ETV Bharat / state

RI-ଅମିନ ପରୀକ୍ଷାକୁ ବିରୋଧ; ପୋଡ଼ିଲେ ଆଡମିଟ କାର୍ଡ, ଭସାଇଲେ କାଗଜ ଡଙ୍ଗା

କଟକ-ବ୍ରହ୍ମପୁରରେ RI-ଅମିନ ପରୀକ୍ଷା ବାତିଲ ଦାବିରେ ଅଭିନବ ପ୍ରଦର୍ଶନ । ପରୀକ୍ଷାର୍ଥୀମାନେ ଆଡମିଟ କାର୍ଡକୁ ଡଙ୍ଗା କରି ନଦୀରେ ଭସାଇବା ସହ ପୋଡ଼ିଲେ ।

author img

By ETV Bharat Odisha Team

Published : 2 hours ago

OSSSC EXAM ISSUE
OSSSC EXAM ISSUE (ETV Bharat Odisha)

ବ୍ରହ୍ମପୁର/କଟକ: ରାଜସ୍ବ ନିରୀକ୍ଷକ (ଆରଆଇ) ଏବଂ ଅମିନ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ । ପରୀକ୍ଷା ବାତିଲ ଦାବିରେ ବ୍ରହ୍ମପୁରରେ ପରୀକ୍ଷାର୍ଥୀ ପୋଡ଼ିଲେ ଆଡମିଟ କାର୍ଡ । କଟକରେ ଡଙ୍ଗା କରି ନଦୀରେ ଭସାଇଲେ ଆଡମିଟ କାର୍ଡ । ରାଜ୍ୟରେ ଓଏସ୍ଏସ୍ଏସ୍‌ସି (OSSSC) ପକ୍ଷରୁ ଗତ କିଛି ଦିନ ମଧ୍ୟରେ ଅନୁଷ୍ଠିତ ଆରଆଇ, ଅମିନ, ଆଇସିଡିଏସ୍ ସୁପରଭାଇଜର ଭଳି ସରକାରୀ ନିଯୁକ୍ତି ପରୀକ୍ଷାକୁ ବାତିଲ କରି ସ୍ୱଚ୍ଛତା ରୂପେ ପରୀକ୍ଷା କରିବା ପାଇଁ ଦାବି ଜୋର ଧରିଛି । ପୁଣି ଥରେ ସାରା ରାଜ୍ୟରେ ଗୋଟିଏ ଦିନରେ ଅଫ୍ ଲାଇନ କିମ୍ବା ଅନ ଲାଇନରେ କରିବାକୁ ଦାବି ହୋଇଛି । ଏନେଇ ବ୍ରହ୍ମପୁରରେ ଆଡମିଟ କାର୍ଡ ପୋଡିଛନ୍ତି ପରୀକ୍ଷାର୍ଥୀ ।

RI-ଅମିନ ପରୀକ୍ଷା ବାତିଲ ଦାବିରେ ତେଜୁଛି ଆନ୍ଦୋଳନ :

ଗତକିଛି ଦିନ ଧରି ରାଜଧାନୀ ଭୁବନେଶ୍ବରଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ମେଧାବୀ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଛି । ହେଲେ ଏହି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରି ନାହିଁ । ଶେଷରେ ଆର୍‌ଆଇ, ଅମିନ ନିଯୁକ୍ତି ନେଇ କରାଯାଇଥିବା ପରୀକ୍ଷା ବାତିଲକୁ ନେଇ ଦାବି ଜୋର ଧରିଛି । ବର୍ଷ ବର୍ଷ ଧରି ସରକାରୀ ଚାକିରି କରିବା ପାଇଁ ବିଦ୍ୟାର୍ଥୀମାନେ ବହୁତ କଷ୍ଟ କରୁଥିବା ବେଳେ ଓଏସ୍ଏସ୍ଏସ୍‌ସି ନିଜର ଦାୟିତ୍ଵହୀନତା ସହ ପରୀକ୍ଷା କରାଉଥିବା ନେଇ ବ୍ରହ୍ମପୁରରେ ବହୁ ପରୀକ୍ଷାର୍ଥୀ ପ୍ରତିବାଦ କରିଛନ୍ତି ।

OSSSC EXAM ISSUE (ETV Bharat Odisha)

