ETV Bharat / bharat

ମାଲବାହୀ ଟ୍ରେନକୁ ପିଟିଲା ବାଗମତି ଏକ୍ସପ୍ରେସ୍ ଟ୍ରେନ, ଜଳିଗଲା ଦୁଇ ପାସେଞ୍ଜର ବଗି

ମାଲବାହୀ ଟ୍ରେନକୁ ପିଟିଲା ବାଗମତି ଏକ୍ସପ୍ରେସ୍ ଟ୍ରେନ । ତାମିଲନାଡୁ ରାଜଧାନୀ ଚେନ୍ନାଇ ନିକଟରେ ବଡ ଟ୍ରେନ ଦୁର୍ଘଟଣା ।

author img

By ETV Bharat Odisha Team

Published : 3 hours ago

Bagmati Express collided with a goods train
Bagmati Express collided with a goods train (ETV Bharat Odisha)

ଚେନ୍ନାଇ: ପୁଣି ଏକ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ । ତାମିଲନାଡୁ ରାଜଧାନୀ ଚେନ୍ନାଇ ନିକଟରେ ମାଲବାହୀ ଟ୍ରେନକୁ ପିଟିଲା ଏକ୍ସପ୍ରେସ୍ ଟ୍ରେନ । ମହୀଶୁରରୁ ଦରଭଙ୍ଗା ଯାଉଥିବା ବାଗମତି ଏକ୍ସପ୍ରେସ୍ ତାମିଲନାଡୁ ସ୍ଥିତ କଭରପେଟ୍ଟାଇ ରେଲଓ୍ବେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ସହ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ତାମିଲନାଡୁ ଥିରୁଭାଲୁର ଜିଲ୍ଲାରେ ଏହି ରେଲଓ୍ବେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ପରେ ଦୁଇଟି ପାସେଞ୍ଜର ବଗି ଜଳିଯାଇଥିବା ସୂଚନା ରହିଛି । ଦୁର୍ଘଟଣା ପରେ 6ଟି ବଗି ଲାଇନଚ୍ୟୁତ ହୋଇଛି । ଚେନ୍ନାଇ କେନ୍ଦ୍ରୀୟ ରେଲଓ୍ବେ ଷ୍ଟେସନରୁ ବାହାରିବାକୁ ଥିବା ସମସ୍ତ ଟ୍ରେନ୍ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଟ୍ରେନ୍‌ରୁ ଧୂଆଁ ବାହାରୁଛି । ଟ୍ରେନରୁ ଯାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟା ରହିଛି ।

ଚେନ୍ନାଇ ନିକଟରେ ଏକ୍ସପ୍ରେସ୍ ଟ୍ରେନ ଦୁର୍ଘଟଣା

  • ତାମିଲନାଡୁର ଚେନ୍ନାଇ ନିକଟରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
  • ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଲା ମହୀଶୁର-ଦରଭଙ୍ଗା ବାଗମତୀ ଏକ୍ସପ୍ରେସ୍
  • ଥିରୁଭାଲୁର ଜିଲ୍ଲା କଭରପେଟ୍ଟାଇ ଷ୍ଟେସନ୍ ନିକଟରେ ଦୁର୍ଘଟଣା
  • ଏକ୍ସପ୍ରେସ୍‌ର 4 ବଗି ଲାଇନ୍‌ଚ୍ୟୁତ ସୂଚନା, ମୃତାହତର ସୂଚନା ନାହିଁ
  • ମାଲ୍‌ବାହୀକୁ ପିଟିବା ପରେ ଏକ୍ସପ୍ରେସ୍‌ର 2ଟି ପାସେଞ୍ଜର ବଗିରେ ନିଆଁ ଲାଗିଥିବା ସୂଚନା
  • ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି

ଏହା ବି ପଢନ୍ତୁ- ପୁଣି ଟ୍ରେନ ଦୁର୍ଘଟଣା, ଜବଲପୁରରେ ଲାଇନଚ୍ୟୁତ ହେଲା ‘ସୋମନାଥ ଏକ୍ସପ୍ରେସ’ - Somnath express derailed

ଏହା ବି ପଢନ୍ତୁ-Train Hits LPG Cylinder: ଟ୍ରାକରେ ରଖା ଯାଇଥିବା ଗ୍ୟାସ ସିଲିଣ୍ଡରକୁ ଧକ୍ଦା ଦେଲା ଏକ୍ସପ୍ରେସ ଟ୍ରେନ୍‌, ଅଳ୍ପକେ ଟଳିଲା ବଡ ଦୁର୍ଘଟଣା - Major Accident Averted

ବାଗମତି ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । ତାମିଲନାଡୁରେ ମହୀଶୁର-ଦରଭଙ୍ଗା ଏକ୍ସପ୍ରେସ ଦୁର୍ଘଟଣା । ମାଲଗାଡ଼ି-ବାଗମତି ଏକ୍ସପ୍ରେସ ଧକ୍କା । ଦୁର୍ଘଟଣା ପରେ 2ଟି ବଗିରେ ନିଆଁ ଲାଗିଥିବା ସୂଚନା। ବଗମତି ଏକ୍ସପ୍ରେସର 6ଟି ବଗି ଲାଇନଚ୍ୟୁତ । ଦୁର୍ଘଟଣାରେ କେହି ମୃତାହତ ହେବାର ସୂଚନା ନାହିଁ ।

ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି

  • 04425354151
  • 04424354995

ଚେନ୍ନାଇରେ ଟ୍ରେନ ଦୁର୍ଘଟଣା । ମହୀଶୁରରୁ ବିହାରର ଦରଭଙ୍ଗା ଯାଉଥିବା ବାଗମତି ଏକ୍ସପ୍ରେସ ଚେନ୍ନାଇ ନିକଟରେ ଏକ ମାଲବାହୀ ଗାଡିକୁ ଧକ୍କା ଦେଇଛି । ଦୁର୍ଘଟଣା ପରେ ଟ୍ରେନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ସର୍ଦନ ରେଳବାଇ ଜିଏମ୍, ଚେନ୍ନାଇ ଡିଭିଜନ ଡିଆରଏମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତ ।

ରେଳ ଧାରଣାରେ ରଖାଯାଇଥିଲା ଗ୍ୟାସ ସିଲିଣ୍ଡର-

ବଡ ଦୁର୍ଘଟଣା ଘଟାଇବାକୁ ରଚା ଯାଇଥିବା ଅଭିନବ ଷଡଯନ୍ତ୍ର । ରେଳ ଧାରଣାରେ ରଖାଯାଇଥିଲା ଗ୍ୟାସ ସିଲିଣ୍ଡର । ଫଳରେ ଦ୍ରୁତଗାମୀ ଟ୍ରେନଟି ସିଲିଣ୍ଡରକୁ ଧକ୍କା ମଧ୍ୟ ଦେଇଥିଲା । ହେଲେ ସିଲିଣ୍ଡରଟି ବିସ୍ଫୋରଣ ନହୋଇ ଧାରାଣା ପାର୍ଶ୍ବକୁ ଛିଟିକି ପଡିବାରୁ ଅଳ୍ପକେ ଏକ ଆସନ୍ନ ଅଘଟଣ ଟଳିଯାଇଛି । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ କାନପୁରରେ ଦେଖିବାକୁ ମିଳିଥିଲା । ରେଳ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡର ଜବତ କରି ତଦନ୍ତ ଆରମ୍ଭ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.