ଭୁବନେଶ୍ବର: ମହାମାୟୀଙ୍କ ମହାଷ୍ଟମୀରେ ମା'ଙ୍କୁ ଦର୍ଶନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରର ସବୁ ମଣ୍ଡପରେ ଦେଖିବାକୁ ମିଳିଥିଲା ନବୀନଙ୍କ କ୍ରେଜ। ପ୍ରଥମେ ରସୁଲଗଡ ପୂଜା ମଣ୍ଡପ ବୁଲିବା ସହ ମା' ଦୁର୍ଗାଙ୍କର ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ ନବୀନ । ଆଉ ପୁଷ୍ପାଞ୍ଜଳି ଦେଇ ସେଠାରୁ ବାହାରିଥିଲେ। ପରେ ଶହୀଦନଗର ଓ ବଡ଼ଗଡ଼ ପୂଜା ମଣ୍ଡପ ବୁଲି ମା'ଙ୍କ ଆରାଧନା କରିଛନ୍ତି। ଆଉ ଶାରଦୀୟ ଦୁର୍ଗାପୂଜାରେ ଓଡ଼ିଶାବାସୀଙ୍କୁ ଅଷ୍ଟମୀର ଶୁଭେଚ୍ଛା ଜଣାଇବା ସହ ସୁସ୍ଥ ଜୀବନ କାମନା କରିଛନ୍ତି ନବୀନ।
ଗୋଟିଏ ଦିନରେ ବୁଲିଲେ ବର୍ତ୍ତମାନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ:
ସବୁ ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ନବୀଙ୍କ କ୍ରେଜ। ନବୀନଙ୍କୁ ଦେଖିବା ପାଇଁ ସବୁଠି ପ୍ରବଳ ଭିଡ ଜମିଥିଲା। ନବୀନଙ୍କୁ ଦେଖି ଭାବ ବିହ୍ୱୋଳ ହୋଇଛନ୍ତି ଲୋକେ। ପୂଜା ମଣ୍ଡପ ଗୁଡିକ ବୁଲିବା ପରେ ନବୀନ ବି ଖୁସି ବ୍ୟକ୍ତ କରିବା ସହ ପୂଜା ମଣ୍ଡପ ସହ ପୂଜା ପରିଚାଳନା ବିଷୟରେ ଆଲୋଚନା କରିଛନ୍ତି। ପୂଜା ମଣ୍ଡପ ଗୁଡିକରେ ବୁଲିବାକୁ ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, "ଆମର ପ୍ରିୟ ନେତା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱର ୩ ଟି ପୂଜା କମିଟି ବୁଲିଛନ୍ତି। ଶେଷରେ ଐତିହ୍ୟ ସମ୍ପନ୍ନ ବଡ଼ଗଡ଼ ପୂଜା ମଣ୍ଡପ ବୁଲିଛନ୍ତି । ସମାନ ଦିନରେ ପୂର୍ବତନ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବୁଲିବାରେ କୌଣସି ପ୍ରତିଯୋଗିତା ନାହିଁ । ନିଜ ନିଜର ଇଛାକୁ ନେଇ ଯିଏ ଯେଉଁଠି ବୁଲିପାରିବେ ମା'ଙ୍କ ଆଶୀର୍ବାଦ ନେଇପାରିବେ, ମା' ସମସ୍ତଙ୍କର। ଏହା କୌଣସି ପ୍ରତିଯୋଗିତାର ମଞ୍ଚ ନୁହେଁ, ଏହା ଆମ ପରମ୍ପରା।
ଏହା ବି ପଢନ୍ତୁ...ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା ଏହାମଧ୍ୟ ପଢ଼ନ୍ତୁ- ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଗୁପ୍ତ ପୂଜା ପରେ ବାହାରିଲା ମାଆଙ୍କ ଛତର |


ମଣ୍ଡପରେ ନବୀନ କ୍ରେଜ୍:
ସେହିପରି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, "ନବୀନଙ୍କ ଲୋକପ୍ରିୟତା ଏବେ ବି କମିନାହିଁ। ଲୋକମାନେ ବର୍ତ୍ତମାନ ବି ତାଙ୍କର ମୁଖ୍ୟମନ୍ତ୍ରୀ ଭାବୁଛନ୍ତି , ନାରା ସେହି ମୁତାବକ ଦେଉଛନ୍ତି । ତେଣୁ ଲୋକମାନଙ୍କ ଭିତରେ ଥିବା ଭଲପାଇବା ନା କେବେ କମିଥିଳା ନା କମିବ।"

ସେହିପରି ରସୁଲଗଡ ପୂଜା କମିଟିର ଉପଦେଷ୍ଟା ଜାପାନ ରାଉତରାୟ କହିଛନ୍ତି, "ଆମେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଥିଲୁ । ନିମନ୍ତ୍ରଣ ରକ୍ଷା କରି ସେ ଆସିଲେ, ଆଉ ମା'ଙ୍କ ଦର୍ଶନ କରି ପୁଷ୍ପାଞ୍ଜଳି ଦେଲେ ଓ ଆମ ସହ କଥା ହୋଇଗଲେ । ସବୁ ଦଳର ମୁଖିଆ ଆସୁଛନ୍ତି ମା'ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି।"

ଏହା ବି ପଢନ୍ତୁ...ଦଶହରାରେ ଭୂତ ଦେବତାଙ୍କୁ ଆବାହନ, କେଉଁଠି ଏବଂ କାହିଁକି ହୁଏ ଏହି ନିଆରା ପୂଜା ?
ଇଟିଭି ଭାରତ, ଭୁବନେଶ୍ବର