thumbnail

ବ୍ରହ୍ମପୁରରେ ନବରାତ୍ର ପୂଜା, ଚଣ୍ଡୀପାଠରେ କମ୍ପିଲା ପରିବେଶ

By ETV Bharat Odisha Team

Published : 2 hours ago

ବ୍ରହ୍ମପୁର: ଦୁର୍ଗାପୂଜାରେ ଉତ୍ସବ ମୁଖର ରେଶମ ସହର ବ୍ରହ୍ମପୁର । ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା' ଜଗତଜନନୀଙ୍କ ଆରାଧନା । ସହରର ନେହୁରୁ ପାର୍କ ସ୍ଥିତ ପୂଜା ମଣ୍ଡପରେ ମା'ଙ୍କ ପୁଜାର୍ଚ୍ଚନା ଚାଲିଥିବାବେଳେ ମା'ଙ୍କୁ ଦର୍ଶନ କରିବାକୁ ଜମିଛି ଭକ୍ତଙ୍କ ଭିଡ । ସେପଟେ ଗତ 9 ଦିନ ଧରି ମା'ଙ୍କର ପୂଜାର୍ଚ୍ଚନା ଚାଲିଥିବାବେଳେ ଆଜି ରାତ୍ରରେ ହେବ ପୂର୍ଣ୍ଣାହୂତି । ମୁଖ୍ୟତଃ ମା'ଙ୍କ ସକାଳର ସୂର୍ଯ୍ୟପୂଜାଠାରୁ ଆରମ୍ଭ କରି ରାତ୍ରର ଷୋଡଷ ଉପଚାର ପୂଜା, ଚଣ୍ଡୀପାଠ ପର୍ଯ୍ୟନ୍ତ ସମସ୍ତ ପ୍ରକାର ପୂଜାର୍ଚ୍ଚନା କରାଯାଉଛି । 

ଏହା ବି ପଢନ୍ତୁ...ମହାଷ୍ଟମୀରେ ସନ୍ଧି ପୂଜା, ମା'ଙ୍କୁ ଶାଢ଼ୀ ଓ ସିନ୍ଦୁର ଲାଗି କଲେ ସଧବା ନାରୀ 

ଏହା ବି ପଢନ୍ତୁ...ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା

ଏହାମଧ୍ୟ ପଢ଼ନ୍ତୁ- ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

ଏହା ବି ପଢନ୍ତୁ...ମହାଷ୍ଟମୀରେ ମା'ଙ୍କ ଦର୍ଶନ କଲେ ନବୀନ, ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା


ନେହରୁ ପାର୍କ ଦୁର୍ଗାପୂଜା କମିଟି ପକ୍ଷରୁ ଶାରଦୀୟ ପୂଜା ପାଇଁ ଚଳିତବର୍ଷ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବାବେଳେ ବିଭିନ୍ନ ପୂଜା ମଣ୍ଡପରେ ଭଳିକି ଭଳି ତୋରଣ ନିର୍ମାଣ ସାଙ୍ଗକୁ ଚିତାକର୍ଷକ ଆଲୋକମାଳାରେ ସଜ୍ଜିତ କରାଯାଇଛି । ବ୍ରହ୍ମପୁର ସହରର ହିଲପାଟଣା ନେହରୁ ପାର୍କ ନିକଟରେ ଗତ 5 ବର୍ଷ ଧରି ଜାକଜମକରେ ହୋିଆସୁଛି ପୂଜା। ତେବେ ୨୦୧୮ ମସିହାରେ ହାପି କ୍ଲବପୂଜା କମିଟି ପକ୍ଷରୁ ପ୍ରଥମ କରି ଦୁର୍ଗାପୂଜା ଆୟୋଜନ କରାଯାଇଥିଲା। କୋଭିଡ ସମୟରେ ଦୁଇ ବର୍ଷ ଛାଡ଼ି ଦେଲେ ଏଠାରେ ଦୁର୍ଗା ପୂଜା କରାଯାଉଛି । ପୂର୍ବରୁ ଶାରଦୀୟ ପୁଜା ସମୟରେ ମା’ଙ୍କ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ପୂଜା କରାଯାଇଥିବାବେଳେ ବର୍ତ୍ତମାନ ନବରାତ୍ର ପୂଜା ମଧ୍ୟ କୁହାଯାଇଛି । ଚଳିତ ବର୍ଷ ମା'ଙ୍କ ୧୧ ଫୁଟ୍ ଉଚ୍ଚର ସିଂହବାହିନୀ ମୂର୍ତ୍ତି ଶୋଭା ପାଉଥିବାବେଳେ ପ୍ରାୟ ୫୦ ଫୁଟ୍ ଉଚ୍ଚର ତୋରଣ ନିର୍ମାଣ କରାଯାଇଛି। ମେଢ଼ ଆଖାପାଖ ଅଞ୍ଚଳକୁ ଆଲୋକମାଳରେ ସଜାଯାଇଛି। 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.