ଆଡମିଟ୍ କାର୍ଡ ପୋଡ଼ିଲେ ପରୀକ୍ଷାର୍ଥୀ :

ଏନେଇ ଜଣେ ପରୀକ୍ଷାର୍ଥୀ କହିଛନ୍ତି, "ଓଡ଼ିଶା ସବ୍‌ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସ୍ଏସ୍ଏସ୍‌ସି) ଭଳି ସରକାରୀ ସଂସ୍ଥା ଗତ ଦିନରେ କରିଥିବା ଅନଲାଇନ ପରୀକ୍ଷାର ପରିଚାଳନା ଦାୟିତ୍ୱ ଯେଉଁ ସଂସ୍ଥାକୁ ଦେଇଥିଲା ସେହି ସଂସ୍ଥା ପୂର୍ବରୁ ଅନେକ କେଲେଙ୍କାରୀର ହିସାବ ରହିଛି । ଦଲାଲମାନେ ଅଯୋଗ୍ୟମାନଙ୍କୁ ଯୋଗ୍ୟ କରାଇ ଚାକିରି ପ୍ରଦାନ କରୁଛନ୍ତି । ଏହି ପରୀକ୍ଷାକୁ ବାତିଲ୍ କରାଯାଉ । ପୁଣି ଥରେ ସାରା ରାଜ୍ୟରେ ଗୋଟିଏ ଦିନରେ ଅଫ୍ ଲାଇନ କିମ୍ବା ଅନ ଲାଇନରେ ପରୀକ୍ଷା କରାଯାଉ । ନୋଚେତ ଆଗାମୀ ଦିନରେ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବ୍ୟାପକ ହେବ ।" ଏହି ଅବସରରେ ବ୍ରହ୍ମପୁର ସହରର ଟାଉନ ହଲ ପରିସରର ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରୁ ବହୁ ବିଦ୍ୟାର୍ଥୀ ଏକତ୍ରିତ ହୋଇ ଆଡମିଟ୍ କାର୍ଡକୁ ପୋଡି ଅଭିନବ ପ୍ରତିବାଦ କରିଛନ୍ତି ।

OSSSC EXAM ISSUE
OSSSC EXAM ISSUE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ.....ଆରଆଇ-ଅମିନ ପରୀକ୍ଷା ବିଭ୍ରାଟ, ବିଭାଗୀୟ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ରିପୋର୍ଟ ତଲବ - RI Amin examination irregularities

ଏହା ମଧ୍ୟ ପଢନ୍ତୁ.....ଅମିନ ପରୀକ୍ଷାରେ ଦୁର୍ନୀତି ! ସରକାରଙ୍କୁ ଟାର୍ଗେଟ କଲେ ପରୀକ୍ଷାର୍ଥୀ - OSSSC EXAM IRREGULARITIES

ଏହା ମଧ୍ୟ ପଢନ୍ତୁ.....OSSSC ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତର୍ଜମା ଚାଲିଛି କହିଲେ ମନ୍ତ୍ରୀ - Irregularities In Exam

OSSSC EXAM ISSUE (ETV Bharat Odisha)

କଟକରେ ଆଡମିଟ କାର୍ଡରେ ଡଙ୍ଗା ଭସା :

RI, ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ କରି ଷ୍ଟୁଡେଣ୍ଟ ଏଗେନଷ୍ଟ କରପ୍ସନ ସଂଗଠନ ପକ୍ଷରୁ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । ପରୀକ୍ଷା ବାତିଲ ଦାବିରେ ସଂଗଠନର ସଦସ୍ୟମାନେ କଟକ ନେତାଜୀ ବସ ଟର୍ମିନାଲ ସମ୍ମୁଖରେ ଥିବା କାଠଯୋଡି ନଦୀରେ ଆଡମିଟ୍ କାର୍ଡକୁ ଡଙ୍ଗା କରି ନଦୀରେ ଭସାଇ ବିରୋଧ ପ୍ରଦର୍ଶନ କରିଛନ୍ତି ।

OSSSC EXAM ISSUE
OSSSC EXAM ISSUE (ETV Bharat Odisha)
ଇଟିଭ ଭାରତ,ବ୍ରହ୍ମପୁର /କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.