହେଉନାହିଁ," ବୋଲି କହିଛନ୍ତି ରବଣ କାରିଗର ରାଜକିଶୋର ।

ଏହା ବି ପଢନ୍ତୁ- ମହମାୟାଙ୍କ ମହାଷ୍ଟମୀ: ଅଷ୍ଟମୀରେ କାହିଁକି ପଡ଼େ ବଳି ? ସନ୍ଧି ପୂଜା କ'ଣ ? ଆସନ୍ତୁ ଜାଣିବା

ଏହା ବି ପଢନ୍ତୁ-ମା' ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା, ମହାନବମୀରେ ବାଜିବନି ଘଣ୍ଟ ଘଣ୍ଟା

ଏହା ବି ପଢନ୍ତୁ-ମହାମାୟୀଙ୍କ ମହାସପ୍ତମୀ; ଜୀବନ୍ୟାସ ପରେ ମଣ୍ଡପରେ ପୂଜା ପାଉଛନ୍ତି ମା'

ଏହା ବି ପଢନ୍ତୁ-ମହାସପ୍ତମୀ; କାହିଁକି ନବପତ୍ରିକା ପୂଜା କରାଯାଏ, କ'ଣ ରହିଛି ପରମ୍ପରା ?

ଦଶହରା ଆସିଲେ ଖୋଜା ପଡନ୍ତି:-
ଦଶହରା ଆସିଲେ ଖୋଜା ପଡନ୍ତି ରାବଣ ତିଆରି କରୁଥିବା ପରିବାର। କେବଳ ଭୁବନେଶ୍ଵର ନୁହେ ଏପରିକି ରାଉରକେଲା ରୁ ମଧ୍ୟ ଆସୁଛି ରାଜକିଶୋରଙ୍କୁ ଡକରା। ଦଶହରା ଆସିବା ପୂର୍ବରୁ ପାଖା ପାଖି ଦୁଇ ରୁ ତିନି ମାସ ପୂର୍ବରୁ ଆଡର ଦେଇଥାନ୍ତି। ଯାହାକୁ ନେଇ ପ୍ରସ୍ତୁତି କରନ୍ତି ରାବଣ । କେତେବେଳେ ୮୦ ଫୁଟ ର କରୁଥିବା ବେଳେ ଆଉ କେତେବେଳେ ୧୦୦ ଫୁଟ ରୁ ଅଧିକ ଉଚତା ବିଶିଷ୍ଟ ରାବଣ ତିଆରି କରିଥାନ୍ତି ରାଜା କିଶୋର ଏବଂ ତାଙ୍କ ପରିବାର ଲୋକ । ଆମକୁ କରିବକୁ ବହୁତ ଖୁସି ଲାଗେ। ଯେତେବେଳେ ହଜାର ହାଜାର ଲୋକ ତିଆରି କରିଥିବା ରବଣକୁ ଦେଖି ବହୁତ ଖୁସି ହୁଅନ୍ତି । ତେବେ ଲୋକମାନଙ୍କୁ ଦେଖି ଆମେ ମଧ୍ୟ ଖୁସି ହୋଇଥାଉ। ତେବେ ରବଣ ପୋଡି ସାରିଲା ପରେ ବହୁତ କଷ୍ଟ ହୁଏ । କାରଣ ସମସ୍ତ ପରିଶ୍ରମ ମାତ୍ର ୫ ମିନିଷ୍ଟ ମଧ୍ୟରେ ପାଉଁଶ ହୋଇଯାଉଛି," ବୋଲି କହିଛନ୍ତି ରାବଣ କାରିଗର ରାଜକିଶୋର ମହାପାତ୍ର ।

ପରିବାର ଖୁସିରେ ମୁଁ ଖୁସି;-
ଏପଟେ ରାଜକିଶୋରଙ୍କ ବୋହୁ ଇତିଶ୍ରୀ ମହାପାତ୍ର କହିଛନ୍ତି, "ଆମ ପରିବାର ୪୦ ବର୍ଷ ଧରି ରବଣ ତିଆରି କରି ଆସୁଛନ୍ତି। ମୋତେ ବହୁତ ଖୁସି ଲାଗୁଛି। ଏହକୁ ନେଇ କେବେହେଲେ ଖରାପ ଭାବିନୀ। ଯାହା ଆମ ପରିବାର କରୁଛନ୍ତି ସେହିରେ ମୁଁ ବହୁତ ଖୁସି ରହିଛି ବୋଲି କହିଛନ୍ତି। ତେବେ ସମସ୍ତେ ମିଳିମିଶି ୪୦ ଟି ରାବଣ କରିଛୁ। ଯାହା ଅତ୍ୟାବଶ୍ୟକ ରାବଣ ପ୍ରସ୍ତୁତ ପାଇଁ ତାହା ଆମକୁ ମିଳୁଛି, " ବୋଲି କହିଛନ୍ତି।

ରାବଣ ପୋଡ଼ି ପାଇଁ ଜୋରଦାର ପ୍ରସ୍ତୁତି;-
ଦଶହରା ଆସିଲେ ରାବଣ ପୋଡି କଥା ସମସ୍ତଙ୍କ ମନକୁ ଆସିଥାଏ। ଦୁର୍ଗାପୂଜା ସାଙ୍ଗକୁ ରାବଣ ପୋଡ଼ି ଉତ୍ସବକୁ ଉପଭୋଗ କରିବା ପାଇଁ ରାଜଧାନୀବାସୀ ସମେତ ସାରା ଦେଶରେ ଅନେଇ ବସିଥାନ୍ତି । ତେବେ ଚଳିତ ଥର ରାଜଧାନି ଏବଂ ଉପକଣ୍ଠ ରେ ଅନେକ ସ୍ଥାନରେ ରାବଣ ପୋଡି ଆୟୋଜନ କରାଯାଇଛି । ତେବେ ରବଣ ତିଆରି କରିବା ପାଇଁ ହେଲେ ବିଶେଷ ଭାବେ ବାଉଁଶ, ମଇଦା ଅଠା, ତେନ୍ତୁଳି ଅଠା, କଇଁଥ ଅଠା ସହ କଟନ କପଡା, ରଙ୍ଗ ଆଦି ବ୍ୟବହାର କରି ତିଆରି ହୋଇଥାଏ ରାବଣ। ଦୀର୍ଘ ୪୦ ବର୍ଷ ହେବ ସେ ଦଶହରାରେ ରାବଣ ପୋଡ଼ି ପାଇଁ ରାବଣ ତିଆରି କରିଆସୁଛନ୍ତି। ଏହି କାମରେ ତାଙ୍କ ସହିତ ଯୋଡି ହୋଇଛନ୍ତି ଶୋଭାରାଣୀଙ୍କ ବୋହୂ ଇତିଶ୍ରୀ । ବିବାହର ୨ ବର୍ଷ ମଧ୍ୟରେ ରାବଣ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ଯାହାକୁ ନେଇ ଏହି କଳା କୌଶଳ ଆଗକୁ ଜାରି ରଖିବେ ବୋଲି କହିଛନ୍ତି ଶୋଭାରାଣୀଙ୍କ ବୋହୂ ଇତିଶ୍ରୀ ମହାପାତ୍ର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.